ଓଡିଶା

odisha

DMK ସପକ୍ଷରେ ତାମିଲନାଡୁ ଜନାଦେଶ, ଷ୍ଟାଲିନ ଯୁଗର ଅୟମାରମ୍ଭ

By

Published : May 2, 2021, 10:52 PM IST

ତାମିଲନାଡୁ ଶାସନ ଗାଦିରେ ବସିବେ ଡିଏମକେ ସଭାପତି ଏମକେ ଷ୍ଟାଲିନ୍ । ତାମିଲନାଡ଼ୁର ଏକ ଶକ୍ତିଶାଳୀ ରାଜନୈତିକ ଚେହେରା ଭାବରେ ଉଭା ହୋଇଛନ୍ତି ଏମକେ ଷ୍ଟାଲିନ । ଅଧିକ ପଢ଼ନ୍ତୁ...

ଡିଏମକେ ସପକ୍ଷରେ ତାମିଲନାଡ଼ୁ ଜନାଦେଶ, ଷ୍ଟାଲିନ ଯୁଗର ଅୟମାରମ୍ଭ
ଡିଏମକେ ସପକ୍ଷରେ ତାମିଲନାଡ଼ୁ ଜନାଦେଶ, ଷ୍ଟାଲିନ ଯୁଗର ଅୟମାରମ୍ଭ

ଚେନ୍ନାଇ:ପ୍ରଥମ ଥର ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ମଙ୍ଗ ଧରିବେ ଡିଏମକେ ସଭାପତି ଏମକେ ଷ୍ଟାଲିନ । ତାମିଲନାଡ଼ୁରେ ସରକାର ଗଢ଼ିବାକୁ ମ୍ୟାଜିକ ନମ୍ବର ହାସଲ କରିଛି ଡିଏମକେ । ଭୋଟ ଗଣତି ଆରମ୍ଭ ହେବା ପରେ ଲଗାତାର ଆଗୁଆ ରହି ଆସିଥିଲା ଡିଏମକେ । ଡିଏମକେ ହାସଲ କରିଥିବା ଅଧା ବିଧାନସଭା ଆସନରେ ବି ବିଜୟୀ ହୋଇ ପାରିନାହିଁ ପ୍ରତିଦ୍ବନ୍ଦୀ ଏଆଇଏଡିଏମକେ । ଫଳରେ ବର୍ତ୍ତମାନ ତାମିଲନାଡ଼ୁରେ ଷ୍ଟାଲିନ ଯୁଗ ଆରମ୍ଭ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ଷ୍ଟାଲିନ ଯୁଗର ଅୟମାରମ୍ଭ

ବିଧାନସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରି ତାମିଲନାଡ଼ୁ ଏକ ଶକ୍ତିଶାଳୀ ରାଜନୈତିକ ଚେହେରା ଭାବରେ ଉଭା ହୋଇଛନ୍ତି ଏମକେ ଷ୍ଟାଲିନ। ଭୋଟ ଗଣତି ପୂର୍ବରୁ ହିଁ ଚଳିତ ବିଧାନସଭା ନିର୍ବାଚନରେ ଏମକେ ଷ୍ଟାଲିନ ବାଜି ମାରିବା ନେଇ ମତ ରଖିଥିଲେ ରାଜନୀତି ବିଶାରଦ । ଏହି ଆକଳନକୁ ସତ୍ୟତାରେ ପ୍ରତିଫଳନ କରିଛନ୍ତି ଡିଏମକେ ସଭାପତି ଏମକେ ଷ୍ଟାଲିନ । 2021 ତାମିଲନାଡ଼ୁ ନିର୍ବାଚନ ମୈଦାନରେ ଏଆଇଏଡିଏମକେ ସଭାପତି କେ. ପାଲାନୀ ସ୍ବାମୀ, ଏଏମଏମକେର ଦିନାକରଣ ଓ ଏମଏନଏନର କମଲ ହାସନ ଭଳି ହେବିୱେଟ ପ୍ରତିଦ୍ବନ୍ଦିତା କରୁଥିଲେ । ଏଭଳି ସ୍ଥିତିରେ ହେବିୱେଟଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଏମକେ ଷ୍ଟାଲିନ ।

