ଓଡିଶା

odisha

ETV Bharat / bharat

ଜଣେ ଡାକ୍ତରଙ୍କ ନାଁରେ ଚାଲୁଛି ୮୩ ହସ୍ପିଟାଲ - ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ ଦୁର୍ନୀତି

ଉତ୍ତର ପ୍ରଦେଶରେ ଜଣେ ଡାକ୍ତରଙ୍କ ନାଁରେ ଚାଲୁଛି ୮୩ ହସ୍ପିଟାଲ । ଅନଲାଇନରେ ଲାଇସେନ୍ସ ନବୀକରଣ ଆବେଦନ ଯାଞ୍ଚ ପରେ ସାମ୍ନାକୁ ଆସିଲା ମହାଦୁର୍ନୀତି । ଅଧିକ ପଢ଼ନ୍ତୁ

ଜଣେ ଡାକ୍ତରଙ୍କ ନାଁରେ ଚାଲୁଛି ୮୩ ହସ୍ପିଟାଲ
ଜଣେ ଡାକ୍ତରଙ୍କ ନାଁରେ ଚାଲୁଛି ୮୩ ହସ୍ପିଟାଲ

By

Published : Jun 20, 2023, 2:42 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି । ରାଜ୍ୟରେ ୧୫ ଜଣ ଏମିତି ଡାକ୍ତର ଅଛନ୍ତି, ଯେଉଁମାନଙ୍କ ନାଁରେ ଆଗ୍ରା ଏବଂ ଏହାର ଆଖପାଖ ଜିଲ୍ଲାରେ ପ୍ରାୟ ୪୪୯ଟି ହସ୍ପିଟାଲ ଏବଂ କ୍ଲିନିକ ପଞ୍ଜିକୃତ ରହିଛି । ଏହିସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନେ ବେଆଇନ ଭାବେ ପୂର୍ଣ୍ଣକାଳୀନ ସେବା ଯୋଗାଉଛନ୍ତି । ସେହି ଡାକ୍ତରମାନଙ୍କ ମଧ୍ୟରୁ କେବଳ ଜଣକ ନାଁରେ ଏକାଥରେ ୮୩ଟି ହସ୍ପିଟାଲ ପଞ୍ଜିକୃତ ଅଛି । ମିରଟ, କାନପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଚାଲୁଛି । ଅନ୍‌ଲାଇନ୍‌ରେ ହସ୍ପିଟାଲ ଓ କ୍ଲିନିକର ଲାଇସେନ୍ସ ନବୀକରଣ ଆବେଦନର ଯାଞ୍ଚ ସମୟରେ ଏହି ମହାଘୋଟାଲା ସାମ୍ନାକୁ ଆସିଛି ।

ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ ହସ୍ପିଟାଲ ଓ କ୍ଲିନିକର ଲାଇସେନ୍ସ ନବୀକରଣ ପ୍ରକ୍ରିୟା ଅନଲାଇନରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନଲାଇନରେ ନବୀକରଣ ଆବେଦନ ବାଧ୍ୟତାମୂଳକ କରାଯାଇଛି । ଏହି ଆବେଦନଗୁଡିକର ଯାଞ୍ଚ ସମୟରେ ୧୫ ଜଣ ଡାକ୍ତରଙ୍କ ନାଁରେ ୪୪୯ଟି ସ୍ବାସ୍ଥ୍ୟକେନ୍ଦ୍ର ପଞ୍ଜିକୃତ ଥିବା ଦେଖାଯାଇଛି । ଏନେଇ ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ଶ୍ରୀବାସ୍ତବ କହିଛନ୍ତି, ସମ୍ପୃକ୍ତ ଡାକ୍ତରମାନଙ୍କୁ ନୋଟିସ୍ ପଠାଯାଇଛି । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଏହି ଅଭିଯୁକ୍ତ ଡାକ୍ତରଙ୍କ ତାଲିକାରେ ହୃଦରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଏବଂ ସର୍ଜନ ସାମିଲ ଅଛନ୍ତି ।

ସୂତ୍ରରୁ ପ୍ରାପ୍ତ ସୂଚନା ଅନସାରେ, ଆବେଦନକାରୀଙ୍କ ମଧ୍ୟରେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଡାକ୍ତର ନହୋଇ ଡାକ୍ତର ଭାବେ ସ୍ବାସ୍ଥ୍ୟ ବିଭାଗ ଠାରୁ ଲାଇସେନ୍ସ ପ୍ରାପ୍ତ କରି ଏକାଧିକ ହସ୍ପିଟାଲ, କ୍ଲିନିକ ଏବଂ ପାଥଲୋଜି ଲ୍ୟାବ ପରିଚାଳିତ କରୁଛନ୍ତି । ରାଜ୍ୟ ସରକାର ହସ୍ପିଟାଲ ଲାଇସେନ୍ସ ନବୀକରଣ ପାଇଁ ଅନଲାଇନ ଆବେଦନ କରିବା ବାଧ୍ୟତାମୂଳକ କରିବା ପରେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି ।

ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ରେକର୍ଡ ଅନୁସାରେ, ୨୦୨୨-୨୩ ବର୍ଷରେ ରାଜ୍ୟରେ ସମୁଦାୟ ୧,୨୯୬ଟି ସ୍ବାସ୍ଥ୍ୟକେନ୍ଦ୍ର ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୪୯୪ଟି ହସ୍ପିଟାଲ, ୪୯୩ କ୍ଲିନିକ, ୧୭୦ ପାଥୋଲୋଜି ଲ୍ୟାବ, ୧୦୪ ଡାଇଗ୍ନୋସିସ୍ ସେଣ୍ଟର, ୭ଟି ନମୂନା ସଂଗ୍ରହ କେନ୍ଦ୍ର ଏବଂ ଗୋଟିଏ ଡାଇଲେସିସ୍ ସେଣ୍ଟର ଥିଲା । ୨୦୨୩-୨୪ ବର୍ଷ ପାଇଁ ସ୍ବାସ୍ଥ୍ୟ ବିଭାଗ ୫୭୦ଟି ମେଡିକାଲ ଓ କ୍ଲିନିକର ଲାଇସେନ୍ସ ନବୀକରଣ କରିଛି । ତେବେ ଚିକିତ୍ସା ଅଧିକାରୀଙ୍କ କହିବା ଅନୁସାରେ, ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିଥିବା କେତେକ ହସ୍ପିଟାଲ ଓ କ୍ଲିନିକଗୁଡିକ ନିଜର ପ୍ରଶିକ୍ଷିତ ପାରାମେଡିକାଲ ଷ୍ଟାଫ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଚିକିତ୍ସା ସମ୍ବନ୍ଧୀୟ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ କୌଣସି ପ୍ରକାର ବିବରଣୀ ଦେଇନାହାନ୍ତି ।

ABOUT THE AUTHOR

...view details