ହାଇଦ୍ରାବାଦ: ତେଲେଙ୍ଗାନାର ସମସ୍ତ ରାଜ୍ୟବାସୀଙ୍କ ପାଇଁ ମାଗଣା ଟିକା ପ୍ରଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏହାସହ ତେଲେଙ୍ଗାନାରେ କାର୍ଯ୍ୟରତ ଥିବା ଅନ୍ୟ ରାଜ୍ୟର ବ୍ୟକ୍ତିବିଶେଷ ମଧ୍ୟ ଏହି ମାଗଣା ଟିକା ପାଇବାର ହକଦାର ହେବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କେସିଆର ସୂଚନା ଦେଇଛନ୍ତି ।
କେସିଆର ଆହୁରି ମଧ୍ୟ କହିଛନ୍ତି ଏହି ମାଗଣା ଟିକାକରଣ ପାଇଁ 2500 କୋଟି ଖର୍ଚ୍ଚ ହେବ । ସ୍ପଷ୍ଟ ଭାବରେ କହିଛନ୍ତି ଯେ ଲୋକଙ୍କ ଜୀବନ ଅପେକ୍ଷା ଟଙ୍କା ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ। ତେଣୁ ରାଜ୍ୟ ସରକାର ଏହି ମୁକ୍ତ ଟୀକା କରଣଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଘୋଷଣା ପୂର୍ବରୁ ବର୍ତ୍ତମାନ 35 ଲକ୍ଷ ଲୋକଙ୍କୁ ଟିକା ଗ୍ରହଣ କରିସାରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।