ହାଇଦ୍ରାବାଦ: 4 ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଦକ୍ଷିଣ ଭାରତର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ତେଲେଙ୍ଗାନାରେ ନିର୍ବାଚନ ଜାରି ରହିଛି । 119 ଆସନରେ ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା 5ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ । 2,290 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 3 କୋଟି 26 ଲକ୍ଷରୁ ଊର୍ଦ୍ଧ୍ୱ ଜନତା । ବିଆରଏସ୍ ଏମଏଲସି କେ କବିତା ମତଦାନ ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି, "ଆମେ ଆମ ଲୋକଙ୍କୁ ଭଲରେ ବୁଝିଛୁ । ଆମ ଲୋକଙ୍କ ସହିତ ଆମ ଡିଏନଏ ମ୍ୟାଚ କରୁଛି । ଗ୍ରାଉଣ୍ଡରେ ଆମ ଲୋକ ଯାହା ଅନୁଭବ କରନ୍ତି ତାହା ଜାଣିବାରୁ ଆମ କାନ ସବୁବେଳେ ଖୋଲା ରହିଥାଏ । ଆମେ ସଞ୍ଚୁରୀ ମାରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ଏମ୍ଏଲ୍ସି କେ କବିତା । ଏହା ସହିତ ଲୋକଙ୍କୁ ରେକର୍ଡ ସଂଖ୍ୟକ ଭୋଟ ଦେବାକୁ କହିଛନ୍ତି ।"
ବିଆରଏସ ଏମଏଲସି କେ କବିତା ବଞ୍ଜାରା ହିଲ୍ସରେ ଡିଏଭି ପବ୍ଲିକ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଛନ୍ତି । ଏହା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି,"ଆମ ଲୋକଙ୍କ ସହିତ ଆମ ଡିଏନଏ ମ୍ୟାଚ୍ କରୁଛି । ଗ୍ରାଉଣ୍ଡ୍ରେ ଆମ ଲୋକ ଯାହା ଅନୁଭବ କରନ୍ତି ଆମ କାନ ସବୁବେଳେ ଖୋଲା ରହିଥାଏ । କଥା କଥିତ ଜାତୀୟ ଦଳ ବର୍ତ୍ତମାନ ଯାହା ଆଞ୍ଚଳିତ ଦଳ ଭାବେ ଉଭା ହୋଇଛନ୍ତି । ଆମ ଦଳ ଭଳି ସେହି ସବୁ ଦଳ ଶକ୍ତିଶାଳୀ ନୁହନ୍ତୁ । ସେମାନେ ଆମ ଲୋକଙ୍କୁ ବୁଝିଥିବା କହୁଛନ୍ତି ମାତ୍ର ଏହା କରିନାହାନ୍ତି । ସେମାନେ ଆମ ସଂସ୍କୃତି ବିଷୟରେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ ।"
ସେ ଆହୁରି କହିଛନ୍ତି, କଂଗ୍ରେସ ଏବଂ ବିଜେପି ତେଲେଙ୍ଗାନାକୁ କେବେ ବୁଝିନାହାନ୍ତି । ଆମେ ରାଜ୍ୟ ପାଇଁ ଲଢ଼େଇ କରିଛୁ । ରାଜ୍ୟ ପାଇଁ କାମ କରିଛୁ । ତେଲେଙ୍ଗାନାବାସୀ ସେମାନଙ୍କ ଉପରେ ଭରସା କରନ୍ତୁ ନାହିଁ । ସେମାନ ଆମର ବିଶ୍ବାସ ଅଛି ବିଆରଏସ୍ ସହିତ ଲୋକ ସବୁବେଳେ ଭଲ କରିବେ । ଆମର ଦୃଢ଼ ବିଶ୍ବାସ ଅଛି । ଆମେ ସେଞ୍ଚୁରୀ ମାରିବାକୁ ଯାଉଛି । ତୃତୀୟ ଥର ପାଇଁ କ୍ଷମତାକୁ ଆସିବୁ ।