ଓଡିଶା

odisha

ETV Bharat / bharat

ହିଂସ୍ର ତାଲିବାନ: ମୃତ ମହିଳାଙ୍କ ସହ ରଖନ୍ତି ଶାରୀରିକ ସମ୍ପର୍କ!

ଆଫଗାନିସ୍ତାନରେ ତାଲିବାନଙ୍କ କବଜା ପରେ ମହିଳାଙ୍କ ମଧ୍ୟରେ ପଶିଛି ଛନକା । ଭୟରେ ପଦାକୁ ବାହାରୁ ନାହାଁନ୍ତି କେହି । ତେଣିକି ସେ ୧୦-୧୨ ବର୍ଷର ଝିଅ ହେଉ କିମ୍ବା ୬୦ ବର୍ଷୀୟା ବୃଦ୍ଧା ମହିଳା ହୁଅନ୍ତୁ । କାହାରିକୁ ଛାଡୁ ନାହାଁନ୍ତି ନିର୍ଦ୍ଦୟ ତାଲିବାନ । ଗୁଳିରେ ନ ହେଲେ ଗୁଲାମଗିରିରେ ମହିଳାଙ୍କୁ କରୁଛନ୍ତି କବଜା । ଏବେ ଆହୁରି ଏକ କ୍ରୁର ରୂପ ତାଲିବାନର ଆସିଛି, ଯାହାକୁ ଶୁଣିଲେ ଦେହ ଭୟରେ ଥରି ଉଠିବ । ପଢନ୍ତୁ ଏହି ରିପୋର୍ଟ...

By

Published : Aug 23, 2021, 5:27 PM IST

କ୍ରୁର ତାଲିବାନ: ମୃତ ମହିଳାଙ୍କ ସହ ରଖନ୍ତି ଶାରୀରିକ ସମ୍ପର୍କ!
କ୍ରୁର ତାଲିବାନ: ମୃତ ମହିଳାଙ୍କ ସହ ରଖନ୍ତି ଶାରୀରିକ ସମ୍ପର୍କ!

କାବୁଲ:ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଥିବା ତାଲିବାନ ଯେ କେତେ ନୃଶଂସ, ତାହା ସମସ୍ତଙ୍କୁ ଜଣା । ବନ୍ଧୁକ ମୁନରେ କଥା କହୁଥିବା ତାଲିବାନ ମହିଳାଙ୍କ ପାଇଁ ଅତ୍ୟନ୍ତ କ୍ରୁର ଓ ବୀଭତ୍ସ । ତାଙ୍କ ଅତ୍ୟାଚାରର ରୂପ ଯେ, କେଡେ ଭୟଙ୍କର ତାହା ଆଫଗାନ ମହିଳାଙ୍କୁ ବେଶ୍ ଭଲଭାବେ ଅବଗତ । ସେଥିପାଇଁ ତ ସେଠାରେ କୌଣସି ମହିଳା ରହିବାକୁ ଉଚିତ୍ ମଣୁ ନାହାଁନ୍ତି । ଡର ଓ ଆତଙ୍କର ଏକ ପ୍ରକାର ବାତାବରଣ ଆଫଗାନରେ ଘୋଟିଯାଇଛି ।

ପୂର୍ବରୁ ମହିଳାଙ୍କ ପାଇଁ ଆଫଗାନ କ୍ରୁର ଥିଲା ଆଉ ଏବେ ଅଛି ମଧ୍ୟ । ଚାଲିଚଳଣି-ରହଣି, ପୋଷାକ, ପାଠପଢାରେ ରୋକଟୋକ ଲଗାଉଥିବା ତାଲିବାନ ଏବେ ସବୁ ସୀମା ଟପିଯାଇଛି । ତାଲିବାନର ଆଉ ଏକ ଭୟଙ୍କର ରୂପ ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ କେବଳ ମହିଳା କାହିଁକି, କାହାର ବି ଦେହ ଶୀତେଇ ଉଠିବ । ଘଟଣାଟି ହେଉଛି ତାଲିବାନ ମୃତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥାଏ । ଦେହର ଭୋକକୁ ମେଣ୍ଟାଇବା ପାଇଁ ସେ ଦେହତ୍ୟାଗ କରିଥିବା ମହିଳାଙ୍କୁ ମଧ୍ୟ ଛାଡି ନଥାଏ । ମହିଳା ତା ପାଇଁ ଏକ ଖେଳନା ସଦୃଶ୍ୟ, ସେ ଯାହା ପାରିବ, ତାହା କରିପାରିବ । ନା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କିଏ ଅଛି, ନା ମାମଲା ଦାୟର କରିବାକୁ କିଏ ଅଛି, କାରଣ ଯେଉଁଠି ଏବେ ଏହି ଘୃଣ୍ୟ କାମ ହେଉଛି, ସେଠାରେ ତାଲିବାନର ରାଜ ଚାଲିଛି ।

