ଡେରାଡୁନ: ଉତ୍ତରାଖଣ୍ଡରେ କୋରୋନା ବିପର୍ଯ୍ୟୟ ଜାରି ରହିଛି । କୋରୋନାକୁ ରୋକିବା ପାଇଁ ସରକାର ପୂର୍ବରୁ ଜୁନ୍ 22 ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରିଥିଲେ, କିନ୍ତୁ ବର୍ତ୍ତମାନ ସରକାର କର୍ଫ୍ୟୁକୁ ଜୁନ୍ 29 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟପଟେ ଚାରିଧାମ ଯାତ୍ରା ସମ୍ବନ୍ଧରେ ସରକାର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଜୁଲାଇ 11 ରୁ ସମସ୍ତ ଲୋକ ଚାରିଧାମ ଯାତ୍ରା କରିପାରିବେ।
ଏହାସହ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ କିଛି କୋହଳ କରାଯାଇଛି । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସପ୍ତାହରେ 5 ଦିନ ଖୋଲିବାକୁ ଅନୁମତି ଦିଆଯାଇଛି। ଏବଂ ସପ୍ତାହର ଶନିବାର ଏବଂ ରବିବାର ଦିନ ପୂର୍ବ ପରି ଦୋକାନଗୁଡ଼ିକ ବନ୍ଦ ରହିବ । 50 ପ୍ରତିଶତ କ୍ଷମତା ସହ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲାଯାଇପାରିବ । ତେବେ ରେଷ୍ଟୁରାଣ୍ଟ ଅପରେଟରମାନଙ୍କ ପାଇଁ ଏକ ନିର୍ଦ୍ଦେଶ ରହିଛି ଯେ, ସେମାନେ ରେଷ୍ଟୁରାଣ୍ଟକୁ ରାତି 10 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ବନ୍ଦ ରଖିବେ ।