ଲକ୍ଷ୍ନୌ: ବିଶ୍ବ ଏପର୍ଯ୍ୟନ୍ତ କରୋନା ମହାମାରୀରୁ ବାହାରି ନାହିଁ | ଏଥିରୁ ମୁକ୍ତି ପାଇଁ ଏବେ ମଧ୍ୟ ଲଢୁଛନ୍ତି କୋରୋନା ଯୋଦ୍ଧା । ସେମାନଙ୍କୁ ସମ୍ମାନ ଏବଂ ଉତ୍ସାହିତ କରିବା ପାଇଁ ସେ ଗ୍ରେଟର ନୋଏଡା ଏକ୍ସଟେନ୍ସନରେ ଅବସ୍ଥିତ ଚୌକ୍କୁ କରୋନା ୱାରିୟରର ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ତାକୁ କୋରୋନା ଓ୍ବାରିୟର ଛକ ନାମରେ ନାମିତ ମଧ୍ୟ କରଯାଇଛି ।
ଏହି ଅବସରରେ ଡାକ୍ତରଖାନାର ଅଧ୍ୟକ୍ଷ ସିଏମଓ ଡକ୍ଟର ଦୀପକ ଓହରୀ, ଗ୍ରେଟର ନୋଏଡା ଅଥରିଟିର ସିଇଓ ନରେନ୍ଦ୍ର ଭୂଷଣ ଏବଂ ଅତିରିକ୍ତ ଡିସିପି ରଣବିଜୟ ସିଂ ଏହି ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏଥିରେ ମାସ୍କ ଏବଂ ହ୍ୟାଣ୍ଡ ଗ୍ଲୋଭସ୍ ପିନ୍ଧି 10-10 ଫୁଟର ଦୁଇଟି ମେଡିକାଲ୍ କରୋନା ଯୋଦ୍ଧାଙ୍କର ପ୍ରତିମୂର୍ତ୍ତି ରଖାଯାଇଥିବା ଦେଖିବାକୁ ମିଳିଛି ।