ଓଡିଶା

odisha

ETV Bharat / bharat

Sexual assault on student: ଦୋଷୀ ସାବ୍ଯସ୍ତ ଶିକ୍ଷକଙ୍କୁ ଆଜୀବନ ଜେଲ

ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିଲେ ଶିକ୍ଷକ । ଦୋଷୀ ସାବ୍ଯସ୍ତ ଶିକ୍ଷକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ପକ୍ସୋ ଆକ୍ଟରେ ହୋଇଥିଲା ମାମଲା । ଅଧିକ ପଢନ୍ତୁ

Sexual assault on student: ଦୋଷୀ ସାବ୍ଯସ୍ତ ଶିକ୍ଷକଙ୍କୁ ଆଜୀବନ ଜେଲ
Sexual assault on student: ଦୋଷୀ ସାବ୍ଯସ୍ତ ଶିକ୍ଷକଙ୍କୁ ଆଜୀବନ ଜେଲ

By

Published : Jul 27, 2023, 10:43 PM IST

ବେଙ୍ଗାଲୁରୁ: ସ୍କୁଲରେ ଜଣେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବା ଓ ଅପ୍ରାକୃତିକ ଉପାୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ଶିକ୍ଷକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାଙ୍ଗାଲୋର ଅତିରିକ୍ତ ଜିଲ୍ଲା ଏବଂ ଶେସନ କୋର୍ଟ (FTSC-1) ସମ୍ପୃକ୍ତ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଥିବା ଶିକ୍ଷକ ହେଉଛନ୍ତି 33 ବର୍ଷୀୟ ପ୍ରୀତିରାଜ ଓ ସେ କୁଲାଇର ବାସିନ୍ଦା । 2014 ମହିସା ଅଗଷ୍ଟ 1 ତାରିଖରୁ 2016 ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ହାଇସ୍କୁଲର ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ସୁରତକାଲ ପୋଲିସ ଷ୍ଟେସନରେ ଶିକ୍ଷକ ପ୍ରୀତିରାଜଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଅଭିଯୋଗ ଅନୁସାରେ, ପ୍ରୀତିରାଜ ଛାତ୍ରଙ୍କୁ ଘରକୁ ଡାକି ବାରମ୍ବାର ଯୌନ ନିର୍ଯାତନା ଦେଇଥିଲେ । ଯଦି ସେ ଏକଥା କାହା ନିକଟରେ ପ୍ରକାଶ କରନ୍ତି ତେବେ ମାର୍କ ଏବଂ ପରୀକ୍ଷାରେ ସମସ୍ୟା ସୃଷ୍ଟି କରିବା ପାଇଁ ଧମକ ଦେଇଥିଲେ ସମ୍ପୃକ୍ତ ଶିକ୍ଷକ । ହେଲେ ଏପରି ବାରମ୍ବାର ବରଦାସ୍ତ କରିବା ପରେ ଛାତ୍ରଜଣଙ୍କ ବାଧ୍ୟ ହୋଇ ପରିବାର ସଦସ୍ୟଙ୍କ ନିକଟରେ ଏକଥା ପ୍ରକାଶ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ଥାନାରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରି ପକ୍ସୋ ସମେତ ଏକାଧିକ ଆକ୍ଟରେ କୋର୍ଟ ଫରଓ୍ବାର୍ଡ କରିଥିଲା । ତତ୍କାଳୀନ ସୁରତକାଲ ପୋଲିସ ଇନ୍ସପେକ୍ଟର ଚେଲୁଭାରାଜ.ବି ତଦନ୍ତ କରି କୋର୍ଟରେ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲେ ।

ଏହା ମଧ୍ଯ ପଢନ୍ତୁ:-କେରଳରେ ଜେଜେବାପା ଓ ଜେଜେମା’ଙ୍କୁ ହତ୍ୟା କଲା ନାତି, ମାଙ୍ଗାଲୋରରେ ବିକିଲା ସୁନା

ଆଜି ଟ୍ରାଏଲରେ ବିଚାରପତି ସାକ୍ଷ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୃଷ୍ଟାନ୍ତମୂଳକ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କାରାଦଣ୍ଡରେ ବ୍ୟତୀତ ପୋକ୍ସୋ ଆକ୍ଟର ଧାରା-6 ଅନୁଯାୟୀ 25,000 ଟଙ୍କା ଜୋରିମାନା ମଧ୍ୟ କରାଯାଇଛି । ଜୋରିମାନା ନଦେଲେ 6 ମାସ ଅତିରିକ୍ତ କାରାଦଣ୍ଡ ନେଇ ମଧ୍ୟ ଦଣ୍ଡାଦେଶରେ ସର୍ତ୍ତାବଳୀ ରହିଛି । ସେହିପରି ସ୍କୁଲରେ ଶିକ୍ଷକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡିତ ଛାତ୍ରଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details