ଓଡିଶା

odisha

ETV Bharat / bharat

10 ଲକ୍ଷ ମୂଲ୍ୟର ଡ୍ରଗ୍ସ ଜବତ, 3 ଚାଲାଣକାରୀ ଗିରଫ

କମିଶନରଙ୍କ ଟାସ୍କ ଫୋର୍ସ, ଉତ୍ତର ଜୋନର ଟିମ ସମେତ ପୋଲିସର ମିଳିତ ଚଢାଉରେ 3 ଡ୍ରଗ୍ସ ଚାଲାଣକାରୀ ଗିରଫ । ଅଧିକ ପଢନ୍ତୁ...

By

Published : Nov 20, 2020, 10:45 AM IST

Three arrested in secunderabad with drugh worth 10 lakhs
10 ଲକ୍ଷ ମୂଲ୍ୟର ଡ୍ରଗ୍ସ ଜବତ, 3 ଚାଲାଣକାରୀ ଗିରଫ

ହାଇଦ୍ରାବାଦ:ତେଲେଙ୍ଗାନା ସିକନ୍ଦରାବାଦର ବୋଓ୍ବେନପାଲି ଅଞ୍ଚଳରୁ ତିନି ଜଣ ଡ୍ରଗ୍ସ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଗୁରୁବାର କମିଶନରଙ୍କ ଟାସ୍କ ଫୋର୍ସ, ଉତ୍ତର ଜୋନର ଟିମ ସମେତ ପୋଲିସ ଏକ ଘରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନେ ହେଲେ ତେଜାବତ ସୁରେଶ, ସଗୀର ଅହମ୍ମଦ ଏବଂ ସେକ ସୋନ୍ଦୁ ମିଆଁ । ତେବେ ଘଟଣାସ୍ଥଳରୁ ମହମ୍ମଦ ସଲମାନ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତଙ୍କ ନିକଟରୁ 10 ଲକ୍ଷ ଟଙ୍କା ମୂଲ୍ୟର 200 ଗ୍ରାମ ଡ୍ରଗ୍ସ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଅଞ୍ଚଳରେ କିଛି ବ୍ୟବସାୟୀ ନାର୍କୋଟିକ ଡ୍ରଗ୍ସ ଚାଲାଣ କରୁଥିବା ନେଇ ପୋଲିସ ଖବର ପାଇଥିଲା । ଅଭିଯୁକ୍ତମାନେ ଗ୍ରାହକଙ୍କୁ ଡ୍ରଗ୍ସ ବିକିବା ପାଇଁ ଏକ ଘରେ ଡ୍ରଗ୍ସକୁ ଲୁଚାଇ ରଖିଥିଲେ । ଘଟଣାସ୍ଥଳରେ ଟାସ୍କ ଫୋର୍ସ ଓ ପୋଲିସ ମିଳିତ ଭାବେ ଚଢାଉ କରି ଚାଲାଣକାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବେରୋଜଗାର ଥିବାବେଳେ ଅନ୍ୟ ଦୁଇଜଣ ଛୋଟ ଅନଲାଇନ ଟେଲି ମାର୍କେଟିଂ ବ୍ୟବସାୟୀ ଭାବେ କାର୍ଯ୍ୟ କରନ୍ତି । ଆର୍ଥିକ ସମସ୍ୟା ଯୋଗୁଁ ସେମାନେ ଏହି ବେଆଇନ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ପୋଲିସ କହିଛି ।

ଅଭିଯୁକ୍ତମାନେ ମୁମ୍ବାଇର କିଛି ଡ୍ରଗ୍ସ ଡିଲରଙ୍କ ଠାରୁ ଗ୍ରାମ ପିଛା 2,500 ଟଙ୍କା ଦେଇ ନାର୍କୋଟିକ ଡ୍ରଗ୍ସ କିଣୁଥିଲେ ଏବଂ ତାହାକୁ 5 ହଜାର ଟଙ୍କାରେ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ବିକ୍ରି କରୁଥିଲେ । ତେବେ କେବଳ ଡ୍ରଗ୍ସ ନୁହେଁ, ଘଟଣାସ୍ଥଳରୁ 7 ଟି ମୋବାଇଲ ଫୋନ, ଡ୍ରଗ୍ସ ଭର୍ତ୍ତି କରିବାକୁ 250ଟି ପ୍ଲାଷ୍ଟିକ ଖୋଳ, 260 ଟି ଧଳା ଲଫାପା, ଗୋଟିଏ ଓଜନ ମେସିନ ଓ ବ୍ୟାଗ ଜବତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details