ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ: ଅଙ୍ଗ ପ୍ରତିରୋପଣ ପରେ ମହିଳାଙ୍କ ସଫଳ ପ୍ରସବ - ଗର୍ଭବତୀ ମହିଳା

ବେଙ୍ଗାଲୁରୁର ମହିଷୁର ଅଞ୍ଚଳରେ ଜଣେ 35ବର୍ଷୀୟ ଗର୍ଭବତୀଙ୍କ ଅଙ୍ଗ ଅସ୍ତ୍ରୋପ୍ରଚାର ପରେ ତାଙ୍କୁ ପ୍ରସବ କରାଇବାରେ ସଫଳ ହୋଇଛି ଡାକ୍ତରୀ ଟିମ । ଅଧିକ ପଢନ୍ତୁ...

ଅସ୍ତ୍ରୋପ୍ରଚାର ପରେ ମହିଳାଙ୍କ ସଫଳ ପ୍ରସବ
ଅସ୍ତ୍ରୋପ୍ରଚାର ପରେ ମହିଳାଙ୍କ ସଫଳ ପ୍ରସବ

By

Published : Jun 15, 2021, 2:16 PM IST

ବେଙ୍ଗାଲୁରୁ: ଅଙ୍ଗ ପ୍ରତିରୋପଣ ହୋଇଥିବା ଜଣେ ମହିଳାଙ୍କର ସଫଳ ପ୍ରସବ ହୋଇଛି । ବେଙ୍ଗାଲୁରୁର ମହିଷୁର ଅଞ୍ଚଳରେ ଜଣେ 35ବର୍ଷୀୟ ଗର୍ଭବତୀଙ୍କ ଅଙ୍ଗ ଅସ୍ତ୍ରୋପ୍ରଚାର ପରେ ତାଙ୍କୁ ପ୍ରସବ କରାଇବାରେ ସଫଳ ହୋଇଛି ଡାକ୍ତରୀ ଟିମ ।

ତିନି ବର୍ଷ ପୂର୍ବେ ଏକକାଳୀନ ଭାବରେ ଅଗ୍ନାଶୟ, କିଡନୀ ରୋଗରେ ପୀଡିତ ଥିଲେ । ପିଲାଟି ଦିନୁ ମହିଳା ଜଣକ ମଧୁମେହ କିଡନୀ ରୋଗରେ ପୀଡିତ ଥିଲେ । ମହିଳା ଜଣକ ରବିବାର ଆପୋଲୋ ହସ୍ପିଟାଲରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଏବଂ ଶିଶୁ ସୁସ୍ଥ ଅଛନ୍ତି ।

ଏହି ସଫଳ ପ୍ରସବ ଘଟଣା ଦେଶରେ ପ୍ରଥମ । ଏହା ହେଉଛି ପ୍ରଥମ ଘଟଣା ଯେଉଁଠାରେ SPKT ପରେ ଜଣେ ରୋଗୀ ପ୍ରାକୃତିକ ଭାବରେ ଗର୍ଭବତୀ ହୋଇ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଛନ୍ତି । ଆପୋଲୋ ବିଜିଏସ ହସ୍ପିଟାଲର ପ୍ରଶାସନିକ ବିଭାଗର ଉପାଧ୍ୟକ୍ଷ ଏନ.ଜି ସରିଶ ରେଡ୍ଡୀ କହିଛନ୍ତି ଯେ ସର୍ଜିକାଲ କନସଲଟାଣ୍ଟ ଡକ୍ଟର ବିପି ଅଞ୍ଜଲି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନୀତା ମୁଖାର୍ଜୀ ଉପସ୍ଥିତ ମହିଳାଙ୍କ ପ୍ରସବ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details