ଓଡିଶା

odisha

ବାତ୍ୟା ତାଉ'ତେର ଲ୍ୟାଣ୍ଡଫଲ ଆରମ୍ଭ, ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁଛି ପ୍ରବଳ ପବନ

By

Published : May 17, 2021, 6:33 AM IST

Updated : May 17, 2021, 9:15 PM IST

ତାଉ'ତେର କୋପରେ ଉପକୂଳବର୍ତ୍ତୀ
ତାଉ'ତେର କୋପରେ ଉପକୂଳବର୍ତ୍ତୀ

20:59 May 17

ବାତ୍ୟା ତାଉ'ତେର ଲ୍ୟାଣ୍ଡଫଲ ଆରମ୍ଭ, ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁଛି ପ୍ରବଳ ପବନ

ମହାରାଷ୍ଟ୍ରରେ ତାଣ୍ଡବ ରଚିବା ପରେ ଗୁଜୁରାଟରେ ଲ୍ୟାଣ୍ଡଫଲ ଆରମ୍ଭ କରିଛି ବାତ୍ୟା ତାଉ'ତେ । ଲ୍ୟାଣ୍ଡଫଲ ପ୍ରୋସେସ ପାଇଁ ଲାଗିବ 2 ଘଣ୍ଟା । 

20:07 May 17

ମହାରାଷ୍ଟ୍ରରେ ବାତ୍ୟା ନେଲା 6 ଜୀବନ, ଆଉ କିଛି ଘଣ୍ଟା ପରେ ଗୁଜୁରାଟ ପହଞ୍ଚିବ ତାଉ'ତେ

ବାତ୍ୟା ତାଉତେ ପ୍ରଭାବରେ ମହାରାଷ୍ଟ୍ରରେ 6 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ତିନିଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି । 

15:48 May 17

ମହାରାଷ୍ଟ୍ରରେ ତାଉ'ତେର ମହାତଣ୍ଡବ, ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ମହାରାଷ୍ଟ୍ରରେ ବାତ୍ୟା ତାଉ'ତେର ମହାତାଣ୍ଡବ । ବର୍ତ୍ତମାନର ସ୍ଥିତିକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

13:38 May 17

12, 420 ଲୋକଙ୍କୁ ସ୍ଥାନାନ୍ତର କଲେ ଠାକରେ ସରକାର

ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ରତ୍ନାଗିରି, ସିନ୍ଧୁଗଜ ଓ ରାଇଗଡାର ପ୍ରାୟ 12, 420 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଏହି ସୂଚନା ଦିଆଯାଇଛି । ଏହାସହ ମୁମ୍ବାଇ, ପାଲଘର, ଥାନେ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । 

12:48 May 17

ମୁମ୍ବାଇରେ ମୁତୟନ ହେଲେ NDRF

ମୁମ୍ବାଇରେ ମୁତୟନ ହେଲେ NDRF

ମୁମ୍ବାଇରେ ମୁତୟନ ହେଲେ 3ଟି ଏନଡିଆରଏଫ୍ ଟିମ୍ । ଏହାସହ 6ଟି ଅଗ୍ନଶମବାହିନୀ ମଧ୍ୟ ନିୟୋଜିତ ଅଛନ୍ତି । 

12:40 May 17

ଭାଙ୍ଗିଲା ଶିବାଜୀ ଟର୍ମିନାଲ ଛାତ

ଭାଙ୍ଗିଲା ଶିବାଜୀ ଟର୍ମିନାଲ ଛାତ

ବାତ୍ୟା ତାଉ' ତେ କୋପରେ ଭାଙ୍ଗିଛି ମୁମ୍ବାଇ ଛତ୍ରପତୀ ଶିବାଜୀ ମହାରାଜ ଟର୍ମିନାଲର ଛାତ । ପବନର ବେଗରେ ରେଲୱେ ଷ୍ଟେସନର ଛାତ ଉଡିଯାଇଛି । ବର୍ଷା କାରଣରୁ ଅନେକ ଲୋକ ଏଠାରେ ଫସି ରହିଛନ୍ତି । 

