ଓଡିଶା

odisha

By

Published : Jul 22, 2021, 4:33 PM IST

Updated : Jul 22, 2021, 5:06 PM IST

ETV Bharat / bharat

Pegasus project: ସଂସଦରେ IT ମନ୍ତ୍ରୀଙ୍କ ପେପର ଚିରିଲେ TMC ସାଂସଦ

ପେଗାସସ ଜାସୁସି ମାମଲାରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୟାନ ଦେଉଥିବା ସମୟରେ ତାଙ୍କ ହାତରୁ ପେପର ଛଡାଇ ଚିରି ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ । ଅଧିକ ପଢନ୍ତୁ...

IT ମନ୍ତ୍ରୀଙ୍କ ପେପର ଚିରି ପେଗାସସ ପବନରେ ଉଡାଇଲେ ଟିଏମସି ସାଂସଦ
IT ମନ୍ତ୍ରୀଙ୍କ ପେପର ଚିରି ପେଗାସସ ପବନରେ ଉଡାଇଲେ ଟିଏମସି ସାଂସଦ

ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ ଉଗ୍ର ରୂପ ନେଉଛି ପେଗାସସ ଝଡ (Pegasus project) । ଅଶାନ୍ତ ସଂସଦ । ଉଠୁଛି ପଡୁଛି ଗୃହ । ବିରୋଧୀଙ୍କ ଜୋରଦାର ହଙ୍ଗାମା ମଧ୍ୟରେ ଗୁରୁବାର ମଧ୍ୟ ଚାଲିପାରିନି ଗୃହ କାର୍ଯ୍ୟ । ହଙ୍ଗାମା ଏତେ ଜୋରରେ ଥିଲା ଯେ ତାହା ଧସ୍ତାଧସ୍ତି ପର୍ଯ୍ୟନ୍ତ ପହଁଞ୍ଚିଯାଇଛି। ପେଗାସସ ଜାସୁସି ମାମଲାରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୟାନ ଦେଉଥିବା ସମୟରେ ତାଙ୍କ ହାତରୁ ପେପର ଛଡାଇ ଚିରି ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ।

ଯେଉଁ ସମୟରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା (IT) ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ନିଜର ବୟାନ ଦେଉଥିଲେ, ସେତେବେଳେ ତାଙ୍କ ହାତରୁ ପେପର ଛଡାଇ ଚିରିଦେଇଥିଲେ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ । ଏହାପରେ ମାର୍ଶାଲଙ୍କୁ ଘଟଣାରେ ହସ୍ତକ୍ଷେପ କରିବାକୁପଡିଥିଲା ।

ହଙ୍ଗାମା କାରଣରୁ ଆଇଟି ମନ୍ତ୍ରୀ ପେଗାସସ ବିବାଦ ଉପରରେ ନିଜର ବୟାନ ସିଠକ ଭାବରେ ଦେଇପାରିନଥିଲେ । ପେଗାସସ ଝଡ ଯୋଗୁଁ ଆଜି ବି ଧୋଇଯାଇଛି ଶୂନ୍ୟକାଳ ଓ ପ୍ରଶ୍ନକାଳ । ଦୁଇଥର ମୁଲତବୀ ପରେ ଦିନ ୨ଟାରେ ଯେତେବେଳେ ସଂସଦ ଆରମ୍ଭ ହେଲା ସେତେବେଳେ ଉପସଭାପତି ହରିବଂଶ ବୟାନ ଦେବା ପାଇଁ ଅଶ୍ବିନୀ ବୈଷ୍ଣବଙ୍କ ନାଁ ଡାକିଥିଲେ । ଆଉ ପୁନର୍ବାର ହଙ୍ଗାମା ଆରମ୍ଭ କରିଦେଇଥିଲେ ବିରୋଧୀ ।

ବୈଷ୍ଣବ ବୟାନ ଆରମ୍ଭ କରିବା କ୍ଷଣି ହଙ୍ଗାମା ଆହୁରି ତୀବ୍ର ହୋଇଥିଲା । ଯାହାଫଳରେ ତାଙ୍କ କଥା ଆଉ ଶୁଣାଯାଇନଥିଲା । ଉପସଭାପତି ବିରୋଧୀଙ୍କ କାର୍ଯ୍ୟକଳାପକୁ ଅସଂସଦୀୟ କହି ବୟାନକୁ ଲିଖିତ ଆକାରରେ ଦେବାକୁ କହିଥିଲେ । ଆଉ ଏହାପରେ ବୈଷ୍ଣବଙ୍କ ହାତରୁ ପେପର ଛଡାଇ ତାହାକୁ ଚିରିଦେଇଥିଲେ ଟିଏମସି ସାଂସଦ ।

ଟିଏମସି ସାଂସଦ କେବଳ ପେରର ଚିରି ନଥିଲେ, ଏହାକୁ ପବନରେ ଉଡାଇଦେଇଥିଲେ । ଏପଟେ ଟିଏମସି ସାଂସଦଙ୍କ ଏପରି ବ୍ୟବହାରକୁ କଡା ନିନ୍ଦା କରିଛନ୍ତି ବିଜେପି ନେତା । ବିଜେପି ରାଜ୍ୟସଭା ସଦସ୍ୟ ସ୍ବପନ ଦାଶଗୁପ୍ତା ଏହାକୁ ବିରୋଧୀଙ୍କ ଅନୁଚିତ ବ୍ୟବହାର କହିଛନ୍ତି ।

Last Updated : Jul 22, 2021, 5:06 PM IST

ABOUT THE AUTHOR

...view details