ଓଡିଶା

odisha

By

Published : Dec 5, 2021, 3:19 PM IST

ETV Bharat / bharat

Snakebite Death In India: ପ୍ରତି ବର୍ଷ ସାପ କାମୁଡାରେ ପ୍ରାଣ ହରାଉଛନ୍ତି ୫୮ ହଜାର

ସାପ କାମୁଡ଼ିବା (Snake bite death in India) କାରଣରୁ ଭାରତରେ ପ୍ରତିବର୍ଷ ପ୍ରାୟ ୫୮,୦୦୦ ଲୋକ ପ୍ରାଣ ହରାଉଛନ୍ତି । କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ସୂଚନା । ଅଧିକ ପଢନ୍ତୁ

ପ୍ରତି ବର୍ଷ ସାପ କାମୁଡାରେ ଦେଶରେ ପ୍ରାଣ ହରାଉଛନ୍ତି ୫୮ ହଜାର ଲୋକ
ପ୍ରତି ବର୍ଷ ସାପ କାମୁଡାରେ ଦେଶରେ ପ୍ରାଣ ହରାଉଛନ୍ତି ୫୮ ହଜାର ଲୋକ

ନୂଆଦିଲ୍ଲୀ: ସାପ କାମୁଡ଼ିବା (Snakebite death in India) କାରଣରୁ ଭାରତରେ ପ୍ରତିବର୍ଷ ପ୍ରାୟ ୫୮,୦୦୦ ଲୋକ ପ୍ରାଣ ହରାଉଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ । ଏହି ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉପରେ ସରକାର ବିଶେଷ ଗୁରୁତ୍ବ ଦେବା ଏବେ ଆବଶ୍ୟକତା ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭାରତରେ ପ୍ରତିବର୍ଷ ପ୍ରତି ପାଞ୍ଚ ମିନିଟରେ 5ଜଣଙ୍କ ମଧ୍ୟରୁ ୪ ଜଣ ସାପକାମୁଡାରେ ଶିକାର ହେଉଛନ୍ତି । ଫଳରେ ଏହା ଅକ୍ଷମତା ସୃଷ୍ଟି କରୁଛି (Snakebite caused disability major concern) । କିନ୍ତୁ ଏହାକୁ ଅବହେଳା କରାଯାଉଛି । 2000ରୁ 2019 ପର୍ଯ୍ୟନ୍ତ, ସାପ କାମୁଡ଼ିବା କାରଣରୁ 1.2 ମିଲିୟନ ଲୋକ ମୃତ୍ୟୁବରଣ କରିଥିବାବେଳେ ଭାରତରେ ପ୍ରତିବର୍ଷ ପ୍ରାୟ 58,000 ଲୋକ ସାପ କାମୁଡ଼ା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । ଏହି ଗମ୍ଭୀର ପ୍ରସଙ୍ଗକୁ ସରକାରଙ୍କ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ ରହିଥିବା ଭିନ୍ନକ୍ଷମ ଦିବସରେ ଏହା କହିଛନ୍ତି ମନ୍ତ୍ରୀ ।

ତେବେ ସାପ କାମୁଡା ପାଇଁ ନୂଆ ନୂଆ ଟେକ୍ନୋଲୋଜି ଉଦ୍ଭାବନ କରାଯିବାର ଆବଶ୍ୟକତା ରହିଛି ଏବଂ ଯେଉଁ ଲୋକ ବିଷ ବାହାର କରୁଛନ୍ତି ସେହିମାନଙ୍କୁ ଉତ୍ସାହିତ କରିବା ଉଚିତ୍‌ । ସାପ କାମୁଡ଼ିବା କାରଣରୁ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ଏକ ନୂତନ ନୀତି ପ୍ରସ୍ତୁତ କରାଯିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details