ଓଡିଶା

odisha

ETV Bharat / bharat

ସେଲ୍ଫି ନେବା ହେଲା କାଳ, ଜେନେରେଟର ଫ୍ୟାନ୍‌ରେ ଫସିଲା ନାବାଳିକାଙ୍କ କେଶ

ଅସାବଧାନତା ଭାବେ ସେଲ୍ଫି ନେବା ବେଳେ ଜେନେରେଟର ପଙ୍ଖାରେ ନାବାଲିକାଙ୍କ କେଶ ପଶି ଉପୁଡିଗଲା ଖପୁରୀ (Teenager hair trapped in generator fan in Aligarh)। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Etv Bharatସେଲ୍ଫି ନେବା ବେଳେ ଜେନେରେଟରେ ପଶିଗଲା ନାବାଳିକାଙ୍କ କେଶ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
Etv Bharatସେଲ୍ଫି ନେବା ବେଳେ ଜେନେରେଟରେ ପଶିଗଲା ନାବାଳିକାଙ୍କ କେଶ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

By

Published : Oct 4, 2022, 8:21 AM IST

Updated : Oct 4, 2022, 8:38 AM IST

ଲକ୍ଷ୍ନୌ:ଏକ ସଂସ୍କୃତିକ କାର୍ଯ୍ୟକ୍ରମବେଳେ ଅସାବଧାନତା ଭାବେ ସେଲ୍ଫି ନେବା ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି । ସେଲ୍ଫି ନେବା ବେଳେ ନିକଟରେ ଥିବା ଜେନେରେଟର ପଙ୍ଖାରେ ନାବାଳିକାଙ୍କ କେଶ ଫସିଯିବା ଫଳରେ ନାବାଳିକା ଜଣଙ୍କ ଗୁରୁତର ହୋଇଛନ୍ତି (Teenager hair trapped in generator fan in Aligarh)। ସମ୍ପୂର୍ଣ୍ଣ କେଶ ସହ ସହ ଖପୁରୀର ଉପର ଭାଗ ଚମଡା ମଧ୍ୟ ଛାଲି ହୋଇଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅଲିପୁରରେ ।

ସେଲ୍ଫି ନେବା ବେଳେ ଜେନେରେଟରେ ପଶିଗଲା ନାବାଳିକାଙ୍କ କେଶ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ସୂଚନା ଅନୁସାରେ ସ୍ଥାନୀୟ ଅମିତ ଅଗ୍ରଓ୍ବାଲ ନାମକ ଜଣେ ବ୍ୟବସାୟୀଙ୍କ 13 ବର୍ଷୀୟା କନ୍ୟା ଆରୁଷି ଏପରି ଅଘଟଣର ଶିକାର ହୋଇଛନ୍ତି । କିଶୋରୀଜଣଙ୍କ ପରିବାର ସଦସ୍ୟଙ୍କ ସହ ଅଲିଗଡର ମହାରାଜା ଉଗ୍ରେସନ ଜୟନ୍ତୀ କାର୍ଯ୍ୟକ୍ରମ ଦେଖିବା ପାଇଁ ଆସିଥିଲେ । ତେବେ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରାର ସେଲ୍ଫି ଭିଡିଓ ନେଉଥିଲେ ସମ୍ପୃକ୍ତ ନାବାଳିକା । ଏହି ସମୟରେ ସେ ଅସାବଧାନତା ଯୋଗୁ ନିକଟରେ ଲାଗିଥିବା ଏକ ଜେନେରେଟରର ଖୁବ ନିକଟବର୍ତ୍ତୀ ହୋଇଥିଲେ । ଜେନେରେଟ ପଙ୍ଖାରେ ସମ୍ପୃକ୍ତ ନାବାଳିକାଙ୍କ କେଶ ଲାଗିଯାଇଥିଲା (Teenager hair trapped in generator fan in Aligarh) ।

ଏହା ଦେଖି ନିକଟରେ ଉପସ୍ଥିତ ଥିବାଲୋକେ ନାବାଳିକାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ମଧ୍ୟ କିଶୋରୀଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ତାଙ୍କର କେଶ ସହ ଖପୁରୀର କିଛି ଅଂଶ ମଧ୍ୟ ଉପୁଡି ଯାଇଥିବା ସୂଚନା ମିଳିଛି (Aligarh accident Teenager injured)। ଅସ୍ତ୍ରୋପଚାର ମଧ୍ୟ କରାଯାଇଛି । ଏବେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଆସିୟୁରେ ରଖା ଯାଇଛି । ପର୍ବରୁ ମଧ୍ୟ ସେଲ୍ଫିକୁ ବିଭିନ୍ନ ଅଘଟଣ ସାମ୍ନାକୁ ଆସିଛି । କେତେବେଳେ ବିଦ୍ୟୁତ ଆଘାତରେ ତ କେତେବେଳେ ରେଳ ଧାରଣାରେ ସେଲ୍ଫି ଭିଡିଓ ବେଳେ ଅଘଟଣ ଘଟିବାର ଦେଖାଯାଉଛି ।

Last Updated : Oct 4, 2022, 8:38 AM IST

ABOUT THE AUTHOR

...view details