ଚେନ୍ନାଇ: କୋରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ନୂଆ ପ୍ରତିବନ୍ଧକ ଲଗାଇଲେ ତାମିଲନାଡୁ ସରକାର । ଏବେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକାରୀ ହେବ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ । ତାମିଲନାଡୁରୁ ଗତ ଦୁଇ ଦିନ ଧରି 20 ହଜାରରୁ ଅଧିକ ନୂଆ କୋଭିଡ ମାମଲା ଟିହ୍ନଟ ହେବା ପରେ ଏହି ପ୍ରତିବନ୍ଧକ ଘୋଷଣା କରିଛନ୍ତି ସରକାର। ନୂତନ ପ୍ରତିବନ୍ଧକ ତାମିଲନାଡୁରେ ମେ ୬ରୁ ଲାଗୁ ହୋଇ ମେ ୨୦ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।
ନୂତନ ପ୍ରତିବନ୍ଧକ ହେଲା:
1- ଟ୍ରେନ, ମେଟ୍ରୋ ରେଳ ସେବା, ବସ ଏବଂ ଟ୍ୟାକ୍ସି ୫୦% ଯାତ୍ରୀଙ୍କ ସହ ଚଳାଚଳ କରିବ। ରେଷ୍ଟୁରାଣ୍ଟ ଏବଂ ଚା’ ଷ୍ଟଲଗୁଡିକୁ ଖାଦ୍ୟ ପାର୍ସଲ ପାଇଁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି।
2- ଗ୍ରୋସରୀ ଏବଂ ପନିପରିବା ଦୋକାନଗୁଡ଼ିକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ଜରୁରୀ ଜିନିଷ ଯୋଗାଉଥିବା ଦୋକାନ, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ସବୁଦିନ ଭଳି କାମ କରିପାରିବ।