11:55 May 17

ମୁମ୍ବାଇରେ 182ଟି ସ୍ଥାନରେ ଉପୁଡିଲା ଗଛ

ମୁମ୍ବାଇରେ 182ଟି ସ୍ଥାନରେ ଉପୁଡିଲା ଗଛ

ମୁମ୍ବାଇର 182 ଟି ସ୍ଥାନରେ ଗଛ ଉପୁଡି ପଡିଥିବା ସୂଚନା ରହିଛି । ତାଉ' ତେ ବାତ୍ୟା କାରଣରୁ ମୁମ୍ବାଇର କୁଲାବାରେ 17.4 ମିମି ବର୍ଷା ହେବା ସହ ସାନ୍ତାକ୍ରୁଜରେ 11.9 ମିମି ବର୍ଷା ହୋଇଛି । ଏହାସହ 6ଟି ସ୍ଥାନରେ ଘରର କାନ୍ଥ ଭାଙ୍ଗିବାର ସୂଚନା ରହିଛି । ସେପଟେ ରାଇଗଡରେ ଜଣେ ମହିଳାଙ୍କ ମୃତ୍ୟୁ । କାନ୍ଥ ଭାଙ୍ଗିବା ଫଳରେ ଜଣେ ମହିଳା ନୀତା ରମେଶ ନାଇକଙ୍କ ମୃତ୍ୟୁ ହୋଇଛି । 

10:48 May 17

ମହାରାଷ୍ଟ୍ରରେ ଭାଙ୍ଗିଲା କୋଠା-ଖୁଣ୍ଟି

ମହାରାଷ୍ଟ୍ରରେ ପ୍ରାୟ 536ଟି ଷ୍ଟ୍ରକଚରାଲ୍ ନଷ୍ଟ ହୋଇଛି । ଏଥିରେ ଘର ଭାଙ୍ଗିବା ସହ, କେତେ ଜଣଙ୍କ ଛାତ ପବନରେ ଉଡିଯିବା ସହ ବୈଦୁତିକ ଖୁଣ୍ଟି ଉପୁଡିଯାଇଛି । ସିନ୍ଧୁଦୁର୍ଗରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ 61ଟି ରତ୍ନାଗିରିରେ ଓ ରାଇଗଡ-ଥାନେରେ 2ଟି ଲେଖାଏଁ ଭାଙ୍ଗିଥିବା ସୂଚନା ମିଳିଛି । 

10:04 May 17

ମୁମ୍ବାଇ ବିମାନବନ୍ଦର ବନ୍ଦ

ମୁମ୍ବାଇରେ ତାଉ'ତେ ନେଇ ହାଇ ଆଲର୍ଟ । ଦିନ 11ଟାରୁ ଦିନ 2ଟା ଯାଏଁ ବନ୍ଦ ରହିବ ମୁମ୍ବାଇ ଏୟାରପୋର୍ଟ ।

09:56 May 17

ଉଗ୍ର ହେଉଛି ବାତ୍ୟା ତାଉ'ତେ

ଉଗ୍ର ହେଉଛି ବାତ୍ୟା ତାଉ'ତେ

ଅତି ତୀବ୍ର ବାତ୍ୟାର ରୂପ ନେଇଛି ତାଉ'ତେ । ଉତ୍ତର ଓ ଉତ୍ତର-ପଶ୍ଚିମ ଅଭିମୁଖେ ଗତି କରୁଛି ବାତ୍ୟା । ଆଜି ସନ୍ଧ୍ୟା ସୁଦ୍ଧା ଗୁଜୁରାଟ ଉପକୂଳ ଛୁଇଁବା ସହ ରାତି ସୁଦ୍ଧା ପୋରବନ୍ଦର ଓ ମହୁଆ ଦେଇ ଗତି କରିବ । ଗତି କରିବା ସମୟରେ ପବନର ବେଗ 155-165 କିଲୋମିଟର ପ୍ରତି ଘଣ୍ଟା ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । 

09:21 May 17

ମାଡି ଆସୁଛି ତାଉ’ତେ, ସୁରଟରେ ଅଶାନ୍ତ ସମୁଦ୍ର

ମାଡି ଆସୁଛି ତାଉ’ତେ, ସୁରଟରେ ଅଶାନ୍ତ ସମୁଦ୍ର

କ୍ଷୀପ୍ର ଗତିରେ ମାଡି ଆସୁଛି ତାଉ’ତେ । ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ପ୍ରଶାସନ । ସୁରଟରେ 80 କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ସମ୍ଭାବନା । 

