ଓଡିଶା

odisha

ETV Bharat / bharat

ଖେଳ ହେଲା କାଳ, ମାଟି କାନ୍ଥ ଭୁଶୁଡ଼ି 3 ଶିଶୁ ମୃତ

ମାଟି କାନ୍ଥ ତଳେ ଚାପି ହୋଇ ଲିଭିଗଲା 3ଟି ନୀରିହ ଶିଶୁଙ୍କ ଜୀବନ ଦୀପ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 30, 2023, 10:16 PM IST

ମାଟି କାନ୍ଥ ଭୁଶୁଡ଼ି 3 ଶିଶୁ ମୃତ
ମାଟି କାନ୍ଥ ଭୁଶୁଡ଼ି 3 ଶିଶୁ ମୃତ

କୋଲକାତା: ଅବେଳରେ ଘୋଟି ଆସିଲା ଅନ୍ଧାର। ଖେଳ ସାଜିଲା କାଳ। ମାଟି କାନ୍ଥ ତଳେ ଚାପି ହୋଇ ଲିଭିଗଲା 3ଟି ନୀରିହ ଶିଶୁଙ୍କ ଜୀବନ ଦୀପ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ବଙ୍କୁରା ଜିଲ୍ଲା ବିଷ୍ଣୁପୁର ଥାନା ଅଧିନରେ ଥିବା ବକଡା ବୋରମାରା ଗାାଁରେ ଏକ ଘରର କାନ୍ଥ ଭୁଶୁଡ଼ି ପଡିବା ଫଳରେ 3 ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ତେବେ 3 ଜଣ ଶିଶୁଙ୍କର ବୟସ ଯଥାକ୍ରମେ 3 ବର୍ଷ, 4ବର୍ଷ ଓ 5 ବର୍ଷ ବୋଲି ଜଣାପଡ଼ିଛି। ତେବେ ପରିବାର ଲୋକଙ୍କ କହିବା ଅନୁସାରେ, ମୃତ 3 ଜଣ ଶିଶୁ ଏକ କାନ୍ଥ ନିକଟରେ ଖେଳୁଥିଲେ। ଏହି ସମୟରେ ମାଟି କାନ୍ଥଟି ହଠାତ ଭୁଶୁଡ଼ି ପଡିବା ସହ ଶିଶୁମାନେ ମାଟି ତଳେ ଚାପି ହୋଇଯାଇଥିଲେ। ଏହାପରେ ତୁରନ୍ତ 3 ଶିଶୁଙ୍କୁ ପରିବାର ଲୋକ ଏବଂ ସ୍ଥାନୀୟ ଲୋକେ ମିଶି ବିଷ୍ଣୁପୁର ସୁପର ସ୍ପେସାଲିଷ୍ଟି ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶିଶୁମାନଙ୍କର ମୃତଦେହକୁ ବ୍ୟହଚ୍ଛେଦ ପାଇଁ ପଠାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ...ପଞ୍ଜାବରେ ଟ୍ରେନ ଧକ୍କାରେ 3 ଶିଶୁ ମୃତ, ଜଣେ ଗୁରୁତର

ସେପଟେ ଖବର ପାଇ ବିଷ୍ଣୁପୁର ଥାନା ପୋଲିସ ଘଟମାସ୍ଥଳରେ ପହଞ୍ଚି ମୃତ୍ୟୁର ତଦନ୍ତ ଆରମ୍ଭ କରିଛି। ଏହାସହ ରାଜନୈତିକ ନେତାମାନେ ମୃତ ଶିଶୁମାନଙ୍କ ପରିବାର ଲୋକଙ୍କୁ ଭେଠିବା ସହ ଶାନ୍ତନା ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ମୃତ ଶିଶୁମାନଙ୍କର ପିତିମାତା ଭାଙ୍ଗି ପଡ଼ିଛନ୍ତି। ତେବେ ମୃତ 3 ଜଣ ଶିଶୁ ଗୋଟିଏ ପରିବାରର ବୋଲି ଜଣା ପଡ଼ିଛି। ସେପଟେ ଲଗାଣ ବର୍ଷାରେ ମାଟି କାନ୍ଥ ଭିଜି ଯାଇଥିବା ବେଳେ ପିଲାମାନେ କାନ୍ଥ ନିକଟରେ ଖେଳୁଥିବା ବେଳେ ଏଭଳି ଅଘଟଣ ଘଟିଛି।ତେବେ ଗାଁରେ ଅଧିକାଂଶ ଘର ମାଟି କାନ୍ଥରେ ତିଆରି ହୋଇଥିବାରୁ ଲଗାଣ ବର୍ଷାରେ ଭିଜି କାନ୍ଥ ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି। ।

ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ଏଭଳି ଏକ ଦୁଃଖଦ ଘଠଣା ଦେଖିବାକୁ ମିଳିଥିଲା। କାର ଭିତରେ ଖେଳୁ ଖେଳୁ କାର ଲକ କରି ଦେବାରୁ ଶ୍ବାସରୁଦ୍ଧ ହୋଇ 3 ଶିଶୁଙ୍କ ମୃତ୍ୟୁ ହୋଇଥିଲା । ନିଖୋଜର ଗୋଟିଏ ଦିନ ପରେ ସାମେନଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ଘର ଠାରୁ ମାତ୍ର 50 ମିଟର ଦୂରରୁ ମୃତଦେହ ଉଦ୍ଧାର କରିଥିଲା ପେଲିସ। ମୃତକଙ୍କ ମଧ୍ୟରେ ଦୁଇ ଜଣ ଭାଇ ଉଭଣୀ ରହିଥିଲେ । ସମସ୍ତଙ୍କ ବୟସ 4ରୁ 6 ବର୍ଷ ବୋଲି ଜଣାପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details