ଓଡିଶା

odisha

By

Published : Jun 14, 2021, 10:07 AM IST

ETV Bharat / bharat

ଦିନକରେ 70412 କୋରୋନା ଆକ୍ରାନ୍ତ ଚିହ୍ନଟ, 3921 ମୃତ

24 ଘଣ୍ଟା ମଧ୍ୟରେ ଦେଶରେ 70 ହଜାର 421 କୋରୋନା ପଜିଟିଭ ଚିହ୍ନଟ । 3921 ମୃତ । ଅଧିକ ପଢନ୍ତୁ...

ଦିନକରେ 70412 କୋରୋନା ଆକ୍ରାନ୍ତ ଚିହ୍ନଟ, 3921 ମୃତ
ଦିନକରେ 70412 କୋରୋନା ଆକ୍ରାନ୍ତ ଚିହ୍ନଟ, 3921 ମୃତ

ନୂଆଦିଲ୍ଲୀ: ଦେଶରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । 24 ଘଣ୍ଟା ମଧ୍ୟରେ ଦେଶରେ 70 ହଜାର 421 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଗତ 72 ଦିନ ମଧ୍ୟରେ ସବୁଠାରୁ କମ୍ ସଂକ୍ରମିତ ରହିଛନ୍ତି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 95 ଲକ୍ଷ 10 ହଜାର 410 ରେ ପହଞ୍ଚିଛି ।

ସେହିପରି ଦେଶରେ ଆଜି 3ହଜାର 921 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 3ଲକ୍ଷ 74 ହଜାର 305ରେ ପହଞ୍ଚିଛି ।

ସେହିପରି ସଂକ୍ରମଣ ଅପେକ୍ଷା ଅଧିକ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 24 ଘଣ୍ଟାରେ 1 ଲକ୍ଷ 19 ହଜାର 501 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ହାର 2କୋଟି 81 ଲକ୍ଷ 62 ହଜାର 947ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

ABOUT THE AUTHOR

...view details