ଓଡିଶା

odisha

ସୋପୋରରୁ ତିନି LeT ଆତଙ୍କୀ ଗିରଫ

By

Published : Aug 27, 2022, 7:39 AM IST

ଉତ୍ତର କାଶ୍ମୀରର ସୋପୋରରୁ ଲସ୍କର ଏ ତୋଏବା(LeT)ର ୩ ଆତଙ୍କୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ସୋପୋରରୁ ତିନି ଆତଙ୍କୀଙ୍କୁ ଗିରଫ କଲା ପୋଲିସ
ସୋପୋରରୁ ତିନି ଆତଙ୍କୀଙ୍କୁ ଗିରଫ କଲା ପୋଲିସ

ଶ୍ରୀନଗର:ଜମ୍ମୁ-କଶ୍ମୀର ପୋଲିସ(Jammu and Kashmir Police)କୁ ସଫଳତା । ଲସ୍କର-ଏ-ତୋଏବା(LeT)ର ୩ ଆତଙ୍କୀ(Three LeT Terrorists Arrested)ଙ୍କୁ ଗିରଫ କଲା ପୋଲିସ । ସୋପୋର ପୋଲିସର ମିଳିତ ଅପରେସନରେ ଏହି ସଫଳତା ପାଇଛି ପୋଲିସ । ଉତ୍ତର କାଶ୍ମୀରର ସୋପୋରରୁ ଆତଙ୍କୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ହେଉଛନ୍ତି ଶାରିକ ଆଶ୍ରାଫ, ସାକଲେନ୍ ମୁଶ୍ଟକ୍ ଏବଂ ତଓ୍ବାଫିକ୍ ହାସନ ଶେଖ ବୋଲି ଜଣାପଡିଛି । ଏନେଇ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଗୋରିପୁରାରୁ ବୋମାଇ ଅଭିମୁଖେ ଆସୁଥିବା ବେଳେ ଏହି ତିନି ଜଣଙ୍କ ଗତିବିଧିକୁ ସନ୍ଦେହ କରି ଯାଞ୍ଚ ପାଇଁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେମାନେ ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଖସିପଳାଇବା ପାଇଁ ଉଦ୍ୟମ କରିଥିଲେ । ଏହାପରେ ସୁରକ୍ଷା କର୍ମୀଙ୍କ ଦ୍ବାରା ତାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ତିନୋଟି ଗ୍ରେନେଡ, ନଅଟି ପୋଷ୍ଟର ଏବଂ ୧୨ଟି ପାକିସ୍ତାନୀ ପତାକା ଜବତ କରାଯାଇଥିଲା ।

ଶୁକ୍ରବାର ସନ୍ଧ୍ୟାରେ ବୋମାଇ ପୋଲିସ ଷ୍ଟେସନ ଅଧୀନରେ ଥିବା ବୋମାଇ ଛକରେ ସୋପୋର ପୋଲିସ, 22 ଟି ରାଷ୍ଟ୍ରିୟ ରାଇଫଲ୍ସ (RR) ଏବଂ 179 ବିଏନ୍ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF)ର ମିଳିତ ଅପରେସନରେ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଉଦ୍ୟମ, ସେନା ଗୁଳିରେ ୩ ଆତଙ୍କୀ ସଫା

ତେବେ ଗିରଫ ଆତଙ୍କବାଦୀ ଲସ୍କର-ଏ-ତୋଏବା(LeT)ର ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସାଧାରଣ ନାଗରିକଙ୍କୁ ଆକ୍ରମଣ ପାଇଁ ଏମାନେ ସୁଯୋଗ ଖୋଜୁଥିବା ପୋଲିସ କହିଛି । ଏନେଇ ବୋମାଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ଆତଙ୍କୀଙ୍କୁ ପଚରାଉଚୁରା କରୁଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଏହା ପୂର୍ବରୁ ଅଗଷ୍ଟ ୨୫ରେ ମଡିୟାନ ନାୟକ ପୋଷ୍ଟ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ବେଳେ ୩ ଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଥିଲେ ଭାରତୀୟ ସେନା ଓ ପୋଲିସ (Army and Baramulla Police neutralized infiltrators) । ୩ ଜଣ ଆତଙ୍କୀ କମାଲକୋଟ ସେକ୍ଟରରେ ଅନୁପ୍ରବେଶ କରିଥିବା ସୂଚନା ପାଇବା ପରେ ସେମାନଙ୍କୁ ଟ୍ରାକ୍‌ କରିଥିଲା ଭାରତୀୟ ସେନା । ଟ୍ରାକ୍‌ କରିବା ଉପରେ ୩ ଜଣ ଆତଙ୍କୀଙ୍କୁ ସଫା କରିଥିଲା ସେନା ଓ ପୋଲିସ । ମୃତଦେହ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ସହ ଅନ୍ୟ ହତିଆର ଜବତ ହୋଇଥିଲା ।

ABOUT THE AUTHOR

...view details