କୋଲକାତା: ଦେଶରେ ହୁ ହୁ ବଢୁଛି ତେଲ ଦର । ଲିଟର ପିଛା 100 ଟପିଲାଣି ଦର । ଏପରି ଅହେତୁକ ଦର ବୃ୍ଦ୍ଧି ନେଇ ସାଧାରଣ ଲୋକଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଦର ବୃଦ୍ଧି ନେଇ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ମୁଣ୍ତ ଟେକିବାକୁ ଲାଗିଲାଣି । ତୈଳ ଦର ବୃଦ୍ଧି ବିରୋଧରେ ଜୁଲାଇ 10 ଓ 11ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ TMC ।
କୋରୋନାର ସମସ୍ତ ଗାଇଡଲାଇନ ପାଳନ କରି ଏହି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀ । ତେଲ ଦର ବୃଦ୍ଧିକୁ ପ୍ରତିବାତ କରି ରାଜ୍ୟର ସମସ୍ତ ବ୍ଲକ, ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ପାର୍ଥ ଚାଟାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏପରି ତେଳ ଦର ବୃଦ୍ଧି ସାଧାରଣ ଲୋକଟିକୁ ଦୁଃଖ ଦେଉଛି । ମେ ମାସରେ ଆଠ ଥର ତେଲ ଦର ବଢିଥିବାବେଳେ ଜୁନ ମାସରେ ଛଅ ଥର ବଢିଛି ବୋଲି କହିଛନ୍ତି ମମତା ।