ଓଡିଶା

odisha

By

Published : Apr 24, 2023, 10:45 PM IST

ETV Bharat / bharat

ଆନ୍ଧ୍ର ସରକାରଙ୍କୁ ଝଟକା, ମାର୍ଗଦର୍ଶୀ ଚିଟ୍‌ଫଣ୍ଡ ଉପରେ ପ୍ରାଇଭେଟ ଅଡିଟ୍ ହେବ ନାହିଁ

ମାର୍ଗଦର୍ଶୀ ଚିଟ୍‌ଫଣ୍ଡ ଉପରେ ପ୍ରାଇଭେଟ ଅଡିଟ କରିପାରିବ ନାହିଁ ଆନ୍ଧ୍ର ସରକାର । ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତିକୁ ଆଇନ ଅସମ୍ମତ ବୋଲି ଦର୍ଶାଇଲେ ତେଲେଙ୍ଗାନା ହାଇକୋର୍ଟ । ଅଧିକ ପଢନ୍ତୁ

ମାର୍ଗଦର୍ଶ ଚିଟ୍‌ଫଣ୍ଡ ଉପରେ ପ୍ରାଇଭେଟ ଅଡିଟ କରିପାରିବ ନାହିଁ ଆନ୍ଧ୍ର ସରକାର, ରୋକ ଲଗାଇଲେ ତେଲେଙ୍ଗାନା ହାଇକୋର୍ଟ
ମାର୍ଗଦର୍ଶ ଚିଟ୍‌ଫଣ୍ଡ ଉପରେ ପ୍ରାଇଭେଟ ଅଡିଟ କରିପାରିବ ନାହିଁ ଆନ୍ଧ୍ର ସରକାର, ରୋକ ଲଗାଇଲେ ତେଲେଙ୍ଗାନା ହାଇକୋର୍ଟ

ହାଇଦ୍ରାବାଦ:ମାର୍ଗଦର୍ଶୀ ଚିଟଫଣ୍ଡ ଉପରେ ଘରୋଇ ସଂସ୍ଥା ଦ୍ବାରା ଅଡିଟ୍ କରିପାରିବ ନାହିଁ ଆନ୍ଧ୍ର ପ୍ରଦେଶ ସରକାର । ଆଜି ଆନ୍ଧ୍ର ପ୍ରଦେଶର ଏହି ଅଡିଟ୍‌ ନିର୍ଦ୍ଦେଶ ଉପରେ ତେଲେଙ୍ଗାନା ହାଇକୋର୍ଟ ଶୁଣାଣି କରି ରହିତାଦେଶ ଲଗାଇଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ମାର୍ଗଦର୍ଶୀ ଚିଟଫଣ୍ଡ ଉପରେ ଏଡିଟ୍‌ କରିବା ପାଇଁ ଏକ ଘରୋଇ ଅଡିଟର ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ଆନ୍ଧ୍ର ପ୍ରଦେଶ ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେସନ କମିଶନର ତଥା ମହାନିରୀକ୍ଷକଙ୍କ ଦ୍ବାରା ଏହି ଘରୋଇ କମ୍ପାନୀକୁ ଏକ ବର୍ଷ ପାଇଁ ଆନ୍ଧ୍ର ପ୍ରଦେଶରେ ଥିବା ମାର୍ଗଦର୍ଶୀର 37 ୟୁନିଟର କାରବାର ଅଡିଟ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଯାହାକୁ ନେଇ ମାର୍ଗଦର୍ଶୀ କର୍ତ୍ତୃପକ୍ଷ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇବା ସହ ଆନ୍ଧ୍ର ସରକାରଙ୍କ ଏହି ନିର୍ଦ୍ଦେଶ ଆଇନ ସମ୍ମତ ନୁହେଁ ବୋଲି ଟିପ୍ପଣୀ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଜଷ୍ଟିସ ମାମୁମେନେନି ସୁଧୀର କୁମାରଙ୍କ ଏକକ ଖଣ୍ଡପୀଠ ଏପ୍ରିଲ 20 ରେ ଶୁଣାଣି କରି ଏହି ରହିତାଦେଶ ଜାରି କରିଥିଲେ । ରହିତାଦେଶ ପାସ କରିବା ବେଳେ ଆନ୍ଧ୍ର ପ୍ରଦେଶର ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେସନର ଇନ୍ସପେକ୍ଟର ଜେନେରାଲଙ୍କ ପାଖରେ ଏପରି ଅଡିଟ୍ ନିର୍ଦ୍ଦେଶ ଦେବାର କ୍ଷମତା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶ ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେସନ କମିଶନର ତଥା ମହାନୀରିକ୍ଷକ ଭେମୁଲାପତି ଶ୍ରୀଧର ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଅଡିଟ କରିବା ପାଇଁ ନିଯୁକ୍ତି ଦେଇଥିଲେ । ଚଳିତବର୍ଷ ମାର୍ଚ୍ଚ 15 ରୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଭେମୁଲାପତି ଶ୍ରୀଧର ଆନ୍ଧ୍ର ପ୍ରଦେଶରେ ଥିବା ମାର୍ଗଦର୍ଶୀ ଚିଟଫଣ୍ଡର 37ଟି ୟୁନିଟର ଆର୍ଥିକ କାରବାର ସମ୍ପର୍କରେ ଅଡିଟ କରି ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କିରଥାନ୍ତେ । ଯାହାକୁ ନେଇ ମାର୍ଗଦର୍ଶୀ କର୍ତ୍ତୃପକ୍ଷ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଆନ୍ଧ୍ର ସରକାରଙ୍କ ଆଦେଶକୁ ରଦ୍ଦ କରିବାକୁ ପିଟିସନରେ ଦର୍ଶାଇଥିଲା ମାର୍ଗଦର୍ଶୀ । ଏକ ଘରୋଇ କମ୍ପାନୀକୁ ଅଡିଟ କରିବାର ଦାୟିତ୍ବ ଦେବାର କ୍ଷମତା ରେଜିଷ୍ଟ୍ରେସନ ମହାନୀରିକ୍ଷକଙ୍କର ନାହିଁ ବୋଲି ମଧ୍ୟ କୋର୍ଟ କହିଥିଲେ ।

ଏହାପୂର୍ବରୁ ମାର୍ଗଦର୍ଶୀ ଚିଟଫଣ୍ଡ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପକ୍ଷ ରଖି ଆନ୍ଧ୍ର ପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଆପତ୍ତି ଦର୍ଶାଇଥିଲେ । ଚିଟ୍ ଅଡିଟର କେବଳ ଏକ ନିର୍ଦ୍ଦିଷ୍ଟ ଚିଟ୍ କିମ୍ବା ଚିଟ୍ ଗ୍ରୁପର ଅଡିଟ୍ କରିପାରିବେ । ହେଲେ କମ୍ପାନୀର ସାମଗ୍ରିକ କାର୍ଯ୍ୟାକଳାପ କିମ୍ବା କାରବାର ସମ୍ପର୍କରେ ତାଙ୍କର ଅଡିଟ କରିବାର କୌଣସି କ୍ଷମତା ନାହିଁ ବୋଲି ରୋହତଗୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details