ନୂଆଦିଲ୍ଲୀ:ଦେଶର ଆଜି(ଗୁରୁବାର) ୫ଟି ରାଜ୍ୟରେ ଚାଲିଛି ଭୋଟ ଗଣତି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣନା ହେଉଛି । ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ କିଏ କେଉଁ ଆସନ ହାତେଇବ ତାହା ଉପରେ ସମସ୍ତଙ୍କ ନଜର । ଏହାରି ମଧ୍ୟରେ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡ଼ରେ ପଛୁଆ ରହିଛନ୍ତି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ପଞ୍ଜାବ ଓ ଗୋଆ ମୁଖ୍ୟମନ୍ତ୍ରୀ ପଛରେ ରହିଛନ୍ତି ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ପଛୁଆ ରହିଛନ୍ତି । ସେ ୨ଟି ଆସନରୁ ନିର୍ବାଚନ ଲଢୁଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରୁ ନିର୍ବାଚନ ଲଢୁଥିବା ବେଳେ ପଛରେ ରହିଛନ୍ତି । ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ପଛରେ ରହିଛନ୍ତି । ଅନ୍ୟପଟେ ୪ଟି ରାଜ୍ୟରେ ବିଧାନସଭା ଆସନଗୁଡ଼ିକରେ ବିଜେପି ଟ୍ରେଣ୍ଡ କରୁଥିବା ବେଳେ ଆପ ପଞ୍ଜାବରେ ଟ୍ରେଣ୍ଡ କରୁଛି ।