ଚେନ୍ନାଇ: ଫ୍ରିଜରେ ରଖାଯାଇଥିବା ନୁଡୁଲସ୍ ଖାଇ ଚାଲିଗଲା ଦୁଇବର୍ଷ ଶିଶୁର ଜୀବନ । ମୃତ ଶିଶୁ ଜଣକ ହେଲେ ସାଇ ତରୁଣ । ଏଭଳି ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ସାମାୟାପୁରମ ଅଞ୍ଚଳରେ । ଏହି ଅଞ୍ଚଳରେ ରହୁଥିବା ମହାଲକ୍ଷ୍ମୀ ନାମକ ଦମ୍ପତିଙ୍କର ଦୁଇ ବର୍ଷର ପୁତ୍ର ସାଇ ତରୁଣ ଏକ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ।
ନୁଡୁଲସ୍ ଖାଇ ଚାଲିଗଲା ୨ ବର୍ଷ ଶିଶୁର ଜୀବନ ! - ନୁଡୁଲସ୍ ଖାଇ ଚାଲିଗଲା ଦୁଇ ବର୍ଷ ଶିଶୁର ଜୀବନ
ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖାଇ ଚାଲିଗଲା ଦୁଇ ବର୍ଷ ଶିଶୁର ଜୀବନ । ଅଧିକ ପଢ଼ନ୍ତୁ
ଗତ ଦୁଇଦିନ ତଳେ ତରୁଣ ନୁଡୁଲସ୍ ଖାଇବାକୁ ମା'ଙ୍କୁ କହିଥିଲେ । ଏହାପରେ ତରୁଣଙ୍କ ମା' ଫ୍ରିଜରେ ରହିଥିବା ନୁଡୁଲସକୁ ଆଣି ପୁଅ ତରୁଣଙ୍କୁ ଦେଇଥିଲେ । ତରୁଣ ନୁଡୁଲସ୍ ଖାଇବାର କିଛି ସମୟ ପରେ ବାନ୍ତି କରି ଅଚେତ୍ ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ତରୁଣଙ୍କୁ ସ୍ଥାନୀୟ ଶ୍ରୀରଙ୍ଗମ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଙ୍କ କହିବାନୁସାରେ ଶିଶୁଟି ବାସି ଖାଦ୍ୟ ସହ ଫ୍ରିଜ ଖାଦ୍ୟ ଖାଇଥିବାରୁ ତା ଶରୀରରେ ବିଷ କ୍ରିୟା ବଢ଼ିଯାଇଥିଲା । ଯାହାଫଳରେ ଶିଶୁଟିର ମୃତ୍ୟୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