ଓଡିଶା

odisha

ETV Bharat / bharat

ଅଭିନେତା ତଥା ଡିଏମଡିକେ ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ - ପରଲୋକରେ ଡିଏମଡିକେ ମୁଖ୍ୟ

DMDK Chief Vijayakanth Passes Away: ଆଉ ନାହାନ୍ତି ଅଭିନେତା ତଥା ଡିଏମଡିକେ ସଭାପତି ବିଜୟକାନ୍ତ । କୋରୋନାରେ ଆକ୍ରାନ୍ତ ହୋଇ ଆଜି ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

Vijayakanth Passes Away
ପରଲୋକରେ ଡିଏମଡିକେ ମୁଖ୍ୟ ବିଜୟକାନ୍ତ

By ETV Bharat Odisha Team

Published : Dec 28, 2023, 10:04 AM IST

Updated : Dec 28, 2023, 2:22 PM IST

ଚେନ୍ନାଇ:ପରଲୋକରେ ତାମିଲ ଅଭିନେତା ତଥା ଡିଏମଡିକେ ସଭାପତି ବିଜୟକାନ୍ତ । 71 ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି(ଗୁରୁବାର) ବିଜୟକାନ୍ତଙ୍କ ଦେହାନ୍ତ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ତାମିଲ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଡିଏମଡିକେ ସଭାପତିଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ଦଳର କର୍ମୀ ।

ଏହା ମଧ୍ୟ ପଢନ୍ତୁ-80 ବର୍ଷ ବୟସରେ ଆଖି ବୁଜିଲେ ଫିଲ୍ମ ନିର୍ମାତା ପିଭି ଗଙ୍ଗାଧରନ

ଡାକ୍ତରଖାନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନିମୋନିଆ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆଜି ସକାଳ ସମୟରେ ବିଜୟକାନ୍ତଙ୍କ ଦେହାନ୍ତ ହୋଇଛି । ଏନେଇ ସକାଳେ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବିଜୟକାନ୍ତଙ୍କ କୋରୋନା ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିଛି । ଶ୍ବାସକ୍ରିୟାରେ ସମସ୍ୟା ହେତୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ -Chandra Mohan Passes Away: ହୃଦଘାତରେ ତେଲୁଗୁ ଅଭିନେତା ଚନ୍ଦ୍ର ମୋହନଙ୍କ ଦେହାନ୍ତ

ବିଜୟକାନ୍ତଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜୟକାନ୍ତଙ୍କ ଦେହାନ୍ତରେ ମୁଁ ଦୁଃଖିତ । ତାମିଲ ଚଳଚ୍ଚିତ୍ର ଜଗତରେ ସେ ଜଣେ ବର୍ଷିଆନ ଅଭିନେତା ଥିଲେ । ତାଙ୍କର ଅଭିନୟ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁଛି । ଜଣେ ରାଜନେତା ଭାବେ ସେ ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଥିଲେ । ତାଙ୍କର ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ । ସେ ମୋର ଜଣେ ଘନିଷ୍ଠ ବନ୍ଧୁ ଥିଲେ । ତାଙ୍କ ସହ କଥାବାର୍ତ୍ତା ହୋଇଥିବା ସମୟକୁ ମୁଁ ମନେ ପକାଉଛି । ଏପରି ଦୁଃଖଦ ସମୟରେ ତାଙ୍କର କର୍ମୀ ଓ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଉଛି ।

ତାମିଲ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି ବିଜୟକାନ୍ତ । ଚଳଚ୍ଚିତ୍ରରେ ସେ ସୈନ୍ୟ ଭୂମିକାରେ ବଳିଷ୍ଠ ଅଭିନୟ କରିଥିବାରୁ ତାଙ୍କୁ କ୍ୟାପଟେନର ଆଖ୍ୟା ଦିଆଯାଇଥିଲା । ସିନେମାରେ ଜଣେ ସଫଳ ଅଭିନେତା ହୋଇଥିବା ବେଳେ ରାଜନୀତିରେ ମଧ୍ୟ ସେ ବିଜ୍ଞ । 2005 ମସିହାରେ ସେ ଡିଏମଡିକେ ଦଳ ଗଠନ କରି ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ଡିଏମଡିକେ ଦଳ 2006 ତାମିଲନାଡୁ ବିଧାନସଭା ନିର୍ବାଚନରେ ଲଢିଥିଲା । ସ୍ବାଧୀନ ଭାବରେ ନିର୍ବାଚନ ଲଢି ଏକାଧିକ ଆସନରେ ବିଜୟୀ ମଧ୍ୟ ହୋଇଥିଲା । 2011 ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମଡିକେ ଓ ଏଆଇଏଡିଏମକେ ମେଣ୍ଟ ଗଠନ କରିଥିଲେ । ବିଜୟକାନ୍ତ ବିରୋଧୀ ଦଳର ନେତା ହୋଇଥିଲେ । ତାଙ୍କର ମୃତ୍ୟୁରେ ବରିଷ୍ଠ ରାଜନେତା ଓ ବହୁ ଅଭିନେତା ଶୋକବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2023, 2:22 PM IST

ABOUT THE AUTHOR

...view details