ଓଡିଶା

odisha

ETV Bharat / bharat

ନବରାତ୍ରୀରେ ନିଆରା ଦୃଶ୍ୟ, ୫ କୋଟି ଟଙ୍କାରେ ସଜେଇ ହେଲେ ଦେବୀ ଆମ୍ମାଭାରୁ

ନବରାତ୍ରୀ ଅବସରରେ ଶ୍ରୀଭାସାଭି କନ୍ୟାକା ପରମେଶ୍ୱରୀଙ୍କ ମନ୍ଦିର(Srivasavi Kanyaka Parameshwari Temple )ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ପାଞ୍ଚ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ମାଆ ଆମ୍ମାଭାରୁ ମହାଲକ୍ଷ୍ମୀ ରୂପ ବେଶରେ ଦର୍ଶନ ଦେଉଛନ୍ତି ।

ନବରାତ୍ରୀରେ  ନିଆରା ଦୃଶ୍ୟ,  ୫କୋଟି ଟଙ୍କାରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଦେବୀ ଆମ୍ମାଭାରୁ
ନବରାତ୍ରୀରେ ନିଆରା ଦୃଶ୍ୟ, ୫କୋଟି ଟଙ୍କାରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଦେବୀ ଆମ୍ମାଭାରୁ

By

Published : Oct 2, 2022, 10:05 AM IST

ହାଇଦ୍ରାବାଦ:ଆଉ ଦିନ କେଇଟା ପରେ ଦଶହରା, ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି ଦେଶର ସମସ୍ତ ଶକ୍ତିପୀଠ । ତେବେ ତେଲେଙ୍ଗାନାରେ ଶକ୍ତିପୀଠ ଗୁଡିରେ ମାଙ୍କୁ ନବରାତ୍ରୀ ଅବସରରେ ପୂଜାର୍ଚ୍ଚନା କରାଯାଉଛି, ଏଥି ସହ ମନ୍ଦିର ଗୁଡିକୁ ସାଜସଜ୍ଜା କରାଯାଉଛି । ନବରାତ୍ରୀ ଅବସରରେ ତେଲେଙ୍ଗାନାର ମେହେବୁବନଗର ଜିଲ୍ଲା ଶ୍ରୀଭାସାଭି କନ୍ୟାକା ପରମେଶ୍ୱରୀଙ୍କ ମନ୍ଦିର(Srivasavi Kanyaka Parameshwari Temple )ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ପାଞ୍ଚ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ମା’ ଆମ୍ମାଭାରୁ(Goddess Ammavaaru)ଙ୍କୁ ମହାଲକ୍ଷ୍ମୀ ରୂପ(Goddess Mahalakshmi )ରେ ସଜ୍ଜା ଯାଇଛି । ମା'ଙ୍କ ସହ ମନ୍ଦିରକୁ ମଧ୍ୟ ଟଙ୍କା ସାଜସଜ୍ଜା କରାଯାଇଛି । ପ୍ରାୟ ୫କୋଟି ୫୫ ଲକ୍ଷ ୫୫ ହଜାର ୫୫୫ ଟଙ୍କାରେ ମା'ଙ୍କ ଏହି ବେଶ କରାଯାଇଛି । ଏହି ବେଶ ଦେଖିବାକୁ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ଜାରି ରହିଛି ।

ନବରାତ୍ରୀରେ ନିଆରା ଦୃଶ୍ୟ, ୫କୋଟି ଟଙ୍କାରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଦେବୀ ଆମ୍ମାଭାରୁ

ଏହା ମଧ୍ୟ ପଢନ୍ତୁ-IAF ପୂର୍ବାଞ୍ଚଳ ଏୟାର କମାଣ୍ଡର ମୁଖ୍ୟ ହେଲେ ଏସପି ଧଡ଼କର

ପାଞ୍ଚ ଶହ ଟଙ୍କିଆ ଦୁଇ ହଜାର ଟଙ୍କିଆ, ଶହେ ଟଙ୍କିଆ ଦୁଇ ଶହ ଟଙ୍କିଆ ନୋଟରେ ମନ୍ଦିରକୁ ସଜ୍ଜା ଯାଇଛି । ମା’ଙ୍କୁ ସୁନା ଅଳଙ୍କାର ସହ ଟଙ୍କାରେ ସଜ୍ଜା ଯାଇଥିବା ବେଳେ ଚତୁଃପାର୍ଶ୍ବକୁ ମଧ୍ୟ ଟଙ୍କାରେ ସଜାଯାଇଛି । ଯାହା ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନଲୋଭା ମଧ୍ୟ ।

ABOUT THE AUTHOR

...view details