ବିଜୟ ପରେ ଦେଲେ ଜନତାକୁ ଧନ୍ୟବାଦ

ପ୍ରଥମ ଥର ପାଇଁ ବିଜୟ ହାସଲ କରିବା ପରେ ଡିଏମକେ ସଭାପତି ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଃସ୍ବାର୍ଥ ସେବା ମନୋଭାବ ନେଇ ଜନତାଙ୍କ ସେବା କରିବେ ବୋଲି ସେ କହିଛନ୍ତି । ଷ୍ଟାଲିନଙ୍କ ଡିଏମକେ ଦଳ ଷଷ୍ଠ ଥର ପାଇଁ ତାମିଲନାଡ଼ୁର ଶାସନ ଗାଦିରେ ବସିବାକୁ ଯାଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏମକେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଡିଏମକେ ସପକ୍ଷରେ ଜନାଦେଶ

ବର୍ତ୍ତମାନ ସୁଦ୍ଧା ଡିଏମକେ ବିଜୟୀ ହେବା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ । ଶେଷ ପର୍ଯ୍ୟାୟ ଭୋଟ ଗଣତି ବାକି ରହିଛି । ତାମିଲନାଡ଼ୁରେ ସରକାର ଗଠନ ପାଇଁ 118ଟି ବିଧାନସଭା ଆସନରେ ବିଜୟୀ ହେବା ଆବଶ୍ୟକ । ତେବେ ଏହି ମ୍ୟାଜିକ ନମ୍ବରକୁ ପାର କରିଛି ଡିଏମକେ । ଡିଏମକେ ସପକ୍ଷରେ 38 ପ୍ରତିଶତ ଜନମତ ରହିଥିବା ବେଳେ ଏଆଇଡିଏମକେ ସପକ୍ଷରେ 35 ପ୍ରତିଶତ ଜନମତ ରହିଛି।

ବିଜୟ ପୂର୍ବରୁ ବିଜୟ ଉତ୍ସବ

ଭୋଟ ଗଣତି ଦିନରେ ଲଗାତାର ଭାବରେ ଆଗୁଆ ରହିଥିଲା ଡିଏମକେ ଦଳ। ଡିଏମକେ ଚଳିତ ନିର୍ବାଚନରେ ଏକପାଖିଆ ବିଜୟ ହାସଲ କରିବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ବିଜୟ ଆଭାସ ପାଇ ଡିଏମକେ କର୍ମୀମାନେ ଚେନ୍ନାଇସ୍ଥିତ ଦଳ ମୁଖ୍ୟ କାର୍ଯ୍ୟାଳୟରେ ସମ୍ମୁଖରେ ବିଜୟ ଉତ୍ସବ ପାଳନ କରିଥିଲେ । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ କୌଣସି ଉତ୍ସବ ବା ରାଲିକୁ ବାରଣ କରାଯାଇଥିଲେ ସୁଦ୍ଧା ଏହାକୁ ଖାତିର କରି ନଥିଲେ ଡିଏମକେ କର୍ମୀ । ଏହାକୁ ନେଇ ଜଣେ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ନିର୍ବାଚନ କମିଶନ । ସେପଟେ ଲଗାତାର ତୃତୀୟ ଥର ପାଇଁ ଇଦାପାଦ୍ଦି ଆସନରେ ବିଜୟ ଲାଭ କରି ତାମିଲନାଡୁ ନିର୍ବାଚନ ଇତାହାସ ରେକର୍ଡ ସୃଷ୍ଟି କରିଛନ୍ତି ଏଆଇଏଡିଏମକେ ସଭାପତି କେ.ପାଲାନିସ୍ବାମୀ ।

ଏହାପୂର୍ବରୁ 2006ରୁ 2011, 1989-91, 1971-76 ଓ 1967-71ରେ ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜୟ ହାସଲ କରିଥଲା ଡିଏମକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details