କାବୁଲ:ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ମୌଳବାଦୀ ଶାସନରେ ମହିଳାଙ୍କ ଅଧିକାର ସଙ୍କୁଚିତ ହେବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା କ୍ରମାଗତ ଭାବେ ବାସ୍ତବରେ ପରିଣତ ହେବାରେ ଲାଗିଛି । ଆଫଗାନିସ୍ତାନରେ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବୁର୍ଖା ପରିଧାନ କରିବା ବାଧ୍ୟତାମୂଳକ କରିଛି ତାଲିବାନ ସରକାର । ମହିଳାମାନେ ସମ୍ପୂର୍ଣ୍ଣ ବୁର୍ଖା chadori (head-to-toe burqa) ପରିଧାନ କରିବା ନେଇ ତାଲିବାନ ମୁଖ୍ୟ ହବିତୁଲ୍ଲା ଅଖୁନ୍ଦଜାଦା ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏପରି ନିୟମକୁ ଉଲଙ୍ଘନ କଲେ କଠୋର ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି ।
କ୍ଷମତାକୁ ଆସିବା ପରେ ତାଲିବାନ ଏକ ନିର୍ଦ୍ଦେଶନାମା ଜାରି କରିଥିଲା, ଯେଉଁଥିରେ ମହିଳାମାନେ ଦୂରଯାତ୍ରା କରିବାକୁ ଥିଲେ ଏକାକି ନୁହଁନ୍ତି ବରଂ ଜଣେ ସମ୍ପର୍କୀୟ ପୁରୁଷଙ୍କ ସାଥିରେ ଯିବା ବାଧ୍ୟତାମୂଳକ କରାଯାଇଥିଲା । ସେହିପରି ଉଚ୍ଚଶିକ୍ଷା ପାଇଁ କଲେଜ କିମ୍ବା ବିଶ୍ବ ବିଦ୍ୟାଳୟ ଯାଉଥିବା ମହିଳାଙ୍କୁ ପୁରୁଷଙ୍କ ସହ ଗୋଟିଏ ଶ୍ରେଣୀରେ ବସି ପାଠ ପଢିବା ପରବର୍ତ୍ତେ ପରଦା ଟାଣିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା । ପୁଣି ଏପରି ଏକ କଠୋର ନିୟମ ପ୍ରଣୟନ କରି ମହିଳାଙ୍କ ମାନବାଧିକାରକୁ ସଙ୍କୁଚିତ କରିବାରେ ଲାଗିଛି ତାଲିବାନ ।