ଓଡିଶା

odisha

ETV Bharat / bharat

ଆଜି ଭାରତ-ଚୀନ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା - india and china

ଭାରତ-ଚୀନ ମଧ୍ୟରେ ସୀମା ବିବାଦ ସମ୍ପର୍କରେ ଆଜି(ରବିବାର) ପୂର୍ବହ୍ନ ୧୦ଟା ୩୦ରେ ୧୩ତମ ପର୍ଯ୍ୟାୟ ବୈଠକ ବସିବ । ଲଦାଖ ନିକଟବର୍ତ୍ତୀ LAC(ବାସ୍ତବ ନିୟନ୍ତ୍ରଣ ରେଖା)ର ଚୀନ ସୀମା ମୋଲଡୋଠାରେ ଏହି ବୈଠକ ବସିବ । ଅଧିକ ପଢନ୍ତୁ...

ଆଜି ଭାରତ-ଚୀନ ୧୩ତମ ସୀମା ଆଲୋଚନା
ଆଜି ଭାରତ-ଚୀନ ୧୩ତମ ସୀମା ଆଲୋଚନା

By

Published : Oct 10, 2021, 7:43 AM IST

ନୂଆଦିଲ୍ଲୀ:ଭାରତ-ଚୀନ ମଧ୍ୟରେ ସୀମା ବିବାଦ ସମ୍ପର୍କରେ ଆଜି(ରବିବାର) ପୂର୍ବହ୍ନ ୧୦ଟା ୩୦ରେ ୧୩ତମ ପର୍ଯ୍ୟାୟ ବୈଠକ ବସିବ । ଲଦାଖ ନିକଟବର୍ତ୍ତୀ LAC(ବାସ୍ତବ ନିୟନ୍ତ୍ରଣ ରେଖା)ର ଚୀନ ସୀମା ମୋଲଡୋଠାରେ ଏହି ବୈଠକ ବସିବ । ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ସୈନ୍ୟ ଅପସାରଣ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଡିସପାଙ୍ଗ ଭ୍ୟାଲି ଓ ଡେମଚୋକ ଅଞ୍ଚଳରୁ ସମୂର୍ଣ୍ଣ ରୂପେ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଦାବି କରିବ । ଏହା ପୂର୍ବରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇସାରିଛି । ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ପୂର୍ବରୁ ବୈଦେଶିକ ମନ୍ତ୍ରାଳୟ କହିଥିଲା ଚୀନର ଏକତରଫା ଓ ଉସୁକାଇବା ପରି ଆଚରଣ ଯୋଗୁଁ LACରେ ଶାନ୍ତି ଗମ୍ଭୀର ରୂପେ ବାଧାପ୍ରାପ୍ତ ହେଉଛି । ତେଣୁ ଚୀନ୍‌ ଦ୍ବିପାକ୍ଷିକ ବୁଝାମଣା ଓ ପ୍ରୋଟକଲକୁ ସମ୍ପୂର୍ଣ୍ଣ ଭାବେ ମାନିବା ଉଚିତ ।

ପ୍ରକାଶ ଥାଉ କି, ଗତ ସପ୍ତାହରେ ଅରୁଣାଚଳପ୍ରଦେଶ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ସାମ୍ନାସାମ୍ନି ହୋଇଥିଲେ । ଭାରତୀୟ ସେନା ଏହାର କଡ଼ା ଜବାବ ଦେବା ସହ ଚୀନ୍‌ ସୈନ୍ୟଙ୍କୁ ଘଉଡାଇ ଦେଇଥିଲା । ଚୀନ୍‌ ସୈନ୍ୟ ଭାରତୀୟ ସୀମାରେଖା ଅତିକ୍ରମ କରି ଭାରତକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୈନ୍ୟ ପ୍ରାୟ ୨୦୦ ଚୀନ୍ ସେନାଙ୍କୁ କାବୁ କରି ନେଇଥିଲେ । ପରେ ସ୍ଥାନୀୟ କମାଣ୍ଡର ସ୍ତରୀୟ ଆଲୋଚନାରେ ସମସ୍ୟାର ସମାଧାନ ହେବା ପରେ ଭାରତୀୟ ସେନା ସେମାନଙ୍କୁ ଛାଡ଼ି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details