ରାଞ୍ଚି : ସମାଜରେ ଧିରେ ଧିରେ ମଣିଷ ପଣିଆ କମିବାରେ ଲାଗିଛି । ମୋବାଇଲ ଯୁଗରେ ଲୋକେ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ଉତ୍ତୋଳନକୁ ଇଧିକ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ ପଶୁଙ୍କ ଭିତରେ ମଣିଷ ପଣିଆର ଝଲକ ସର୍ବଦା ଦେଖିବାକୁ ମିଳେ । ଆଜି ଆମେ ସେହିପରି ଦୃଶ୍ୟ ଦେଖାଇବୁ । ଯେଇଁଠି ସାମାନ୍ୟ ମାଙ୍କଡଟିଏ ବିନା ପରିଚୟରେ ଜଣେ ଅସହାୟ ପ୍ରତି କିପରି ସମ୍ବେଦନଶୀଳ ହୋଇପାରୁଛି । ମଣିଷର ମୃତ୍ୟୁ ପରେ ମାଙ୍କଡର ଝରୁଛି ଲୁହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାଡଖଣ୍ତର ଗିରିଧିର ଜିଲ୍ଲାର ବେଙ୍ଗବାଦ ଅଞ୍ଚଳରେ ।
ଜଣେ ଦିନ ମଜୁରିଆ ଗଛ କାଟୁଥିବା ସମୟରେ ହଠାତ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ରଖା ଯାଇଥିଲା । ହେଲେ ହଠାତ କେଉଁ ଆଡୁ ଏକ ମାଙ୍କଡ ଚାଲି ଆସିଥିଲା ଆଉ ମୃତଦେହ ପାଖରେ ବସି କାନ୍ଦିଥିଲା । ଏପରିକି ମୃତଦେହରେ ଘୋଡା ଯାଇଥିବା କପଡାକୁ କାଢି ମାଙ୍କଡ ତା ହାତରେ ମୃତ ବ୍ୟକ୍ତିଙ୍କୁ ଆଉଁସିବାରେ ଲାଗିଥିଲା । ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ନିଜ ପରିବାର ଲୋକ ପରି ମୃତଦେହକୁ ଜଗି ରହିଥିଲା । ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ମାଙ୍କଡଟି ଜଗି ରହିଥିଲା । ଏପରିକି ମୃତଦେହକୁ ଆମ୍ବୁଲାନ୍ସରେ ରଖାଯିବା ପରେ ଆମ୍ବୁଲାନ୍ସ ସହିତ ଚାଲି ଚାଲି ଯାଇଥିଲା ।