ଓଡିଶା

odisha

ETV Bharat / bharat

ବ୍ୟକ୍ତିଙ୍କ ଶରୀରରେ ୩ଟି କିଡନୀ, କହିଲେ ଆବଶ୍ୟକ ପଡିଲେ କରିବେ ଦାନ - ଉତ୍ତର ପ୍ରଦେଶରେ ଜଣଙ୍କ ଶରୀରରେ ୩ କିଡିନୀ ଚର୍ଚ୍ଚା

ବେଳେ ବେଳେ ଭଗବାନଙ୍କ ଚମତ୍କାରିତା ଆଗରେ ବିଜ୍ଞାନ ଆଶ୍ଚର୍ଯ୍ୟ ହୋଇଥାଏ । ଠିକ୍ ଯେମିତି ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ଶରୀରରେ ୩ ଟି କିଡନୀ । ନାହିଁ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା (three kidneys of a young man in Kanpur )। ଆବଶ୍ୟକ ପଡିଲେ କିଡନୀ ଦାନ କରିବାକୁ ମଧ୍ୟ ଆଗ୍ରହୀ ଥିବା ଦେଲେ ସୂଚନା ସମ୍ପୃକ୍ତ ବ୍ୟକ୍ତି । ଅଧିକ ପଢନ୍ତୁ

ବ୍ୟକ୍ତିଙ୍କ ଶରୀରରେ ୩ଟି କିଡିନି, କହିଲେ ଆବଶ୍ୟକ ପଡିଲେ କରିବେ ଦାନ
ଗୋଟିଏ ଶରୀରରେ ବ୍ୟକ୍ତିଙ୍କ ଶରୀରରେ ୩ଟି କିଡିନି, କହିଲେ ଆବଶ୍ୟକ ପଡିଲେ କରିବେ ଦାନକିଡିନି

By

Published : Aug 24, 2022, 9:36 PM IST

ଲକ୍ଷ୍ନୌ: ମଣିଷର ଶରୀରର ଗଠନରେ ବେଳେ ବେଳେ ଅସ୍ବାଭାବିକତା ପରି କିଛି ଘଟଣା ସମ୍ନାକୁ ଆସେ । ବାହ୍ୟଅଙ୍ଗ ପ୍ରତ୍ୟେଙ୍ଗରେ ବ୍ୟତିକ୍ରମ ମଣିଷଙ୍କୁ ମଧ୍ୟ ଶାରୀରିକ ଗଠନରେ ଭିନ୍ନତା ପାଇଁ ଚର୍ଚ୍ଚାର ପରିସରକୁ ଆଣିଥାଏ । ଏପରି ଅସ୍ବାଭାବିକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । କାନପୁରରେ ଜଣେ ବ୍ୟବସାୟୀଙ୍କ ଶରୀରରେ ୩ କିଡନୀ ରହିଥିବା ଜଣାପଡିଛି (three kidneys of a young man in Kanpur )। ଏହା କେବଳ ଚର୍ଚ୍ଚା ନୁହେଁ ବରଂ ଏକାଧିକ ଚାକ୍ତରୀ ପରୀକ୍ଷାରେ ସ୍ପଷ୍ଟ ହୋଇଥିବା ଉକ୍ତ ବ୍ୟକ୍ତି ନିଜେ ପ୍ରକାଶ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ସୁଶୀଲ ଗୁପ୍ତା ଓ ତାଙ୍କ ସହ କଥା ହୋଇଛନ୍ତି ଇଟିଭି ଭାରତ ସମ୍ବାଦଦାତା ।

ବ୍ୟକ୍ତିଙ୍କ ଶରୀରରେ ୩ଟି କିଡନୀ, କହିଲେ ଆବଶ୍ୟକ ପଡିଲେ କରିବେ ଦାନ

ସୁଶିଲ କହିଛନ୍ତି, 2020 ମସିହାରେ ସେ ଗାଲ ବ୍ଲାଡରର ଅପରେସନ ପାଇଁ ଅଲଟ୍ରାସାଉଣ୍ଡ କରିଥିଲେ । ସେତେବେଳେ ପ୍ରଥମ କରି ତାଙ୍କ ଶରୀରର ଏହି ଅସ୍ବାଭାବିକତା ସମ୍ପର୍କରେ ଜଣାପଡିଥିଲା । ତାଙ୍କ ଶରୀରରେ ତିନୋଟି କିଡନୀ ଥିବା କଥା ପରୀକ୍ଷାରୁ ଜଣାପଡିଥିଲା । ସେତେବେଳେ ସେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । କିଛି ମାସ ପରେ ପୁଣି ଏକ ଅଲଟ୍ରାସାଉଣ୍ଡ କରାଯାଇଥିଲା ଏବଂ ସେଥିରେ ତିନୋଟି କିଡନୀ ଥିବା ନେଇ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ କରିଥିଲେ ଡାକ୍ତର ।

ତେବେ ଏପରି ବ୍ୟତିକ୍ରମ ସତ୍ତ୍ବେ ମଧ୍ୟ ଅନ୍ୟ ଏକ ଆଶ୍ବସ୍ତିକର ସୂଚନା ହେଉଛି, 52 ବର୍ଷୀୟ ସୁଶୀଲ ଏପର୍ଯ୍ୟନ୍ତ କୌଣସି କିଡନୀ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି । ସେ ସାଧାରଣ ଭାବେ ସମସ୍ତ କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ଏପରି ସୂଚନା ପାଇଁ ବ୍ୟସ୍ତ ମଧ୍ୟ ନୁହନ୍ତି । ଅନ୍ୟପଟେ ୩ଟି କିଡନୀ ଥିବା କାରଣରୁ ସେ ଆବଶ୍ୟକ ପଡିଲେ ଗୋଟିଏ କିଡନୀ ଦାନ କରିବେ ବୋଲି ମଧ୍ୟ ଆଗ୍ରହ ଦେଖାଇଛନ୍ତି । ସେ ପୂର୍ବରୁ ମଧ୍ୟ ନିଜ ଆଖି ଦାନ କରିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ପୁରା କରିସାରିଛନ୍ତି ।

ତେବେ ଆବଶ୍ୟକ ପଡିଲେ ସେ କିଡନୀ ଦାନ ପାଇଁ ମଧ୍ୟ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି । ସ୍ବାଭାବିକ ଭାବେ ଜଣେ ସୁସ୍ଥ ମଣିଷ ଶରୀରରେ ୨ଟି କିଡନୀ ରହିବା ଜରୁରୀ । ଏପରି ସ୍ଥଳେ ୩ କିଡନୀ ରହିବା ଓ ସୁସ୍ଥ ଭାବେ ଜୀବନ ଜାପନ କରିପାରିବା ମଧ୍ୟ ଏକ ଆର୍ଶୀବାଦ ବୋଲି ସେ ମାନନ୍ତି । ତେବେ ସେ ଏଥିପାଇଁ ଇଶ୍ବରଙ୍କୁ ଧନ୍ୟବାଦ ମଧ୍ୟ ଦିଅନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details