ଓଡିଶା

odisha

ETV Bharat / bharat

Sopore Encounter; 2 ଆତଙ୍କୀ ସଫା

ଜମ୍ମୁ-କାଶ୍ମୀର ବାରମୁଲ୍ଲା ଜିଲ୍ଲା ୱାରପୋରାର ସୋପର ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ଆତଙ୍କୀଙ୍କୁ ନିପାତ କରିବାର ସଫଳ ହୋଇଛି କାଶ୍ମୀର ପୋଲିସ ।

ଜଣେ ଆତଙ୍କୀ ସଫା
ଜଣେ ଆତଙ୍କୀ ସଫା

By

Published : Jul 23, 2021, 7:07 AM IST

Updated : Jul 23, 2021, 7:18 AM IST

ଶ୍ରୀନଗର: ପୁଣି ସୀମାରେ ଗୁଳି ବିନିମୟ । ଜମ୍ମୁ-କାଶ୍ମୀର ବାରମୁଲ୍ଲା ଜିଲ୍ଲା ୱାରପୋରାର ସୋପର ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ଆତଙ୍କୀଙ୍କୁ ନିପାତ କରିବାର ସଫଳ ହୋଇଛି କାଶ୍ମୀର ପୋଲିସ ।

ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । କାଶ୍ମୀର ପୋଲିସର ସୂଚନା ଅନୁସାରେ ୱାରପୋରା ଗାଁରେ ଟପ ଆତଙ୍କୀ କମାଣ୍ଡର ଲୁଚି ରହିଥିବା ନେଇ ସୂଚନା ପାଇଥିଲେ । ସେମାନଙ୍କୁ କାବୁ କରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏନକାଉଣ୍ଟରରେ ଲସ୍କର-ଏ-ତୋଏବାର ଦୁଇଜଣେ ଆତଙ୍କୀ ସଫା ହୋଇଛି । ସେମାନଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଫେୟାଜ ୱାର ନାମକ ଆତଙ୍କୀ ଦକ୍ଷିଣ କାଶ୍ନୀରରେ ବହୁ ହିଂସାକାଣ୍ଡରେ ଜଡିତ ଥିବା କହିଛନ୍ତି ଆଇଜିପି ବିଜୟ କୁମାର ।

ପ୍ରକାଶ ଥାଉ କି, ଜୁଲାଇ 19 ତାରିଖରେ ଜମ୍ମୁ କାଶ୍ମୀର ସୋପିଆନର ସାଦିଖ ଖାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଏ-ତୋଏବାର ଦୁଇ ଟପ ଆତଙ୍କୀଙ୍କୁ ନିପାତ କରିଥିଲା ସୁରକ୍ଷାବାହିନୀ । ଚଳିତ ବର୍ଷ କାଶ୍ମୀର ଜୋନରେ ସମୁଦାୟ ୭୮ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ । ଯାହା ଏକ ବଡ ସଫଳତା ବୋଲି କହିଛନ୍ତି ଆଇଜିପି ବିଜୟ କୁମାର ।

@ANI

Last Updated : Jul 23, 2021, 7:18 AM IST

ABOUT THE AUTHOR

...view details