08:38 May 17

ମୁମ୍ବାଇରେ ଆଗାମୀ 3 ଘଣ୍ଟା ଯାଏଁ ମଧ୍ୟମରୁ ପ୍ରବଳ ବର୍ଷା ଆଶଙ୍କା

ମୁମ୍ବାଇରେ ଘନେଇଛି ମେଘ

ସୋମବାର ସକାଳେ ମୁମ୍ବାଇରେ ତାଉ'ତେ ପ୍ରଭାବରେ ହାଲକା ବର୍ଷା ସହ ପ୍ରବଳ ପବନ ବହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଅନୁଯାୟୀ, ଆସନ୍ତା 3 ଘଣ୍ଟା ମଧ୍ୟରେ ମୁମ୍ବାଇ, ଥାନେ, ରାଇଗଡ, ପାଲଘର ଏବଂ ରତ୍ନାଗିରି ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ 75-85 କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

08:37 May 17

ଅହମ୍ମଦାବାଦ ଗଲା ବାୟୁସେନା ବିମାନ

ଅହମ୍ମଦାବାଦ ଗଲା ବାୟୁସେନା ବିମାନ

ଭାରତୀୟ ବାୟୁସେନା ଗୁଜୁରାଟକୁ ପଠାଇଲା ଦୁଇଟି C-130J ଏବଂ ଗୋଟିଏ An-32   ପରିବହନ ବିମାନ । ଏହି ବିମାନରେ 127 ଜଣ ଏନଡିଆରଏଫ୍  ସଦସ୍ୟ ଓ 16.5 ଟନ୍ ର ପରିବହନ ସାମଗ୍ରୀ ରହିଛି । ଏହି ବିମାନ କୋଲକାତାରୁ ଅହମ୍ମଦାବାଦ ଯାତ୍ରା କରିଛି । 

07:46 May 17

କୂଳକୁ ସୁରକ୍ଷିତ ଭାବେ ଫେରିଲେ ମତ୍ସ୍ୟଜୀବୀ

ଭାରତୀୟ ତଟରକ୍ଷୀ ବାହିନୀ ଅନୁସାରେ, ମହାରାଷ୍ଟ୍ରର 4526 ମତ୍ସ୍ୟଜୀବୀଙ୍କ ଡଙ୍ଗା ଏବଂ ଗୁଜୁରାଟର 2258 ଡଙ୍ଗା ନିରାପଦ ସହ କୂଳରେ ପହଞ୍ଚିଛି ।  

07:27 May 17

କନ୍ୟାକୁମାରୀରେ ବାତ୍ୟା ତାଉ'ତେ

କନ୍ୟାକୁମାରୀରେ ବାତ୍ୟା ତାଉ'ତେ

ତାମିଲନାଡୁ କନ୍ୟାକୁମାରୀରେ ତାଉ'ତେର ଭୟଙ୍କର ଦୃଶ୍ୟ । କନ୍ୟାକୁମାରୀ ସ୍ଥିତ ଏକ ଝରଣାରେ ଜଳସ୍ତର ବୃଦ୍ଧି ପାଇ ସମ୍ପୁର୍ଣ୍ଣ ଅଞ୍ଚଳକୁ ବୁଡେଇ ଦେଇଛି । 

07:04 May 17

ମୁମ୍ବାଇରେ ହାଲକା ବର୍ଷା

ମୁମ୍ବାଇରେ ହାଲକା ବର୍ଷା

ସକାଳୁ ମୁମ୍ବାଇର ୱାଦାଲା ଅଞ୍ଚଳରେ ହାଲୁକା ବର୍ଷାର ଦୃଶ୍ୟ । 

07:02 May 17

ଘର ଉପରେ ଗଛ ପଡି 2 ନାବାଳିକାଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଆଞ୍ଚଲୱାଡି ଅଞ୍ଚଳରେ 2 ନାବାଳିକାଙ୍କର ମୃତ୍ୟୁ ଘଟିଛି। ରବିବାର  ପବନରେ ଗଛ ଉପୁଡି ଘର ଉପରେ ପଡିଯାଇଥିଲା ।  ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ଅନୁସାରେ, ଜଣେ 17 ବର୍ଷିୟ ଝିଅ ଓ ଅନ୍ୟଜଣେ 12 ବର୍ଷର ଝିଅ ପ୍ରଥମେ ଗୁରୁତର ଥିଲେ ମାତ୍ର ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଛି ।

