ଓଡିଶା

odisha

ETV Bharat / bharat

8ମ ପର୍ଯ୍ୟାୟ ସହ ଇଭିଏମରେ ସିଲହେଲା ବଙ୍ଗବାସୀଙ୍କ ମତ, ମେ’ 2କୁ ଅପେକ୍ଷା - ପଶ୍ଚିମବଙ୍ଗ ନିର୍ବାଚନ ଅପଡେଟ

8ମ ପର୍ଯ୍ୟାୟ ଭୋଟିଂ ସହ ଶେଷ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା । ମେ 2 କୁ ସଭିଙ୍କ ଅପେକ୍ଷା । ଅଧିକ ପଢନ୍ତୁ....

8ମ ପର୍ଯାୟ ସହ ଇଭିଏମରେ ସିଲ ହେଲା ବଙ୍ଗବାସୀଙ୍କ ମତ, ମେ 2କୁ ସମସ୍ତଙ୍କ ନଜର
8ମ ପର୍ଯାୟ ସହ ଇଭିଏମରେ ସିଲ ହେଲା ବଙ୍ଗବାସୀଙ୍କ ମତ, ମେ 2କୁ ସମସ୍ତଙ୍କ ନଜର

By

Published : Apr 29, 2021, 11:09 PM IST

କୋଲକାତା: 8ମ ପର୍ଯ୍ୟାୟ ଭୋଟିଂ ସହ ଶେଷ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା । ଆଜି (ଗୁରୁବାର) 8ମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ମତଦାନ ଶେଷ ସୁଦ୍ଧା 76.07 ଭୋଟିଂ ରେକର୍ଡ କରାଯାଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଲୟ ପକ୍ଷରୁ ସୂଚନା ମିଳିଛି । ଅନ୍ତିମ ପର୍ଯ୍ୟାୟ ଭୋଟିଂରେ ସେଭଳି କିଛି ବଡ ଧରଣର ହିଂସା କାଣ୍ଡ ଦେଖିବାକୁ ମିଳିନାହିଁ ।

ଅନ୍ତିମ ପର୍ଯ୍ୟାୟରେ ମୋଟ 35 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 11 ହଜାର 860 ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା । ଏହି ପର୍ଯ୍ୟାୟରେ ମୋଟ 84 ଲକ୍ଷ 77 ହଜାର ଭୋଟର 283 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ତେବେ ରାଜ୍ୟରେ କେଉଁଠି ବଡ ଧରଣର ହିଂସା କାଣ୍ଡ ଦେଖିବାକୁ ମିଳିନଥିବାବେଳେ ମୁର୍ସିଦାବାଦରେ ଏକ ପୋଲିଂ ବୁଥ ବାହାରେ କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ସହ ପୋଲିସ ମୂତୟନ କରି ପରସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ସେହପରି ଆଜିର ଭୋଟିଂ ପାଇଁ ବିଭିନ୍ନ ପୋଲିଂ ବୁଥରେ କୋଭିଡ କଟକଣା କଡାକଡି ପାଲନ ଉପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ଗୁରୁତ୍ବ ଦେଇ ବିଶେଷ ବ୍ୟବସ୍ଥା କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ 27 ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବଙ୍ଗ ନିର୍ବାଚନ ପ୍ରକ୍ରିୟା ମୋଟ 8 ପର୍ଯ୍ୟାୟରେ ଶେଷ ହୋଇଛି । ମୋଟ 294 ଆସନ ପାଇଁ ଭୋଟ ଦେଇଛନ୍ତି ବଙ୍ଗବାସୀ । ତେବେ ଆସନ୍ତା 2 ତାରିଖରେ ମତ ଗଣନା ସହ ଫଳ ଘୋଷଣା ହେବ । ଅନ୍ତିମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ନିଜର ପୂର୍ବାନୂମାନ ‘ଏକଜିଟ ପୋଲ’ ଫଳାଫଳ ମଧ୍ୟ ଘୋଷଣା କରିଛନ୍ତି । ଏଥିରେ ପ୍ରାୟତଃ ବଙ୍ଗରେ କେଉଁ ଦଳକୁ ସ୍ପଷ୍ଟ ବହୁମତ ନମିଳିବା ନେଇ ଆକଳନ ପ୍ରକାଶ ପାଇବା ସହ ଝୁଲା ସରକାର ହେବା ନେଇ ପୂର୍ବାନୁମାନ କରାଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details