ତାଲିବାନର ଏହି ନୃଶଂସ କାର୍ଯ୍ୟର ଖୁଲାସା କରିଛନ୍ତି ଆଫଗାନିସ୍ତାନରୁ ଭାରତ ଫେରିଥିବା ଜଣେ ମହିଳା । ସୁରକ୍ଷା ଦୃଷ୍ଟିରୁ ତାଙ୍କ ନାଁକୁ ଗୋପନୀୟ ରଖାଯାଇଛି । ସେ କହିଛନ୍ତି ଦୁର୍ଦ୍ଦାନ୍ତ ତାଲିବାନ ସବୁ ସୀମା ସରହଦ ପାର କରିଦେଇଛି । ସେ ବର୍ତ୍ତମାନ ମୃତ ମହିଳାଙ୍କ ସହ ଦୁଷ୍କର୍ମ କରୁଛି । ଭୋକ ମେଣ୍ଟିବା ପର୍ଯ୍ୟନ୍ତ ସେ ସେହିପରି କ୍ରୁର କାର୍ଯ୍ୟ କରିଚାଲୁଛି । ତାଙ୍କ ଠାରୁ କୌଣସି ମାନବିକତାର ଆଶା କରାଯାଇ ନପାରେ । ଆଫଗାନିସ୍ତାନର କୌଣସି ମହିଳା ସୁରକ୍ଷିତ ନାହାଁନ୍ତି । ଏହି ମହିଳା ଜଣଙ୍କ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ହ୍ରିଂସ ତାଲିବାନଙ୍କୁ ତିଳେ ମାତ୍ର ଫରକ ପଡେ ନାହିଁ ଯେ, ମହିଳା ଜଣଙ୍କ ଜୀବିତ ଅଛନ୍ତି ନା ମୃତ, ସେମାନେ ଉକ୍ତ ମହିଳାଙ୍କ ସହ ଘୃଣ୍ୟ କାମ କରନ୍ତି । ତାଙ୍କ ଉପରେ କାଣିଚାଏ ଭରସା କରିହେବ ନାହିଁ । ଘରୁ ଉଠାଇ ନେଇ ଯାଆନ୍ତି ନ ହେଲେ ସିଧା ମୁଣ୍ଡରେ ଗୁଳି ମାରି ଦିଅନ୍ତି । ଏମିତି କେତେ ଯୁବତୀ ଓ ମହିଳାଙ୍କୁ ଉଠାଇ ନେଇ ସାରିଲେଣି । ଏହା ତ ଆରମ୍ଭ ମାତ୍ର । ଆଗକୁ ସେମାନେ ବହୁତ କିଛି କରିବାର ସମ୍ଭାବନା ରହିଛି ।

ଏମିତି ତାଲିବାନଙ୍କ ଚରିତ୍ର:

ମହିଳା ଜଣଙ୍କ କହିଲେ ଯେ, ସେମାନେ ଚାହାଁନ୍ତି ତାଙ୍କୁ ପ୍ରତ୍ୟେକ ଘରୁ ଝିଅ ମିଳୁ । ସେ ୧୦-୧୨ ବର୍ଷର ଝିଅଙ୍କୁ ଉଠାଇ ନେଇ ଯାଆନ୍ତି । ସେମାନେ ମିଡିଆ ସାମ୍ନାରେ ମିଛ କହୁଛନ୍ତି ଯେ, ସେମାନେ ବଦଳି ଯାଇଛନ୍ତି । କିନ୍ତୁ ସେମାନେ ଆଦୌ ବଦଳି ନାହାଁନ୍ତି । କେବଳ ଲୋକ ଦେଖାଣିଆ କରୁଛନ୍ତି । ସେମାନେ ପ୍ରଥମେ ଝିଅଙ୍କୁ ମେଡିସିନ ଦିଅନ୍ତି, ପରେ ବେହୋସ କରାନ୍ତି । ଏହାପରେ ତାଙ୍କୁ ଏକ ବନ୍ଦ ଘରେ ରଖନ୍ତି । କିଛି ଦିନ ରଖିବା ପରେ ତାଙ୍କୁ ପାକିସ୍ତାନ ନେଇ ଯାଆନ୍ତି । ଯେତେବେଳେ ଆମେ ସେଠି ଥିଲୁ, ଆମକୁ ମଧ୍ୟ ବହୁତ ପ୍ରକାର ଧମକଚମକ ଆସୁଥିଲା ।

ଏହା ପୂର୍ବରୁ ଖବର ଆସିଥିଲା ଯେ, ତାଲିବାନୀମାନେ ଆଫଗାନିସ୍ତାନରେ ଦଖଲ କରିଥିବା ଅଞ୍ଚଳ ଗୁଡିକର ମୌଲବୀଙ୍କୁ ୧୨ ବର୍ଷରୁ ଊର୍ଦ୍ଧ୍ବ ଝିଅମାନଙ୍କର ଲିଷ୍ଟ ମାଗିଥିଲେ । ତାଲିବାନ କୁହନ୍ତି ଯେ, ସେମାନେ ଉକ୍ତ ଝିଅମାନଙ୍କର ବିବାହ ତାଙ୍କ ଆତଙ୍କୀଙ୍କ ସହ କରାଇବେ । କିନ୍ତୁ ସତ ହେଉଛି ଯେ, ସେ ଉକ୍ତ ଝିଅଙ୍କୁ ନିଜ ଗୁଲାମ କରି ରଖିବାକୁ ଚାହୁଁଥିଲେ । ଯେତେବେଳେ ମନ ହେବ, ସେହି ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ ।

ନିକଟରେ ଏମିତି ମଧ୍ୟ ଖବର ଆସିଥିଲା ଯେ, ତାଲିବାନ ଆତଙ୍କବାଦୀମାନେ ଜଣେ ମହିଳାଙ୍କୁ କେବଳ ଏଥିପାଇଁ ଜୀଅନ୍ତା ଜାଳି ଦେଇଥିଲେ ଯେ, ସେ ସ୍ବାଦିଷ୍ଟ ଖାଇବା ବନାଇ ନ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details