ହାଇଦ୍ରାବାଦ:"ମୁଁ ଯେବେ ତେଲେଙ୍ଗାନା ଆସିଥାଏ ମୋତେ ଏଠାକାର ଜନତାଙ୍କ ମଧ୍ୟରେ ଆଶାର କିରଣ ଦେଖାଯାଏ । ଏହା ଆଶା ଓ ପରିବର୍ତ୍ତନର କିରଣ । ତେଲେଙ୍ଗାନା ବିକାଶର ଶିଖରରେ ପହଞ୍ଚୁ ବୋଲି ଚାହାନ୍ତି । ତେଲେଙ୍ଗାନା ଜନତା ବିଶ୍ବାସଘାତ ଅତୀତରୁ ମୁକୁଳିବାକୁ ଚାହାନ୍ତି । ଏଠାକାର ଜନତା ବିଆରଏସର 9ବର୍ଷ ଶାସନରୁ ଚିନ୍ତିତ ଅଛନ୍ତି । ତେଲେଙ୍ଗାନାବାସୀ BRS ଓ କଂଗ୍ରେସଠୁ ମୁକ୍ତି ଚାହାନ୍ତି । ଏଥର ପବନ ବିଜେପି ଆଡକୁ ବହୁଛି । ତେଲେଙ୍ଗାନା ଲୋକ ବିଜେପି ଉପରେ ବିଶ୍ବାସ ଓ ଭରସା କରିଛନ୍ତି । ଏଠାକାର ଗରିବ, ଚାଷୀ, ମହିଳା, ପଛୁଆ, ଦଳିତ ଯୁବାଗୋଷ୍ଠୀଙ୍କ ଆକାଂକ୍ଷର ପ୍ରତୀକ ବିଜେପି ସଂକଳ୍ପପତ୍ର । ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିଲେ ଜଣେ ବିସି ମୁଖ୍ୟମନ୍ତ୍ରୀ ହେବେ ।" ନିର୍ବାଚନୀମୁହାଁ ତେଲେଙ୍ଗାନାର କାମରେଡ୍ଡୀରେ ଏକ ବିଶାଳ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ନିର୍ବାଚନୀମୁହାଁ ତେଲେଙ୍ଗାନାରେ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଆରଏସ ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଟିଆରଏସ ତାର ନାମ ବଦଳାଇ ବିଆର୍ଏସ୍ ରଖିଲା ୟୁପିଏ ତାର ନାମ ବଦଳାଇ ଇଣ୍ଡିଆ ମେଣ୍ଟ କରିଥିଲା । ନାମ ବଦଳାଇ ଦେଲେ ହେଲେ ସେମାନଙ୍କ ଦୁର୍ନୀତି କୁଶାସନ ବଦଳିବ ନାହିଁ । କଂଗ୍ରସ ଓ ବିଆରଏସ କେବେ ବି ଦଳିତ ଓ ଗରିବଙ୍କ ପାଇଁ କାମ କରି ନାହାନ୍ତି । ଆଜିର ବିଆରଏସ ପୂର୍ବରୁ ଟିଆରଏସ ଥିଲା ଏମାନେ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଜଣେ ଦଳିତ ହେବେ ମାତ୍ର ଦଳିତ ଭୋଟ ମିଲିଗଲା ପରେ କେସିଆର ମୁଖ୍ୟମନ୍ତ୍ରୀ ଚୌକି ଅକ୍ତିଆର କରି ନେଇଥିଲେ । ତେଲେଙ୍ଗାନା ଚାଷୀ ସେମାନଙ୍କ ପରିଶ୍ରମ ପାଇଁ ପରିଚୟ । ହେଲେ ରାଜ୍ୟ ସରକାର ତାଙ୍କ ସହ ଧୋକା କରିଛନ୍ତି । ବିଆରଏସ ସରକାର ଅନେକ ଯୋଜନା କରିଛନ୍ତି ହେଲେ ତାହା ବିଆରଏସ ପାଇଁ ଏଟିଏମ ହୋଇ ରହିଯାଇଛି । ଯେବେ କାହାକୁ ଟଙ୍କା ଦରକାର ହୁଏ ସେମାନେ ଏଟିଏମ ବ୍ୟବହାର କରନ୍ତି । ବିଆରଏସକୁ ଟଙ୍କା ଦରକାର ହେଲେ ସେ ନୂଆ ଯୋଜନା ଘୋଷଣା କରିଥାଏ । ତେଲେଙ୍ଗାନାର ବିକାଶ ଟଙ୍କା ବିଆରଏସ ଚଳାଇଥୁବା ପରିବାର ପକେଟକୁ ଯାଉଛି । ଚାଷୀଙ୍କ ହିତ ବିଜେପି ପାଇଁ ସର୍ବଦା ପ୍ରାଥମିକତା ରହିଛି । ବିଆରଏସ ଓ କଂଗ୍ରେସ ତାଙ୍କ ପିଲାଙ୍କ କଥା ଭାବନ୍ତୁ ମାତ୍ର ଆମେ ତୁମ ପିଲାମାନଙ୍କ ସହ ସର୍ବଦା ଛିଡା ହେବୁ ବୋଲି କହିଛ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ବି ପଢନ୍ତୁ...କେସିଆର ସରକାର ଲୁଟିଥିବା ଟଙ୍କାକୁ ଜନତାଙ୍କୁ ଫେରାଇବ କଂଗ୍ରେସ: ରାହୁଲ ଗାନ୍ଧୀ