ଭୁବନେଶ୍ବର:ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ଏହାର ପ୍ରଭାବରେ ବର୍ଷା ନେଇ ଆଜି 20 ଜିଲ୍ଲାକୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଅଣ୍ଡାମାନ ସାଗରୀୟ ଅଞ୍ଚଳରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି ।
ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ଏହି ଘୁର୍ଣ୍ଣିବଳୟ କ୍ଷେତ୍ର ଲଘୁଚାପ କ୍ଷେତ୍ରରେ ପରିଣତ ହେବ । କାଳକ୍ରମେ ଏହା ଉତ୍ତର-ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହୋଇପାରେ । 8 ତାରିଖ ପର୍ଯ୍ୟନ୍ତ ଓଡିଶା ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ । ବର୍ତ୍ତମାନ ରାଜ୍ୟରେ ଯେଉଁ ବର୍ଷା ହେଉଛି, ତାହା କାଳବୈଶାଖୀ ଜନିତ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।