ଓଡିଶା

odisha

ETV Bharat / bharat

ଆଜି ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ

ୟୁନେସକୋ ଦ୍ବାରା 1982ରୁ ପ୍ରତିବର୍ଷ ଏପ୍ରିଲ 29ରେ ପାଳିତ ହେଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ । ଏହା ଆଧୁନିକ ବାଲେ ନୃତ୍ୟ ସ୍ରଷ୍ଟା ଜାଁ ଜର୍ଜେସ ନାଭେରଙ୍କ ଜନ୍ମ ଜୟନ୍ତୀକୁ ବିଶ୍ବ ନୃତ୍ୟ ଦିବସ ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ...

By

Published : Apr 29, 2021, 9:46 AM IST

ଅନ୍ତର୍ଜାତୀୟ ନୃତ୍ୟ ଦିବସ
ଅନ୍ତର୍ଜାତୀୟ ନୃତ୍ୟ ଦିବସ

ନୂଆଦିଲ୍ଲୀ: ଆଜି(ଗୁରୁବାର) ଅନ୍ତର୍ଜାତୀୟ ନୃତ୍ୟ ଦିବସ । ୟୁନେସକୋ ଦ୍ବାରା 1982ରୁ ପ୍ରତିବର୍ଷ ଏପ୍ରିଲ 29ରେ ପାଳିତ ହେଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ । ଏହା ଆଧୁନିକ ବାଲେ ନୃତ୍ୟ ସ୍ରଷ୍ଟା ଜାଁ ଜର୍ଜେସ ନାଭେରଙ୍କ ଜନ୍ମ ଜୟନ୍ତୀକୁ ବିଶ୍ବ ନୃତ୍ୟ ଦିବସ ଭାବେ ପାଳନ କରାଯାଉଛି ।

ସେ 1727 ମସିହା ଏପ୍ରିଲ ଏହି ଦିନରେ ପ୍ୟାରିସରେ ଜନ୍ମ ହୋଇଥିଲେ । ତେବେ ନୃତ୍ୟର ଇତିହାସ ବହୁ ପୁରୁଣା । ତେବେ 10 ହଜାର ବର୍ଷ ତଳର ଏକ ପ୍ରସ୍ତର ଚିତ୍ରରେ ନର୍ତ୍ତକ-ନର୍ତ୍ତକୀଙ୍କର ଛବିରୁ ଏହାର ପ୍ରଚୀନତା ଅନୁମେୟ ।

ଏହାସହ 1996 ମସିହାରେ ଓହିଓରେ 72 ହଜାର ଲୋକ ଏକତ୍ର ହୋଇ ସମବେତ ଚିକେନ-ଡ୍ୟାନ୍ସ ପରିବେଷଣ କରିଥିଲେ , ଯାହା ଏକ ରେକର୍ଡ । ସେହିପରି 1996ରେ ଡେଭିଡ ମିନାନ୍, ଟାପ୍-ଡାନସ ନାଚିନାଚି 77 କିମି ଅତିକ୍ରମ କରିଥିଲେ । ସେହି ରେକର୍ଡ ଆଜିଯାଁଏ ବି ଅତୁଟ ରହିଛି । ମାର୍ଥା ଗ୍ରାହାମ (1894-1991)ଙ୍କୁ ଆଧୁନିକ ନୃତ୍ୟର ଜନନୀ ବୋଲି କୁହାଯାଏ। ସେ ନର୍ତ୍ତକ-ନର୍ତ୍ତକୀଙ୍କୁ ଭଗବାନଙ୍କ ଖେଳାଳୀ ବୋଲି କହୁଥିଲେ ।

ABOUT THE AUTHOR

...view details