ଓଡିଶା

odisha

ETV Bharat / bharat

ବାହାର ରାଜ୍ୟର ରୋଗୀଙ୍କୁ ପ୍ରବେଶ ମନା ! ସରକାରଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ରୋକ

ତେଲେଙ୍ଗାନା ସରକାରଙ୍କ ନିର୍ଦ୍ଦେଶ । ବାହାର ରାଜ୍ୟରୁ ଆସୁଥିବା ରୋଗୀଙ୍କ ପାଖରେ ଯଦି ବେଡ୍‌ କନଫରମେସନ ନଥିବ ତେବେ ତାକୁ ତେଲେଙ୍ଗାନା ଭିତରକୁ ପ୍ରବେଶର ମିଳିବନି ଅନୁମତି । ତୁରନ୍ତ ହାଇକୋର୍ଟ ତେଲେଙ୍ଗାନା ସରକାରଙ୍କ ଏହି ଆଦେଶ ଉପରେ ରୋକ ଲଗାଇ, ଆମ୍ବୁଲାନ୍ସରକୁ ରାଜ୍ୟ ଭିତରକୁ ପ୍ରବେଶର ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ବାହାର ରାଜ୍ୟର ରୋଗୀଙ୍କୁ ତେଲେଙ୍ଗାନାରେ ପ୍ରବେଶ ମନା ! ସରକାରଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ରୋକ
ବାହାର ରାଜ୍ୟର ରୋଗୀଙ୍କୁ ତେଲେଙ୍ଗାନାରେ ପ୍ରବେଶ ମନା ! ସରକାରଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ରୋକ

By

Published : May 14, 2021, 5:12 PM IST

ହାଇଦ୍ରାବାଦ: ଦୁଇ ରାଜ୍ୟର ସୀମାରେ ଆମ୍ବୁଲାନ୍ସ । ଆଉ ଆମ୍ବୁଲାନ୍ସ ଭିତରେ ମୃତ୍ୟୁ ସହ ସଂଗ୍ରାମରତ ରୋଗୀ । ପରିବାର ଲୋକଙ୍କ ଆକୁଳ ନିବେଦନ ସତ୍ତ୍ବେ ପ୍ରବେଶର ଅନୁମତି ଦେଲାନାହିଁ ପୋଲିସ । ଯାହାଫଳରେ ମଝିରାସ୍ତାରେ ଚାଲିଗଲା ରୋଗୀର ଜୀବନ । ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନା ସୀମାରୁ ସାମ୍ମାକୁ ଆସିଛି ଏଭଳି ଦୃଶ୍ୟ ।

ତେଲେଙ୍ଗାନା ସରକାରଙ୍କ ନିର୍ଦ୍ଦେଶ । ବାହାର ରାଜ୍ୟରୁ ଆସୁଥିବା ରୋଗୀଙ୍କ ପାଖରେ ଯଦି ବେଡ୍‌ କନଫରମେସନ ନଥିବ ତେବେ ତାକୁ ତେଲେଙ୍ଗାନା ଭିତରକୁ ପ୍ରବେଶର ମିଳିବନି ଅନୁମତି । ଏଭଳି ପରିସ୍ଥିତିରେ 2 ଜଣ କୋରୋନା ରୋଗୀ ଆନ୍ଧ୍ରପ୍ରଦେଶରୁ ହାଇଦ୍ରାବାଦ ଆସୁଥିବା ସମୟରେ କୁରନୁଲ ଜିଲ୍ଲାର ପୁଲୁର ଟୋଲପ୍ଲାଜା ନିକଟରେ ଆମ୍ବୁଲାନ୍ସକୁ ଅଟକାଇଥିଲା ପୋଲିସ ।

ରୋଗୀଙ୍କ ପାଖରେ ନଥିଲା ବେଡ୍‌ କନଫରମେସନ । ହେଲେ ଅବସ୍ଥା ଥିଲା ସଙ୍କଟାପନ୍ନ । ପରିବାର ଲୋକେ ଅନେକ ଅନୁରୋଧ କରିଥିଲେ । ହେଲେ ଶୁଣିନଥିଲା ପୋଲିସ । ଆଉ ରୋଗୀଙ୍କୁ ତେଲେଙ୍ଗାନାକୁ ପ୍ରବେଶର ମିଳିନଥିଲା ଅନୁମତି । ଏହାପରେ 2 ରୋଗୀଙ୍କ ସେହିଠାରେ ହୋଇଯାଇଥିଲା ମୃତ୍ୟୁ ।

ସେପଟେ ହାଇଦ୍ରାବାଦ ଅଭିମୁଖେ ଯାଉଥିବା 20ଟି ଆମ୍ବୁଲାନ୍ସ ଟୋଲ ପ୍ଲାଜାରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା। ହତାଶ ପରିବାର ସଦସ୍ୟଙ୍କ ନିବେଦନ ସତ୍ତ୍ବେ ତେଲେଙ୍ଗାନା ପୋଲିସ ଆମ୍ବୁଲାନ୍ସକୁ ରାଜ୍ୟ ଭିତରକୁ ଯିବାକୁ ଦେଇନଥିଲା।

ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ତୁରନ୍ତ ହାଇକୋର୍ଟ ତେଲେଙ୍ଗାନା ସରକାରଙ୍କ ଏହି ଆଦେଶ ଉପରେ ରୋକ ଲଗାଇ, ଆମ୍ବୁଲାନ୍ସରକୁ ରାଜ୍ୟ ଭିତରକୁ ପ୍ରବେଶର ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details