ଓଡିଶା

odisha

ETV Bharat / bharat

ବଦଳି ପାଇଁ ଶିକ୍ଷକଙ୍କୁ ଲାଞ୍ଚ କଥା ପଚାରି ହଟହଟା ରାଜସ୍ଥାନ ମୁଖ୍ଯମନ୍ତ୍ରୀ

ଶିକ୍ଷକଙ୍କୁ ଲାଞ୍ଚ ବାବଦରେ ପଚାରି ହଟହଟା ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ବଦଳି ପାଇଁ ଲାଞ୍ଚ ମଗାଯାଉଥିବା ପ୍ରଶ୍ନର ଉତ୍ତର ଏମିତି ଦେଲେ ଶିକ୍ଷକ । ଅଧିକ ପଢନ୍ତୁ

ଶିକ୍ଷକଙ୍କୁ ଲାଞ୍ଚ କଥା ପଚାରି ହଟ୍ଟହଟ୍ଟା ମୁଖ୍ଯମନ୍ତ୍ରୀ
ଶିକ୍ଷକଙ୍କୁ ଲାଞ୍ଚ କଥା ପଚାରି ହଟ୍ଟହଟ୍ଟା ମୁଖ୍ଯମନ୍ତ୍ରୀ

By

Published : Nov 16, 2021, 10:55 PM IST

ଜୟପୁର: ଶିକ୍ଷା ବିଭାଗର ବଦଳି ପ୍ରକ୍ରିୟାରେ ଦୁର୍ନୀତିର ଅଭିଯୋଗ କିଛି ନୂଆ କଥା ନୁହେଁ। କିନ୍ତୁ ଆଜି (ମଙ୍ଗଳବାର) ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ଲାଞ୍ଚ ବାବଦରେ ପଚାରିବା ପରେ ଯାହା ଉତ୍ତର ମିଳିଥିଲା ତାହା ରାଜସ୍ଥାନ ଶିକ୍ଷା ବିଭାଗ ପ୍ରତି ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ରାଜ୍ୟ ସ୍ତରୀୟ ଶିକ୍ଷକ ପୁରସ୍କାର ବିତରଣ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ଶିକ୍ଷକଙ୍କୁ ଭଲ ସ୍ଥାନକୁ ବଦଳି ପାଇଁ ଟଙ୍କା ବା ଲାଞ୍ଚ ଦେବାକୁ ପଡୁଛି କି ବୋଲି ପ୍ରଶ୍ନ କରିଥିଲେ । ତେବେ ମଞ୍ଚ ତଳେ ବସିଥିବା ଶିକ୍ଷକ ଏକା ସଙ୍ଗରେ ହଁ ଲାଞ୍ଚ ଦେବାକୁ ପଡେ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ଦେବା ପରେ ଶିକ୍ଷା ବିଭାଗର ପାରଦର୍ଶିତା ପଦାରେ ପଡିଛି ।

ଏହା ଉପରେ ମୁଖ୍ୟମନ୍ତ୍ରୀ ଗେହେଲଟ କହିଛନ୍ତି ଯେ ଏପରି ହେଉଥିଲେ ଏହା ଏକ ଦୁଖଃଦ ଘଟଣା । ବଦଳି ପାଇଁ ଜାରି ନୀତିରେ ସ୍ୱଚ୍ଛତା ଆଣିବା ଜରୁରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ସମାପ୍ତ ହେବା ପରେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ ମାଇକ୍ ଧରି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଶିକ୍ଷାମନ୍ତ୍ରୀ କହିଥିଲେ ତାଙ୍କ ବିଭାଗରେ ଯଦି ଏପରି ଲାଞ୍ଚ ତଥା ଦୁର୍ନୀତି ଅଭିଯୋଗ ଆସେ ତେବେ ସେ ସମ୍ପର୍କରେ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହୁଏ । ଖୁବ ଶିଘ୍ର ରାଜ୍ୟରେ ବଦଳି ନୀତିରେ ପାରଦର୍ଶିତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପ୍ରୟାସ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details