ଓଡିଶା

odisha

ETV Bharat / bharat

ତାଲିବାନୀଙ୍କ ଅଜବ ନିୟମ, ଆଫଗାନିସ୍ତାନରେ କେଶ-ଦାଢି କାଟିବାକୁ ଲାଗିଲା କଟକଣା - ଚୁଟି କଟା

ଆଫଗାନିସ୍ତାନରେ ଚୁଟି ଓ ଦାଢି କଟାକୁ କରାଯାଇଛି ବାରଣ । ଏପରି କଲେ ଆଫଗାନୀ ପୁରୁଷଙ୍କୁ ମିଳିବ ଦଣ୍ଡ । ଦେଶରେ ଏପରି ଅଜବ ନିୟମ ଲାଗୁ କରିଛି ତାଲିବାନ । ଅଧିକ ପଢନ୍ତୁ...

ତାଲିବାନଙ୍କ ଅଜବ ନିୟମ, ଆଫଗାନିସ୍ତାନରେ ଷ୍ଟାଇଲିସ କେଶ-ଦାଢି କଟାକୁ ନା..
ତାଲିବାନଙ୍କ ଅଜବ ନିୟମ, ଆଫଗାନିସ୍ତାନରେ ଷ୍ଟାଇଲିସ କେଶ-ଦାଢି କଟାକୁ ନା..

By

Published : Sep 27, 2021, 3:29 PM IST

Updated : Sep 27, 2021, 3:40 PM IST

କାବୁଲ: ତାଲିବାନୀ ଆଫଗାନିସ୍ତାନ କବଜା କରିବା ପରେ ଗୋଟିଏ ପରେ ଗୋଟିଏ ଅଜବ ନିୟମ ପ୍ରଣୟନ କରୁଛନ୍ତି । ଯାହାକି ସାଧାରଣ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାରେ ଲାଗିଛି । ତାଲିବାନ ସରକାର ଅନେକ ମହିଳା ବିରୋଧୀ ଆଇନ ଆଣିବା ପରେ ଏବେ ଆଫଗାନୀ ପୁରୁଷଙ୍କୁ କରିଛନ୍ତି ଟାର୍ଗେଟ । ତେବେ ଆଫଗାନର ପୁରୁଷମାନେ ଚୁଟି କିମ୍ବା ଦାଢି କାଟିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଆଫଗାନିସ୍ତାନର ଦକ୍ଷିଣ ଉପତ୍ୟକା ଅଞ୍ଚଳ ହେଲମଣ୍ଡରେ ଦେଖିବାକୁ ମିଳିଛି ତାଲିବାନର ଏହି ଅଜବ ଆଇନ ।

ପୁରୁଷଙ୍କ ହେୟାରଡ୍ରେସିଂ ସାଲୋନକୁ ନେଇ ତାଲିବାନ ଅଧିକାରୀମାନେ ଏକ ବୈଠକ କରିଥିଲେ । ଆଫଗାନୀ ପୁରୁଷମାନେ କେଶ କି ଦାଢିକୁ ଅତ୍ୟାଧୁନିକ ବା ଷ୍ଟାଇଲିସ ଢଙ୍ଗରେ କାଟିପାରିବେ ନାହିଁ । ଏହାସହିତ ସାଲୋନରେ କୌଣସି ସଙ୍ଗୀତ ମଧ୍ୟ ବାଜିପାରିବ ନାହିଁ ବୋଲି ତାଲିବାନମାନେ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୂତନ ନିର୍ଦ୍ଦେଶନାମା ସୋସିଆଲ ନେଟୱର୍କ ଜରିଆରେ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ତାଲିବାନମାନେ ପୁଣି ସେମାନଙ୍କ କ୍ରୁର ନିୟମ ଏବଂ ପ୍ରତ୍ୟାହାର ନୀତିକୁ ପୁନଃ ଲାଗୁ କରିଛି । ଏମାନେ 1996ରୁ 2001 ମସିହା ମଧ୍ୟରେ ଆଫଗାନିସ୍ତାନରେ ଏଭଳି ଇସଲାମିକ୍ ସାରିଆ ଆଇନକୁ ଲାଗୁ କରିଥିଲେ । ଆଫଗାନିସ୍ତାନରେ ତାଲିବାନ ଦ୍ବାରା ମାନବିକ ଅଧିକାରର ବ୍ୟାପକ ଉଲ୍ଲଂଘନ ହେବାର ଖବର ପୂର୍ବରୁ ଦେଖିବାକୁ ମିଳିଥିଲା । ଦେଶରେ ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନମାନେ ଆଫଗାନିସ୍ତାନ ଉପରେ କବଜା କରିଥିଲା । ଏହାପରେ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡ଼ି ପଳାଇଥିଲେ । ପରେ ତାଲିବାନଙ୍କ କ୍ରୁରତାକୁ ଦେଖିଆସୁଛି ସାରା ବିଶ୍ବ ।

@ANI

Last Updated : Sep 27, 2021, 3:40 PM IST

ABOUT THE AUTHOR

...view details