ଚଣ୍ଡିଗଡ:ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହରବିନ୍ଦର ସିଂ ରିଣ୍ଡାର ମୃତ୍ୟୁ । ପାକିସ୍ତାନର ଲାହୋରରେ ଆତଙ୍କବାଦୀ ହରବିନ୍ଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି(Terrorist Harwinder Singh Rinda died in Pakistan) । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲା । ଅଧିକ ଡ୍ରଗ୍ସ ସେବନ କରୁଥିବା ହେତୁ ମୃତ୍ୟୁ ଘଟିଥିବା କୁହାଯାଉଛି । କିନ୍ତୁ ହରବିନ୍ଦରକୁ ହତ୍ୟା କରାଯାଇଥିବା ଏକ ଗଣମାଧ୍ୟମ ଦାବି କରିଛି । ହରବିନ୍ଦର ରିଣ୍ଡା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା(Sidhu Moosewala murder case) ସହ ଜଡିତ । ତେଣୁ ଏହି ହତ୍ୟା ଘଟଣାରେ ପ୍ରତିଶୋଧ ନେଇଥିବା ସୋସିଆଲ ମିଡିଆରେ ଦାବି କରିଛି ବାମ୍ବିହା ଗ୍ୟାଙ୍ଗ(Bambiha group) ।
ହରବିନ୍ଦର ରିଣ୍ଡାର ମୃତ୍ୟୁ ନେଇ ବାମ୍ବିହା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି । ସୋସିଆଲ ମିଡିଆରେ ଏପରି ଦାବି କରିଛି ଏହି ଗ୍ୟାଙ୍ଗ । ଆତଙ୍କବାଦୀ ହରବିନ୍ଦର ପାକିସ୍ତାନରେ ରହୁଥିବା ବେଳେ ଗ୍ୟାଙ୍ଗ ସଦସ୍ୟଙ୍କ ସହ ମିଶୁଥିଲା । ଏଥିସହ ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାଡ ରିଣ୍ଡା ସହଯୋଗ କରିଥିବା କହିଛି ବାମ୍ବିଆ ଗ୍ୟାଙ୍ଗ । ପଞ୍ଜାବ ଓ କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ରାନ୍ଦାର ମୃତ୍ୟୁକୁ ସୁନିଶ୍ଚିନ୍ତ କରିଛନ୍ତି ।