ଓଡିଶା

odisha

IAF Helicopter Crash: ଜୀବନ ଯୁଦ୍ଧରେ ହାରିଗଲେ କ୍ୟାପଟନ ବରୁଣ ସିଂହ

By

Published : Dec 15, 2021, 1:02 PM IST

Updated : Dec 15, 2021, 2:04 PM IST

ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଗ୍ରୁପ କ୍ୟାପଟନ ବରୁଣ ସିଂହ । ଦୀର୍ଘ ୮ ଦିନ ଲଢି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଗ୍ରୁପ କ୍ୟାପଟନ ବରୁଣ ସିଂହ । ଚିିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

IAF Helicopter Crash
IAF Helicopter Crash

ନୂଆଦିଲ୍ଲୀ:ଦୀର୍ଘ ୮ ଦିନ ଲଢି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଗ୍ରୁପ କ୍ୟାପଟନ ବରୁଣ ସିଂହ (Group Captain Varun Singh passes away) । ଚିିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ଦେହାନ୍ତ ହୋଇଛି । ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ହୋଇ ଚିିକିତ୍ସିତ ହେଉଥିଲେ ବରୁଣ । ବେଙ୍ଗାଲୁରୁର ସେନା ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି କ୍ୟାପଟେନ ।

ଗତ ଡିସେମ୍ବର ୮ରେ ତାମିଲନାଡୁ କୁନ୍ନୁର ନୀଳଗିରି ଜିଲ୍ଲାରେ ଘଟିଥିବା ଭୟଙ୍କର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରୁ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଏକମାତ୍ର ଜୀବିତ ବ୍ୟକ୍ତି ଭାବେ ଉଦ୍ଧାର ହୋଇଥିଲେ । ପ୍ରଥମେ ତାଙ୍କୁ ୱେଲିଂଟନ ପରେ ବେଙ୍ଗାଲୁରୁକୁ ସ୍ଥାନନ୍ତରଣ କରାଯାଇଥିଲା । ବେଙ୍ଗାଲୁରୁରେ ସବୁ ପ୍ରକାରର ଚିକିତ୍ସା ସୁବିଧା ସତ୍ତ୍ୱେ କ୍ୟାପ୍ଟେନ ବରୁଣ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଦୁଃଖଦ ଖବରକୁ ବାୟୁସେନା ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି । ବାୟୁସେନା ଗ୍ରୁପ କ୍ୟାପ୍ଟେନ ବରୁଣଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛି ।

ଦୀର୍ଘ ଦଶନ୍ଧି ଧରି ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଦେଶର ସେବା କରି ଆସୁଥିଲେ। ସେବା ପାଇଁ ତାଙ୍କୁ ଚଳିତ ବର୍ଷ ଅଗଷ୍ଟ ୧୫ରେ ଶୌର୍ଯ୍ୟଚକ୍ର ସମ୍ମାନୀତ କରାଯାଇଥିଲା । ୨୦୧୮ରେ ସେ ଉଡ଼ାଉ ଥିବା ତେଜସ ଯୁଦ୍ଧ ବିମାନ ମଝି ଆକାଶରେ ଟେକ୍ନିକାଲ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ତାଙ୍କୁ ତେଜସ ହିରୋ କୁହାଯାଏ । ମଝି ଆକାଶରେ ଏକ ନିଶ୍ଚିତ ଦୁର୍ଘଟଣାରୁ ତେଜସକୁ ସଫଳତାର ସହିତ ଲ୍ୟାଣ୍ଡିଂ କରିଥିଲେ । କ୍ୟାପ୍ଟେନ ବରୁଣ ସିଂହ ନିଜ ବୁଦ୍ଧି ଓ ସାହାସ ବଳରେ ବେଶ ସୁରକ୍ଷିତ ଭାବେ ଏହାକୁ ରନୱେରେ ଲ୍ୟାଣ୍ଡ କରିଥିଲେ । ଏଥିପାଇଁ ତାଙ୍କୁ ଶୌର୍ଯ୍ୟଚକ୍ର ମିଳିଥିଲା । ଫଳରେ ଗୋଟିଏ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ କି, ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପୂର୍ବରୁ ୧୩ଜଣଙ୍କର ନିଧନ ହୋଇଥିଲା । ସେଥିରେ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସମେତ ୧୩ଜଣଙ୍କ ଦେହାନ୍ତ ହୋଇଥିଲା । ଆଉ ଆଜି ଆଉ ଜଣେ ବୀର ଯୋଦ୍ଧାଙ୍କୁ ମିଶାଇ ହେଲିକପ୍ଟରରେ ଉପସ୍ଥିତ ଥିବା ସମସ୍ତ ୧୪ ଜଣଙ୍କୁ ହରାଇଛି ଦେଶ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 15, 2021, 2:04 PM IST

ABOUT THE AUTHOR

...view details