ଓଡିଶା

odisha

ETV Bharat / bharat

35 ରାଉଣ୍ଡରୁ ଅଧିକ ହୋଇପାରେ ଭୋଟ ଗଣତି: ବିହାର ମୁଖ୍ୟ ନିର୍ବାଚନ କମିଶନର - ଏଚ.ଆର. ଶ୍ରୀନିବାସ

ବିଧାନସଭା ନର୍ବାଚନ ପାଇଁ 35ରୁ ଅଧିକ ରାଉଣ୍ଡ ଭୋଟ ଗଣତି ହୋଇପାରେ। ଏନେଇ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ବିହାର ମୁଖ୍ୟ ନିର୍ବାଚନ କମିଶନର ଏଚ.ଆର. ଶ୍ରୀନିବାସ। ଅଧିକ ପଢ଼ନ୍ତୁ...

35 ରାଉଣ୍ଡରୁ ଅଧିକ ହୋଇପାରେ ଭୋଟ ଗଣତି: ବିହାର ମୁଖ୍ୟ ନିର୍ବାଚନ କମିଶନର
35 ରାଉଣ୍ଡରୁ ଅଧିକ ହୋଇପାରେ ଭୋଟ ଗଣତି: ବିହାର ମୁଖ୍ୟ ନିର୍ବାଚନ କମିଶନର

By

Published : Nov 10, 2020, 4:55 PM IST

ପାଟନା: ଆଜି(ମଙ୍ଗଳବାର) ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ତେବେ ଏହି ଭୋଟ ଗଣତି ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସୂଚନା ଦେଇଛନ୍ତି ବିହାର ମୁଖ୍ୟ ନିର୍ବାଚନ କମିଶନର ଏଚ.ଆର. ଶ୍ରୀନିବାସ। ପ୍ରତି ନିର୍ବାଚନରେ ସାଧାରଣତଃ 25ରୁ 26 ରାଉଣ୍ଡ ଭୋଟ ଗଣତି ହୋଇଥାଏ। ତେବେ ଚଳିତ ବିଧାନସଭା ନର୍ବାଚନ ପାଇଁ 35ରୁ ଅଧିକ ରାଉଣ୍ଡ ଭୋଟ ଗଣତି ହୋଇପାରେ ବୋଲି କହିଛନ୍ତି ଏଚ.ଆର. ଶ୍ରୀନିବାସ।

ଅପରାହ୍ଣ 2ଟା ସୁଦ୍ଧା ବିହାରରେ 92 ଲକ୍ଷ ଭୋଟ ଗଣତି ହୋଇ ସାରିଥିଲା। ଚଳିତ ବିଧାନସଭା ନିର୍ବାଚନରେ ବିହାରରେ 4 କୋଟି 10 ଲକ୍ଷ ମତଦାନ ହୋଇଛି। ଏଥିପାଇଁ ଭୋଟ ଗଣତିରେ ଡେରି ହୋଇପାରେ ବୋଲି ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ବିହାର ମୁଖ୍ୟ ନିର୍ବାଚନ କମିଶନର।

ବିହାର ମୁଖ୍ୟ ନିର୍ବାଚନ କମିଶନର ଏଚ ଆର ଶ୍ରୀନିବାସ କହିଛନ୍ତି ଯେ, "କେତେକ ବିଧାନସଭା ଆସନରେ ବହୁତ କମ ମତଦାନ ହୋଇଥିବା ବେଳେ ସେହି ଅଞ୍ଚଳରେ ଗୋଟିଏ କି ଦୁଇଟି ଭୋଟ ଗଣତି କେନ୍ଦ୍ର କରାଯାଇଛି। ସେହି ସବୁ ସ୍ଥାନରେ 25ରୁ 26 ରାଉଣ୍ଡ ମଧ୍ୟରେ ଭୋଟ ଗଣତି ଶେଷ ହୋଇଯିବ। ତେବେ କେତେକ ବିଧାନସଭା ଆସନରେ ଅଧିକ ମତଦାନ ହୋଇଛି। ସେହି ସବୁ ସ୍ଥାନରେ 50ରୁ 51 ରାଉଣ୍ଡ ଭୋଟ ଗଣତି ହୋଇପାରେ। ତେବେ ଏହି ସ୍ଥିତିକୁ ହାରାହାରି ଭାବେ ଦେଖିଲେ 35 ରାଉଣ୍ଡ ଭୋଟ ଗଣତି ହୋଇପାରେ ଆମେ ଆଶା କରୁଛୁ।"

ବିହାରରେ 3ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହୋଇଥିଲା। କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ବିହାରରେ ମତଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଥିଲା। ପୂର୍ବରୁ 72 ହଜାର 723 ମତଦାନ କେନ୍ଦ୍ର ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ 1 ଲକ୍ଷ 6 ହଜାର 515କୁ ବୃଦ୍ଧି କରାଯାଇଥିଲା। ତେବେ କୋରୋନା ଯୋଗୁଁ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗଣତିରେ ଡେରି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବିହାରରେ 243 ବିଧାନସଭା ଆସନ ପାଇଁ 3 ହଜାର 755 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। 55ଟି ଭୋଟ ଗଣତି କେନ୍ଦ୍ରର 414 କକ୍ଷରେ ଏହି ଭୋଟ ଗଣତି ଜାରି ରହିଛି। ଅକ୍ଟୋବର 28, ନଭେମ୍ବର 3 ଓ ନଭେମ୍ବର 7 ତାରିଖରେ ବିହାରରେ ବିଧାନସଭା ନିର୍ବାଚନ ହୋଇଥିଲା।

@ani

Counting in Bihar Elections 2020 to continue till late evening: Bihar's Chief Electoral Officer

Read more At:

https://aninews.in/news/national/general-news/counting-in-bihar-elections-2020-to-continue-till-late-evening-bihars-chief-electoral-officer20201110135419/

ABOUT THE AUTHOR

...view details