ଓଡିଶା

odisha

ETV Bharat / bharat

ଅନନ୍ତନାଗରେ ଆତଙ୍କୀ ଆକ୍ରମଣ: ସାଧାରଣ ନାଗରିକ ମୃତ, ଜଣେ ଗୁରୁତର

ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପ୍ରାଣ ହରାଇ ଥିବାବେଳେ ଅନ୍ୟ ଜଣେ ଗୁରୁତର । ସର୍ଚ୍ଚ ଅପରେସନ ଆରମ୍ଭ କଲା ସୁରକ୍ଷାବଳ । ଅଧିକ ପଢନ୍ତୁ....

ଅନନ୍ତନାଗରେ ଆତଙ୍କୀ ଆକ୍ରମଣ;  ଜଣେ ମୃତ, ଜଣେ ଗୁରୁତର
ଅନନ୍ତନାଗରେ ଆତଙ୍କୀ ଆକ୍ରମଣ; ଜଣେ ମୃତ, ଜଣେ ଗୁରୁତର

By

Published : May 29, 2021, 10:16 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର । ଗୁରୁତର ଜଣଙ୍କୁ ଶ୍ରୀନଗର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ଆଜି ସନ୍ଧ୍ୟାରେ ଅନନ୍ତନାଗର ବିଜବେହାରରେ ଦୁଇ ଜଣ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ।

ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିବା ସହ ଅନ୍ୟଜଣଙ୍କୁ ଶ୍ରୀନଗରସ୍ଥିତ SKIMS ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।

ତେବେ ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବଳ । ଉକ୍ତ ଅଞ୍ଚଳରେ ଆତଙ୍କାବାଦୀ ମାନେ ଲୁଚି ରହିଥିବା ବେଳେ ସେମାନଙ୍କୁ ଠାବ କରିବା ପାଇଁ ଅପରେସନ ଜାରି ରହିଛି ।

@ANI

ABOUT THE AUTHOR

...view details