ଓଡିଶା

odisha

ETV Bharat / bharat

Agnipath Scheme: ଆସନ୍ତା ୨୪ରୁ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ - ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା

ଖୁବ୍‌ଶୀଘ୍ର ଆରମ୍ଭ ହେବ ସେନାରେ ଭର୍ତ୍ତି ପ୍ରକ୍ରିୟା । ଆସନ୍ତା ୨୪ ତାରିଖରୁ ବାୟୁସେନାରେ ଭର୍ତ୍ତି ଆରମ୍ଭ ହେବ ବୋଲି ଘୋଷଣା କଲେ ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ । ଅଧିକ ପଢନ୍ତୁ

Agnipath Scheme: ଆସନ୍ତା ୨୪ରୁ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ
Agnipath Scheme: ଆସନ୍ତା ୨୪ରୁ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ

By

Published : Jun 17, 2022, 4:40 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ (Agnipath scheme protest) ବିରୋଧ କରି ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଘଟୁଛି । ଆଶାୟୀମାନେ ଟ୍ରେନ ଜାଳିବା ସହ ବ୍ୟାପକ ଭଙ୍ଗାରୁଜା କରୁଛନ୍ତି । ଏହି ହିଂସାକାଣ୍ଡ ମଧ୍ୟରେ ସେନାରେ ଭର୍ତ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ସେନା ମୁଖ୍ୟ । ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ, ସେନାରେ ଭର୍ତ୍ତି ପାଇଁ ସରକାରଙ୍କ ସର୍ବାଧିକ ବୟସସୀମା ବୃଦ୍ଧି ନିର୍ଦ୍ଦେଶ ମିଳି ସାରିଛି ଏବଂ ଜଲ୍‌ଦି ଏନେଇ ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପଟେ ଆସନ୍ତା ୨୪ ତାରିଖରୁ ବାୟୁସେନାରେ ଭର୍ତ୍ତି ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ ।

2022 ବର୍ଷ ପାଇଁ ନିଯୁକ୍ତି ବୟସସୀମାକୁ ପୂର୍ବ ଘୋଷିତ 21ରୁ 23 ବର୍ଷକୁ ବୃଦ୍ଧି କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ସେନାରେ ସାମିଲ ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗଙ୍କୁ ସୁଯୋଗ ପ୍ରଦାନ କରିବ । କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ହେଲା ସେନା ନିଯୁକ୍ତ ପ୍ରକ୍ରିୟା ବନ୍ଦ ରହିଥିଲା । କିନ୍ତୁ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ । ଯୁବବର୍ଗ ଅଗ୍ନିବୀର ନାମରେ ସେନାରେ ନିଯୁକ୍ତ ସୁଯୋଗର ଲାଭ ଉଠାଇବାକୁ ଯୁବବର୍ଗଙ୍କୁ ଆହ୍ବାନ କରିଛନ୍ତି ସେନା ମୁଖ୍ୟ ।

ପ୍ରକାଶଥାଉ କି, ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଘୋଷିତ ଚୁ୍କ୍ତିଭିତ୍ତିକ ଅଗ୍ନିପଥ ଯୋଜନାକୁ କେନ୍ଦ୍ର କରି ଦିନକୁ ଦିନ ଦେଶରେ ହିଂସା ବଢୁଛି । ବିହାରରୁ ମୁଣ୍ଡ ଟେକିଥିବା ବିକ୍ଷୋଭ ବହ୍ନି ଦେଶରେ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଏହି ବିରୋଧ ମଧ୍ୟରେ କେନ୍ଦ୍ର ସରକାର ନିଯୁକ୍ତି ବୟସସୀମାକୁ 21ରୁ 23 ବର୍ଷକୁ ବୃଦ୍ଧି କରିଛନ୍ତି । କିନ୍ତୁ ଏହା ମଧ୍ୟ ବିକ୍ଷୋଭର ବହ୍ନି ପ୍ରଶମିତ କରିପାରୁ ନାହିଁ ।

ABOUT THE AUTHOR

...view details