ଓଡିଶା

odisha

ETV Bharat / bharat

Pulwama Encounter: ସେନା ଗୁଳିରେ ଜଣେ ଆତଙ୍କୀ ସଫା

ପୁଣି ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସେନାବାହିନୀ । ମଙ୍ଗଳବାର ମଧ୍ୟରାତ୍ରୀରୁ ଦକ୍ଷିଣ କାଶ୍ମୀର ପୁଲୱାମା ରଜପୋରାର ଉଜରାମ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବାହିନୀ (security forces) ସଫଳ ହୋଇଛି । ପୁଣି ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଅଧିକ ପଢନ୍ତୁ

Pulwama EnPulwama Encounter: ସେନା ଗୁଳିରେ ଜଣେ ଆତଙ୍କୀ ସଫାcounter
ସେନା ଗୁଳିରେ ଜଣେ ଆତଙ୍କୀ ସଫା

By

Published : Dec 15, 2021, 9:06 AM IST

Updated : Dec 15, 2021, 1:31 PM IST

ଶ୍ରୀନଗର: ଲଗାତାର ସେନାକୁ ମିଳି ଚାଲିଛି ସଫଳତା । ପୁଣି ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସେନାବାହିନୀ । ମଙ୍ଗଳବାର ମଧ୍ୟରାତ୍ରୀରୁ ଦକ୍ଷିଣ କାଶ୍ମୀର ପୁଲୱାମା ରଜପୋରାର ଉଜରାମ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ (Encounter) ସୁରକ୍ଷାବାହିନୀ (security forces) ସଫଳ ହୋଇଛି । ପୁଣି ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା ।

Pulwama Encounter: ସେନା ଗୁଳିରେ ଜଣେ ଆତଙ୍କୀ ସଫା

ସେହି ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ । ନିହତ ଆତଙ୍କୀ ଜଣକ ହେଲା ଫିରୋଜ ଅହମଦ । ୨୦୧୭ରୁ ସେ ସକ୍ରିୟ ଥିବା ଜଣାପଡିଛି ।

ଏନକାଉଣ୍ଟର ନେଇ ସେନା ଅଧିକାରୀ ସୂଚନା ଦେଇ ଅଧିକାରୀ କହିଛନ୍ତି ଆତଙ୍କବାଦୀ ଲୁଚିଥିବା ନେଇ ଆମେ ଖବର ପାଇଥଲୁ । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୋଲିସ, ୪୪ ଆରଆର, ସିଆରପିଏଇଙ୍କ ମିଳିତରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଆହୁରି ପଢନ୍ତୁ...Terror Attack On Police Bus: ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା, ୨ ଯବାନ ଶହୀଦ ୧୪ରୁ ଉର୍ଦ୍ଧ୍ବ ଆହତ

ପ୍ରକାଶ ଥାଉ କି, ଗତ କିଛି ଦିନ ହେବ ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କୀବାଦ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗତକାଲି ପୁଞ୍ଚ ଜିଲ୍ଲାର ଜଣେ ଆତଙ୍କୀ ସଫା ହୋଇଥିଲା । ଡିସେମ୍ବର ୧୩ରେ ଶ୍ରୀନଗରର ରଙ୍ଗରେତରେ ଅଞ୍ଚଳରେ ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ ହୋଇଥିଲେ । ଏହାପୂର୍ବରୁ ଅବନ୍ତିପୋରାରର ବାରାଗମ ଅଞ୍ଚଳରେ ଏନକାଉଣ୍ଟରରେ ଜଣେ ଆତଙ୍କୀକୁ ନିପାତ କରିଥିଲେ ସୁରକ୍ଷାବାହିନୀ । ଡିସେମ୍ବର ୧ରେ ଜମ୍ମୁକାଶ୍ମୀର ପୁଲୱାମା ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାକର୍ମୀ । ନଭେମ୍ବର ୨୪ରେ ଶ୍ରୀନଗର ନିକଟବର୍ତ୍ତୀ ରାମବାଗରେ ୩ ଜଣ ଆତଙ୍କୀଙ୍କୁ ନିପାତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 15, 2021, 1:31 PM IST

ABOUT THE AUTHOR

...view details