ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢି ଚାଲିଛି ପେଟ୍ରୋଲ, ଡିଜେଲ ସମେତ ରନ୍ଧନ ଗ୍ୟାସର ଦର । ସେପଟେ ପୁଣି ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି । ସୂଚନାନୁଯାୟୀ ଵାଣିଜ୍ୟକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହୋଇଛି । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଉପରେ ୭୩.୫୦ ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ସ୍ଥିର ରହିଛି । ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ଫଳରେ ପୁଣି ଖାଦ୍ୟ ସାମଗ୍ରୀର ଦାମ ବଢିବ ବୋଲି ଅନୁମାନ କରାଯାଇଛି ।
ତୈଳ ଦରବୃଦ୍ଧି ପରେ ପୁଣି ବଢ଼ିଲା ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର - ତୈଳ କମ୍ପାନି
ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହୋଇ ୧୬୨୩ ଟଙ୍କାରେ ପହଞ୍ଚିଲା । ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି ତୈଳ କମ୍ପାନୀ । ଅଧିକ ପଢନ୍ତୁ...
ତୈଳ ଦରବୃଦ୍ଧି ପରେ ପୁଣି ବଢ଼ିଲା ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର
ସୂଚନାନୁସାରେ ୧୦ରୁ ୧୨ ଦିନ ମଧ୍ୟରେ ତୈଳ ଦରବୃଦ୍ଧି ହୋଇନଥିବାବେଳେ ସରକାରୀ ତୈଳ କମ୍ପାନୀମାନେ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରି ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି । ଆଉ ଏହି ଗ୍ୟାସ ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୯ କେଜି ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ୧୫୫୦ ଟଙ୍କାରୁ ବୃଦ୍ଧି ପାଇ ୧୬୨୩ ଟଙ୍କାରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