ଚେନ୍ନାଇ:ଦେଶରେ କୋରୋନା ତାଣ୍ଡବ ରଚିଛି । ଏତେ ପରେ ବି ଲୋକଙ୍କ ମନରେ ଚେତା ପଶୁନାହିଁ । ଖୋଲାଖୋଲି କୋଭିଡ ନିୟମକୁ ଉଲ୍ଲଂଘନ କରୁଛନ୍ତି । ଗୋଟିଏ ସ୍ଥାନରେ ମେଳା ଲାଗିଲା ପରି ଭିଡ ଜମାଉଛନ୍ତି । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ସିନାଗଙ୍ଗା ଜିଲ୍ଲା ଭିଲାରପାଟି ଗାଁରେ । ପାରମ୍ପରିକ ମାଛ ପର୍ବ ପାଳନ ପାଇଁ ଗାଁର ସବୁ ଲୋକ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି ।
ତାମିଲନାଡୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କିଛି କମ ନାହିଁ । ତଥାପି ନିୟମକୁ ଆଖିଠାର । ତାମିଲନାଡୁ ସରକାର ଶୁକ୍ରବାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ସପ୍ତାହ ଲକଡାଉନ ବଢାଇଛନ୍ତି । ଦୋକାନ ବଜାର ଖୋଲିବାକୁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇଛି । 50 ପ୍ରତିଶତ ଲୋକଙ୍କୁ ନେଇ ଆଇଟି କମ୍ପାନୀ ଖୋଲିବାକୁ ଅନୁମତି ମିଳିଛି ।