06:36 May 17

ଗୁଜୁରାଟରେ ଗଛ ପଡି ଜଣେ ମୃତ

ଗୁଜୁରାଟର କାମରାଜ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ପଡି ତାଙ୍କର ମୃତ୍ୟୁ ହୋଇଛି । ଗଛ ତଳେ ବସିଥିବା ବେଳେ ଦାନାଭାଇ ଆହିରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତାଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମଧ୍ୟ ଆହତ ହୋଇଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

06:26 May 17

ଗୁଜୁରାଟରେ ସ୍ଥାନାନ୍ତରିତ ହେଲେ ଉପକୂଳବର୍ତ୍ତୀ ବାସୀ

ତାଉ'ତେକୁ ଦୃଷ୍ଟିରେ ରଖି ଗୁଜୁରାଟ ମାଲିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ବ୍ୟବସ୍ଥା ଯାଞ୍ଚ କରି ଜିଲ୍ଲାପାଳ କହିଛନ୍ତି, ‘1200 ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଖାଦ୍ୟ ଏବଂ ଆଶ୍ରୟସ୍ଥଳୀ ସହିତ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ’ । 

06:21 May 17

ଗୋଆ ସିଏମଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା

ଗୃହମନ୍ତ୍ରୀ ଅମିତ ଶାହା ରବିବାର ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ କଥା ହୋଇଛନ୍ତି । ଉପକୂଳବର୍ତ୍ତୀ ରାଜ୍ୟରେ ଘୂର୍ଣ୍ଣିବଳୟ ତାଉ'ତେ ପାଇଁ ପ୍ରସ୍ତୁତି ସମ୍ପର୍କରେ କଥା ହୋଇଛନ୍ତି । ଶାହା ପରିସ୍ଥିତି, ସମ୍ବଳର ଉପଲବ୍ଧତା ଏବଂ କେନ୍ଦ୍ର-ରାଜ୍ୟ ସରକାରୀ ଏଜେନ୍ସିର ନିୟୋଜନ ଉପରେ ନଜର ରଖିଥିବା କହିଛନ୍ତି ।  

06:20 May 17

କେରଳରେ ଘୂର୍ଣ୍ଣିବଳୟ ତାଉ'ତେର ତାଣ୍ଡବ

ଉପକୂଳ କେରଳରେ ଘୂର୍ଣ୍ଣିବଳୟ ତାଉ'ତେ ତାଣ୍ଡବ ଆରମ୍ଭ କରିଛି । ଆଲାପୁଜାର ନିମ୍ନ ଭାଗ ଅଞ୍ଚଳଗୁଡିକ ଜଳମଗ୍ନ ହୋଇଯାଇଛି ।  ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି। ମେ 16-17 ରେ ବିଚ୍ଛିନ୍ନ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର IMD ପୂର୍ବାନୁମାନ କରିଛି । 

06:20 May 17

କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ

ରବିବାର ଘୂର୍ଣ୍ଣିବଳୟ ତାଉ'ତେ ଯୋଗୁଁ ଉତ୍ତର କର୍ଣ୍ଣାଟକ କନ୍ନଡ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 70 ରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବୋଲି କର୍ଣ୍ଣାଟକ ସରକାରଙ୍କୁ ସୂଚନା ଦେଇଛନ୍ତି।

06:20 May 17

ମଧ୍ୟପ୍ରଦେଶରେ ବର୍ଷା

ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ, ଆରବ ସାଗରରେ ଘନିଭୂତ ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ମଧ୍ୟପ୍ରଦେଶର କିଛି ଅଂଶ ରବିବାର ସନ୍ଧ୍ୟାରେ ହାଲୁକା ବର୍ଷା ହୋଇଥିଲା। 

06:03 May 17

ଗୁଜୁରାଟ ଉପକୂଳରେ ପ୍ରବଳ ବର୍ଷା

ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ 17 ରୁ 18 ମେ ମଧ୍ୟରେ ଘୂର୍ଣ୍ଣିବଳୟ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ଡ଼ ଶ୍ରୀ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟାର ଲ୍ୟାଣ୍ଡିଂ ସମୟରେ ପବନର ବେଗ 155-165 କିଲୋମିଟର ପ୍ରତି ଘଣ୍ଟା ରହିବ । 

Last Updated : May 17, 2021, 9:15 PM IST

ABOUT THE AUTHOR

...view details