ଓଡିଶା

odisha

ETV Bharat / bharat

Joshimath Sinking: ଅନୁଧ୍ୟାନ ପାଇଁ ପହଞ୍ଚିଲା NGRI ଟିମ୍‌ - ଯୋଶୀମଠ ବିପର୍ଯ୍ୟୟ

ଯୋଶୀମଠରେ ପହଞ୍ଚିଲା ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଫିଜିକାଲ ଇଂଷ୍ଟିଚ୍ୟୁଟ୍‌ର ଏକ ବିଶେଷଜ୍ଞ ଟିମ । ବିଭିନ୍ନ କ୍ଷତିଗ୍ରସ୍ତ ସ୍ଥାନ ବୁଲି ଟିମ୍‌ ଜାରି ରଖିଛି ଅନୁଧ୍ୟାନ । କେନ୍ଦ୍ର ନିକଟରେ ଦାଖଲ କରିବ ରିପୋର୍ଟ । ଅଧିକ ପଢନ୍ତୁ

ଅନୁଧ୍ୟାନ ପାଇଁ ପହଞ୍ଚିଲା NGRI ଟିମ୍‌
ଅନୁଧ୍ୟାନ ପାଇଁ ପହଞ୍ଚିଲା NGRI ଟିମ୍‌

By

Published : Jan 15, 2023, 10:23 PM IST

ଡେରାଡୁନ:ଉତ୍ତରାଖଣ୍ଡ ଯୋଶୀମଠ ବିପର୍ଯ୍ୟୟ ପରେ ସେଠାକାର ଜନ ସାଧାରଣରଙ୍କୁ ସୁରକ୍ଷିତ ଥଇଥାନ କାମ ଯେପରି ଜାରି ରହିଛି ଅନୁରୂପ ଭାବେ ବିପର୍ଯ୍ୟୟର କାରଣ ଖୋଜିବା ମଧ୍ୟ ଜାରି ରଖିଛନ୍ତି ଏକାଧିକ କେନ୍ଦ୍ରୀୟ ତଥା ସର୍ବଭାରତୀୟ ସଂସ୍ଥା । ଆଜି ଅନୁଧ୍ୟାନ ପାଇଁ ଯୋଶୀମଠରେ ପହଞ୍ଚିଛି ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଜିଓଫିଜିକାଲ ଇଷ୍ଟିଚ୍ୟୁଟର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ । ଏହି ଟିମ ସମଗ୍ର ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ଆରମ୍ଭ ମଧ୍ୟ କରିଛନ୍ତି । ଅନୁଧ୍ୟାନ ଶେଷ ହେବା ପରେ ଏହି ଟିମ୍‌ ନିଜ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବ ।

ଏହି ବିଶେଷଜ୍ଞ ଟିମ ଯୋଶୀମଠର ଭୂପୃଷ୍ଠର ଧାରଣ କ୍ଷମତା ନିରୂପଣ କରିବା ନେଇ ଅନୁଧ୍ୟାନ କରୁଥିବା ସୂଚନା ରହିଛି । ଫଳରେ ଅତ୍ୟଧିକ ଭିତ୍ତିଭୂମି ନିର୍ମାଣ ଯୋଗୁଁ ମନୁଷ୍ୟକୃତ ଭାବେ ଏପରି ବିପର୍ଯ୍ୟୟ ସୃଷ୍ଟି ହୋଇଛି ନା ଏହା ଭୌଗଳିକ କାରଣରୁ ସୃଷ୍ଟି ହୋଇଛି ତାହା ଜଣାପଡିବା ନେଇ ଆଶା କରାଯାଉଛି । ଆଜି ଏହି ବିଶେଷଜ୍ଞ ଟିମ୍‌ର ସଦସ୍ୟମାନେ କ୍ଷତିଗ୍ରସ୍ତ ଘର, ରାସ୍ତା ଓ ଅନ୍ୟ କିଛି କ୍ଷତିଗ୍ରସ୍ତ ସ୍ଥାନ ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ସରିବା ପରେ ସଂସ୍ଥା କେନ୍ଦ୍ର ସରକାରକୁ ନିଜ ରିପୋର୍ଟ ପ୍ରଦାନ କରିବ ।

ତେବେ କେତେକ ସଂସ୍ଥା ଯୋଶୀମଠ ବିପର୍ଯ୍ୟୟର ଭିନ୍ନଭିନ୍ନ କାରଣ ଦର୍ଶାଇ ଗଣମାଧ୍ୟମ ତଥା ନିଜ ଅଫିସିଆଲ ୱେବ୍‌ସାଇଟ୍‌ରେ ତଥ୍ୟ ଉଲ୍ଲେଖ କରୁଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିବା ସହ ଏପରି ନକରିବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି । ଏପରି ଏକାଧିକ ତଥ୍ୟ ପ୍ରକାଶ ପାଇବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଭୟ ବଢୁଥିବା ବେଳେ ଦେଶବାସୀଙ୍କ ମନରେ ଉଦବେଗ ମଧ୍ୟ ବଢୁଥିବା କାରଣ ଦର୍ଶାଇ ଏସବୁ ଉପରେ ପ୍ରତିବନ୍ଧକ ଲଗାଇଛି କେନ୍ଦ୍ର ।

ନିକଟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲା । ଯୋଶୀମଠ ବିପର୍ଯ୍ୟୟ ବର୍ଷବର୍ଷ ଧରି ନୁହେଁ ମାତ୍ର କିଛି ଦିନ ମଧ୍ୟରେ ହୋଇଥିବା ସଂସ୍ଥା କହିଥିଲା । ମାତ୍ର କିଛି ଦିନ ମଧ୍ୟରେ ଯୋଶୀମଠର ଭୂପୃଷ୍ଠ ପ୍ରାୟ 5 ସେ.ମି ଦବି ଯାଇଥିବା ଉପଗ୍ରହ ଚିତ୍ରରୁ ସୂଚନା ମିଳିଥିବା ଇସ୍ରୋ କହିବା ପରେ ଏକାଧିକ ସମ୍ଭାବ୍ୟ ଦିଗକୁ ନେଇ ଚର୍ଚ୍ଚା ବଢିଥିଲା । ଏନେଇ କେନ୍ଦ୍ରର ନିର୍ଦ୍ଦେଶ ପରେ ସମସ୍ତ ସଂସ୍ଥା ଏପରି ତଥ୍ୟ ପ୍ରକାଶନରୁ ବିରତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details