ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ସଂକ୍ରମଣ ମାଡି ଚାଲିଥିବାବେଳେ ବଢୁଥିବା ମୃତ୍ୟୁ ସଂଖ୍ୟା ସମସ୍ତଙ୍କୁ ଭୟଭୀତ କରୁଛି । ତେବେ ଉତ୍ତରପ୍ରଦେଶରୁ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଘରେ ସଙ୍ଗରୋଧରେ ଥିବାବେଳେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ଗୁରୁତର ଅବସ୍ଥାରେ ମାଆକୁ ଘରୁ ଉଦ୍ଧାର କରାଯାଇଛି ।
ହୋମ କ୍ବାରେଣ୍ଟାଇନରେ ଥିବାବେଳେ ବାପ-ପୁଅଙ୍କ ମୃତ୍ୟୁ, ମା ଗୁରୁତର
ରାଜଧାନୀ ଲକ୍ଷ୍ନୌରେ ମଧ୍ୟ କୋରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକେ ଏବେ ଆତଙ୍କୀତ ଅବସ୍ଥାରେ ରହିଛନ୍ତି । ଘରେ ସଙ୍ଗରୋଧରେ ଥିବାବେଳେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ଗୁରୁତର ଅବସ୍ଥାରେ ମାଆକୁ ଘରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...
ଲକ୍ଷ୍ନୌର କୃଷ୍ଣା ନଗର ଥାନାରେ ଏହି ଘଟଣା ଘଟିଛି । ଯେଉଁଠି କୃଷ୍ଣାନଗରର ଏଲଡିଏ କଲୋନୀର ହୋମ କ୍ବାରେଣ୍ଟାଇନରେ ଥିବାବେଳେ 65 ବର୍ଷୀୟ ବାପା ଓ 25 ବର୍ଷୀୟ ପୁଅର ମୃତ୍ୟୁ ଘଟିଛି । ରାଜଧାନୀ ଲକ୍ଷ୍ନୌରେ ମଧ୍ୟ କୋରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏଭଳି ସ୍ଥିତିରେ ଲକ୍ଷ୍ନୌର ଶ୍ମଶାନ ଘାଟରେ ଲମ୍ବା ଧାଡିରେ ଥିବା ମୃତଦେହ, ସରକାରୀଙ୍କ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହସ୍ପିଟାଲରେ ବେଡ ଓ ଅକ୍ସିଜେନ ଅଭାବରୁ ଲୋକେ ଘରେ ରହି ନିଜର ଚିକିତ୍ସା କରୁଛନ୍ତି । ଆଉ ଏହି ସମୟରେ ଅନେକ ଉପଯୁକ୍ତ ଚିକିତ୍ସା ନପାଇ ମରଣ ମୁହଁରେ ପଡୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ପଡୋଶୀଙ୍କୁ ଘରୁ ଦୁର୍ଗନ୍ଧ ଆସିବାରୁ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବଡ ହାତୁଡି ସାହାଯ୍ୟରେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା । ସେତେବେଳକୁ ବାପ-ପୁଅଙ୍କ ମରଶରୀର ପଡିଥିବାବେଳେ 60 ବର୍ଷୀୟ ପତ୍ନୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଛି ।