ଜୟପୁର: ଶିକ୍ଷା ମନ୍ଦିରରେ ଶିକ୍ଷକ ଛାତ୍ର ଧସ୍ତାଧସ୍ତି । ଧାଡିରେ ଠିକସେ ଛିଡା ନହେବାରୁ ଛାତ୍ରଙ୍କୁ ମାଡ ମାରିଲେ ଶିକ୍ଷକ( Teacher Beats Student), ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷକଙ୍କୁ ମଧ୍ୟ ପିଟିଥିଲେ ଛାତ୍ର । ଥାନାରେ ଅଭିଯୋଗ କଲେ ଶିକ୍ଷକ ଓ ଛାତ୍ରଙ୍କ ପରିବାର ସଦସ୍ୟ । ରାଜସ୍ଥାନ ସିକର ଶ୍ରୀମାଧୋପୁର ବିଦ୍ୟାଳୟରେ ସାମ୍ନାକୁ ଆସିଛି ଏପରି ଘଟଣା । ଶିକ୍ଷକ ଲୁହା ପାଇପରେ ଛାତ୍ରଙ୍କୁ ମାଡ ମାରିଥିବାରୁ ଛାତ୍ର ଜଣକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ଛାତ୍ର ଜଣଙ୍କ ପ୍ରଥମେ ଶିକ୍ଷକଙ୍କୁ ମାଡ ମାରିବାରୁ ତାଙ୍କ ଚଷମା ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ।
ଏହାମଧ୍ୟ ପଢ଼ନ୍ତୁ:ପ୍ରାକ୍ଟିକାଲରେ ମାର୍କ କମିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର
ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଳୟର ଜଣେ ଛାତ୍ର ଠିକ୍ ଭାବରେ ଧାଡିରେ ଛିଡା ହୋଇ ନ ଥିବାରୁ ଶିକ୍ଷକ ତାଙ୍କୁ ଦଣ୍ଡିତ କରି ମାଡ ମାରିଥିଲେ । ଏହା ପରେ ଛାତ୍ର ଶିକ୍ଷକଙ୍କୁ ପ୍ରତିବାଦଳରେ ମାଡ ମାରିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତ ତର୍କ ହେବାରୁ ଶିକ୍ଷକ ଛାତ୍ରଙ୍କୁ ଏକ କୋଠରୀକୁ ନେଇ ସେଠାରେ ନିର୍ଦ୍ଧୁମ ମାଡ ମାରିଥିଲେ। ଏହାପରେ ସ୍କୁଲ ବାହରକୁ ଆଣି ଏକ ଲୁହା ପାଇପରେ ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ମାଡ ମାରିଥିବା କହିଛନ୍ତି ଛାତ୍ର । ଶିକ୍ଷକ ଲୁହା ପାଇପରେ ଛାତ୍ରଙ୍କୁ ପିଟିଥିବାରୁ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏନେଇ ପୋଲିସ କହିଛି ଯେ , ''ଏହି ଘଟଣା ନେଇ ସ୍କୁଲ କର୍ମଚାରୀ ଓ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି, ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ''।
ଏହାମଧ୍ୟ ପଢ଼ନ୍ତୁ:ପଣିକିଆ କହି ନପାରିବାରୁ ଛାତ୍ରୀକୁ ମାଡ ମାରି ଲହୁଲୁହାଣ କଲେ ଶିକ୍ଷକ
ତେବେ ଏହା ପୂର୍ବରୁ ସୁରଣା ଗ୍ରାମର ଏକ ସ୍କୁଲରେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଉଦୟପୁରର ଏକ ବିଦ୍ୟାଳୟରେ, ଛାତ୍ରଙ୍କୁ ପଚାରା ଯାଇଥିବା ପ୍ରଶ୍ନର ଉତ୍ତର ଅନ୍ୟ ଜଣେ ଛାତ୍ର ଦେବାରୁ ତାଙ୍କ ମୁଣ୍ଡକୁ ଟେବୁଲରେ ରଖି ମାଡ ମାରିଥିଲେ ଶିକ୍ଷକ । ବଲ୍ଲଭନଗରରେ ଛାତ୍ର କ୍ଲାସ ରୁମରେ ଚିପ୍ସ ଖାଇବାରୁ ତାଙ୍କୁ ଅତି ନିର୍ମମ ଭାବେ ମାଡ ମାଡମାରିଥିଲେ ଶିକ୍ଷକ । ଏହି ସବୁ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ଶିକ୍ଷାବ୍ୟବସ୍ଥା ଉପରେ ଏବେ ଆଙ୍ଗୁଠି ଉଠିଛି ।