ହାଇଦ୍ରାବାଦ:ବର୍ତ୍ତମାନ ଦେଶରେ ନିୟନ୍ତ୍ରଣକୁ ଆସୁଛି କୋରୋନା । ଅନ୍ୟ ରାଜ୍ୟଗୁଡିକ ପରି ତେଲେଙ୍ଗାନାରେ ମଧ୍ୟ ଦୈନିକ ସଂକ୍ରମଣରେ ଆଖିଦୃଶିଆ ହ୍ରାସ ଘଟୁଛି । ଯାହାଫଳରେ ବର୍ତ୍ତମାନ ତେଲେଙ୍ଗାନାରେ ଲକଡାଉନକୁ ହଟାଇ ଦିଆଯାଇଛି । ତେବେ ତଥାପି ବି ବିପଦ ଟଳିନି । ରାଜ୍ୟରେ ମହାମାରୀକୁ ମାତ୍ ଦେବାକୁ ତେଲେଙ୍ଗାନା ସରକାର ଟୀକାକରଣ ଡ୍ରାଇଭକୁ ଜୋରଦାର କରିଛନ୍ତି । ଶନିବାର ଗୋଟିଏ ଦିନରେ ରାଜ୍ୟରେ 2.45 ଲକ୍ଷ ଟୀକାକରଣ କରାଯାଇଛି ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ଜି ଶ୍ରୀନିବାସଙ୍କ କହିବାନୁଯାୟୀ, ଶନିବାର ପ୍ରାୟ 2 ଲକ୍ଷ 17 ହଜାର 789 ଜଣ ପ୍ରଥମ ଡୋଜ ନେଇଛନ୍ତି । ସେହିଭଳି 27 ହଜାର 309 ଜଣ ବ୍ୟକ୍ତି ଦ୍ବିତୀୟ ଡୋଜ ନେଇଛନ୍ତି । ଯାହାଫଳରେ ବର୍ତ୍ତମାନ ରାଜ୍ୟରେ ମୋଟ ପ୍ରଥମ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା 88 ଲକ୍ଷ 47 ହଜାର 880 ଏବଂ ଉଭୟ ଡୋଜ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା 14 ଲକ୍ଷ 76 ହଜାର 440ରେ ପହଞ୍ଚିଛି । ଚଳିତ ମାସ 25 ସୁଦ୍ଧା ରାଜ୍ୟରେ ଏକ କୋଟି ଟୀକାକରଣ କରାଯାଇଥିବା ଅଧିକାରୀ ସୂତ୍ରରୁ ଜଣାପଡିଛି । ପ୍ରାୟ 1 ହଜାର 114 ସରକାରୀ କେନ୍ଦ୍ର ଏବଂ 57 ଘରୋଇ ଟିକା କେନ୍ଦ୍ରରେ ଏହି ଟିକା ଦିଆଯାଇଛି ।