ଓଡିଶା

odisha

ତାମିଲନାଡ଼ୁ ଯୁବକଙ୍କ ମହାନତା, ଗାଁ ରାସ୍ତା ନିର୍ମାଣରେ ସଞ୍ଚିତ ଅର୍ଥରୁ ଖର୍ଚ୍ଚ କଲେ ୯ ଲକ୍ଷ

ବିବାହ ପାଇଁ ସଞ୍ଚିତ ଅର୍ଥରୁ ପ୍ରାୟ ୯ ଲକ୍ଷରୁ ଅଧିକ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ କଲେ ଯୁବକ । ଏଭଳି ଘଟଣା ତାମିଲନାଡୁ ଭିଲ୍ଲୁପୁରମ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

By

Published : Aug 26, 2022, 1:17 PM IST

Published : Aug 26, 2022, 1:17 PM IST

ତାମିଲନାଡ଼ୁ ଯୁବକଙ୍କ ମହାନତା, ଗାଁ ରାସ୍ତା ନିର୍ମାଣରେ ସଞ୍ଚିତ ଅର୍ଥରୁ ଖର୍ଚ୍ଚ କଲେ ୯ ଲକ୍ଷ
ତାମିଲନାଡ଼ୁ ଯୁବକଙ୍କ ମହାନତା, ଗାଁ ରାସ୍ତା ନିର୍ମାଣରେ ସଞ୍ଚିତ ଅର୍ଥରୁ ଖର୍ଚ୍ଚ କଲେ ୯ ଲକ୍ଷ

ଚେନ୍ନାଇ: ତାମିଲନାଡ଼ୁ ଭିଲ୍ଲୁପୁରମ ଅଞ୍ଚଳରେ ଜଣେ ସଫ୍ଟୱେର ଟେକନିସିଆନ ଚନ୍ଦ୍ରଶେଖରନଙ୍କ ମହାନତା । ନିଜ ସଞ୍ଚିତ ଅର୍ଥରୁ ଗାଁ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ କରି ଚର୍ଚ୍ଚାରେ ଚନ୍ଦ୍ରଶେଖରନ । ବିବାହ ପାଇଁ ସଞ୍ଚୟ କରିଥିବା ଅର୍ଥରୁ ପ୍ରାୟ ୯.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସେ । ଏହି କାର୍ଯ୍ୟ ଲାଗି ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।

ଭନୁର ନଲ୍ଲାଭୁର ଗ୍ରାମବାସୀ ହେଉଛନ୍ତି ଚନ୍ଦ୍ରଶେଖରନ । ସେ ଚେନ୍ନାଇରେ ଏକ ଘରୋଇ ସଫ୍ଟୱେର କମ୍ପାନୀରେ କାର୍ଯ୍ୟ କରନ୍ତି । ଗତ ୨୦ ବର୍ଷ ଧରି ତାଙ୍କ ଗାଁରାସ୍ତାକୁ ସ୍ଥାନୀୟ ପ୍ରଶାସନ ମରାମତି କରିନଥିବାରୁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ନିଜ ବିବାହ ଲାଗି ସଞ୍ଚୟ କରିଥିବା ଅର୍ଥକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ଲଗାଇଛନ୍ତି । ଏଥିଲାଗି ସେ ପ୍ରଥମେ ନିଜ ପିତାମାତାଙ୍କୁ ବୁଝାଇବା ପରେ ୯ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରିଛନ୍ତି ।

ଏ ନେଇ ଚନ୍ଦ୍ରଶେଖରନ କହିଛନ୍ତି, "ମୁଁ ଚେନ୍ନାଇର ଏକ ଘରୋଇ ଟେକ୍ନୋଲୋଜି କମ୍ପାନୀରେ ବରିଷ୍ଠ ଟେକନିସିଆନ ଭାବେ କାର୍ଯ୍ୟ କରୁଛି । ସ୍ଥାନୀୟ ଇଶ୍ବରାନ କୋଲି ରାସ୍ତା ଗତ ୨୦ ବର୍ଷ ଧରି ମରାମତି ହୋଇନାହିଁ । ଏଥିଲାଗି ଏବେ ରାସ୍ତା ଦୁର୍ଗମ ହୋଇପଡ଼ିଛି । ବର୍ଷାଦିନେ ଏହି ରାସ୍ତାରେ ଚାଲିବା ମଧ୍ୟ କଷ୍ଟକର । ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ କହିବା ଅପେକ୍ଷା ନିଜ ସଞ୍ଚିତ ଅର୍ଥରୁ ବ୍ୟୟ କରିବା ଭଲ ।"

ଏହା ବି ପଢନ୍ତୁ- କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ

ସ୍ଥାନୀୟ ପ୍ରଶାସନର 'ନାମକ୍କୁ ନାମି' (Namakku Naame) ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ଭନୁର ଜିଲ୍ଲା ଉନ୍ନୟନ କାର୍ଯ୍ୟାଳୟ ସହିତ କଥାବାର୍ତ୍ତା କରିବାକୁ ଚନ୍ଦ୍ରଶେଖରନଙ୍କ କିଛି ବନ୍ଧୁ ତାଙ୍କୁ କହିଥିଲେ । ତେବେ ସେ କଥା ହେବା ପରେ କାର୍ଯ୍ୟାଳୟ ତାଙ୍କୁ ୫୦ ପ୍ରତିଶତ ଅର୍ଥ ଦେବାକୁ କହିଥିଲା । ଏହି ଅର୍ଥରେ GST ମିଶିବା ପରେ ଏହା ମୋଟ ବ୍ୟୟର ୬୦ ପ୍ରତିଶତ ହେଉଥିବା କହିଥିଲେ ଚନ୍ଦ୍ରଶେଖରନ । ଏହାପରେ ସେ ସଞ୍ଚିତ ଅର୍ଥରୁ ୯.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

ଚନ୍ଦ୍ରଶେଖରନଙ୍କ ବନ୍ଧୁ ଏଝୁମଲାଇଙ୍କ କହିବାନୁସାରେ, "ଏହି ରାସ୍ତା ନିର୍ମାଣ କାର୍ଯ୍ୟ ତାମିଲନାଡୁ ସରକାରଙ୍କ ନାମକ୍କୁ ନାମି ଯୋଜନା ମାଧ୍ୟମରେ ୧୦୦ ପ୍ରତିଶତ ଅର୍ଥରେ ସରକାର ଦ୍ବାରା କରାଯିବା ଉଚିତ୍‌ । ଏହି ୨୯୦ ମିଟର ରାସ୍ତା ଗତ ମାର୍ଚ୍ଚ ଆରମ୍ଭ ହୋଇଥିବା ବେଳେ ମାତ୍ର ୧ ମାସ ମଧ୍ୟରେ ଶେଷ ହୋଇଥିଲା । ଏହାକୁ ଭନୁର ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ନିରୀକ୍ଷଣ କରୁଥିଲେ । ଜିଲ୍ଲା ପ୍ରଶାସନ ଏହି ରାସ୍ତାକୁ ୧୦.୫୦ ଲକ୍ଷ ଟଙ୍କା ବ୍ୟୟରେ କରିବାକୁ ଅନୁମତି ଦେଇଥିଲେ । ଏହାପରେ ଚନ୍ଦ୍ରଶେଖରନ ରାସ୍ତା ନିର୍ମାଣ କାର୍ଯ୍ୟରେ ନିଜ ଅର୍ଥ ବ୍ୟୟ କରିଥିଲେ ।"

ABOUT THE AUTHOR

...view details