ଓଡିଶା

odisha

୯ ସାମ୍ବାଦିକଙ୍କୁ ମାନହାନି ନୋଟିସ୍‌ ପଠାଇଲେ ତେଜ ପ୍ରତାପ

By

Published : Apr 30, 2022, 11:21 AM IST

୯ ଜଣ ସାମ୍ବାଦିକଙ୍କୁ ମାନହାନି ନୋଟିସ ପଠାଇଲେ RJD ନେତା ତେଜ ପ୍ରତାପ ଯାଦବ । ଭୁଲ୍ ଖବର ପ୍ରସାରଣ କରି ତାଙ୍କୁ ବଦନାମ ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ସେ ଏହି ନୋଟିସ ପଠାଇଛନ୍ତି । ଅଧିକ ପଢନ୍ତୁ

୯ ସାମ୍ବାଦିକଙ୍କୁ ମାନହାନି ନୋଟିସ ପଠାଇଲେ ତେଜ ପ୍ରତାପ
୯ ସାମ୍ବାଦିକଙ୍କୁ ମାନହାନି ନୋଟିସ ପଠାଇଲେ ତେଜ ପ୍ରତାପ

ପାଟନା: RJD ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ନିଜ ବୟାନ ଏବଂ ଅନ୍ଦାଜକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସାମ୍ବାଦିକମାନଙ୍କୁ ମାନହାନି ନୋଟିସ ପଠାଇ ତେଜ ପ୍ରତାପ ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବା ଅଭିଯୋଗରେ ସେ ୟୁଟ୍ୟୁବର ସମେତ ୯ ଜଣ ସାମ୍ବାଦିକଙ୍କୁ ମାନହାନି ନୋଟିସ ପଠାଇଛନ୍ତି ଏବଂ ଏଥିପାଇଁ ୫୦ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି । କିଛି ମିଡିଆ ପ୍ଲାଟଫର୍ମ ତାଙ୍କର ଏବଂ ତାଙ୍କ ପରିବାରକୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି ।

ତେଜ ପ୍ରତାପ ସାମ୍ବାଦିକଙ୍କୁ ମାନହାନି ନୋଟିସ ପଠାଇଥିବାର ନିଜେ ଟ୍ବିଟ୍ କରି ଜଣାଇଛନ୍ତି । ନୋଟିସରେ ସମସ୍ତ ସାମ୍ବାଦିକଙ୍କ ନାମ ମଧ୍ୟ ଉଲ୍ଲେଖ ହୋଇଛି । କହିରଖୁଛି କି, ଦୁଇ ଦିନ ପୂର୍ବରୁ ତେଜ ପ୍ରତାପ ସୋସିଆଲ ମିଡିଆ ଏକ ଭିଡିଓ ସେୟାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଫେସବୁକ ପେଜରେ 'ସେକେଣ୍ଡ ଲାଲୁ ତେଜ ପ୍ରତାପ ଯାଦବ' ନାମକ ୟୁଜର ଆଇଡିରୁ ଉକ୍ତ ଭିଡିଓ ଜାରି ହୋଇଥିଲା । ଯେଉଁଥିରେ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ତାଙ୍କ ଇଣ୍ଟରଭ୍ୟୁ ନେବାକୁ ଆସିଥିବା ଏକ ୟୁଟ୍ୟୁବର ବ୍ଲଗରର ପର୍ଦ୍ଦାଫାସ କରିଥିବାର ଦାବି କରିଥିଲେ । ପ୍ରଥମେ ଭିଡିଓରେ ସେ ଉକ୍ତ ୟୁଟ୍ୟୁବରଙ୍କ ସହ ନିଜ ବାସଭାବନରେ ବାର୍ତ୍ତାଳାପ କରିଥିବାର ନଜର ଆସିଥିଲେ । ଆରଜେଡି ନେତା ତେଜ ପ୍ରତାପ ତାଙ୍କୁ ନିଜ କ୍ୟାମେରା ରଖି କଥାବାର୍ତ୍ତା କରିବାକୁ ଡାକିଥିଲେ । ହେଲେ ୟୁଟ୍ୟୁବର ଜଣକ ଇଣ୍ଟରଭ୍ୟୁ ନେବା ବଦଳରେ ସେଠାରୁ ଦୌଡି ପଳାଇ ଯାଇଥିଲେ ।

ତେଜ ପ୍ରତାପ ମଧ୍ୟ ନିଜ ଗାଡିରେ ୟୁଟ୍ୟୁବରର ପିଛା କରିଥିଲେ ଏବଂ ତାଙ୍କୁ ଫୋନ ଲଗାଇଥିଲେ । କିଛି ବାଟ ଯିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀଙ୍କ ଘର ଆଗରେ ସେହି ୟୁଟ୍ୟୁବର ଗାଡି ଥିବାର ଦେଖିଥିଲେ । ତେଣୁ ମାଂଝୀ ତାଙ୍କୁ ବଦନାମ କରିବାକୁ ଏପରି ଷଡଯନ୍ତ୍ର କରିଥିବାର ତେଜ ପ୍ରତାପ ଅଭିଯୋଗ କରି ନିଜ ଗାଡିରେ ବସି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ତାଙ୍କ ଅଭିଯୋଗ, ସମ୍ପୃକ୍ତ ୟୁଟ୍ୟୁବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କଥାରେ ତାଙ୍କୁ ବଦନାମ କଲା ଭଳି ଖବର ପ୍ରସାରଣ କରୁଛନ୍ତି । ସେହିଦିନ ନିଜ ଭିଡିଓରେ ତେଜ ପ୍ରତାପ କିଛି ସାମ୍ବାଦିକଙ୍କ ବିରୁଦ୍ଧରେ ମାନହାନି ଅଭିଯୋଗ କରିବେ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details